ETV Bharat / state

Odisha Assembly: ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ମାଗିଲେ ବିରୋଧୀ, ବିଜେଡି ଦେଲା ଜବାବ

author img

By

Published : Mar 10, 2023, 6:00 PM IST

ନରସିଂହ ମିଶ୍ର କହିଛନ୍ତି‘‘ ନବ ଦାସଙ୍କ ହତ୍ୟାକାଣ୍ଡ ପାଇଁ ଗୃହ ବିଭାଗର ମନ୍ତ୍ରୀ ଭାବେ ଉତ୍ତରଦାୟୀ । ଆମେ ଚାହୁଁଛୁ ମୁଖ୍ୟମନ୍ତ୍ରୀ ନୈତିକତା ଦୃଷ୍ଟିରୁ ଇସ୍ତଫା ଦେବା କଥା । ଆମେ କହୁନାହୁଁ ବିଜେଡି ସରକାର ରହିବ ନାହିଁ । ମୁଖ୍ଯମନ୍ତ୍ରୀ ଯେହେତୁ ଉତ୍ତରଦାୟୀ ସେ ଇସ୍ତଫା ଦେବା କଥା । ଅଧିକ ପଢନ୍ତୁ

Etv Bharat
Etv Bharat

ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ମାଗିଲେ ବିରୋଧୀ, ବିଜେଡି ଦେଲା ଜବାବ

ଭୁବନେଶ୍ବର: ନବ ଦାସଙ୍କ ହତ୍ୟାକାଣ୍ଡ ପାଇଁ ଗୃହ ବିଭାଗର ମନ୍ତ୍ରୀ ଭାବେ ଉତ୍ତରଦାୟୀ । ଆମେ ଚାହୁଁଛୁ ମୁଖ୍ୟମନ୍ତ୍ରୀ ନୈତିକତା ଦୃଷ୍ଟିରୁ ଇସ୍ତଫା ଦେବା କଥା । ଆମେ କହୁନାହୁଁ ବିଜେଡି ସରକାର ରହିବ ନାହିଁ । ମୁଖ୍ଯମନ୍ତ୍ରୀ ଯେହେତୁ ଉତ୍ତରଦାୟୀ ସେ ଇସ୍ତଫା ଦେବା କଥା । ଆଜି ବିଧାନସଭାର ପ୍ରଶ୍ନକାଳ ଓ ଶୁନ୍ୟକାଳ ଅଚଳ ପରେ ଗୃହ ବାହାରେ ମୁଖ୍ୟମନ୍ତ୍ରୀଙ୍କୁ ଏଭଳି ଢଙ୍ଗରେ ଆକ୍ରମଣ କରିଛନ୍ତି କଂଗ୍ରେସ ବିଧାୟକ ଦଳନେତା ନରସିଂହ ମିଶ୍ର ।

ନରସିଂହ ମିଶ୍ର କହିଛନ୍ତି‘‘ ନବ ଦାସଙ୍କ ହତ୍ୟାକାଣ୍ଡ ପାଇଁ ଗୃହ ବିଭାଗର ମନ୍ତ୍ରୀ ଭାବେ ଉତ୍ତରଦାୟୀ । ଆମେ ଚାହୁଁଛୁ ମୁଖ୍ୟମନ୍ତ୍ରୀ ନୈତିକତା ଦୃଷ୍ଟିରୁ ଇସ୍ତଫା ଦେବା କଥା । ଆମେ କହୁନାହୁଁ ବିଜେଡି ସରକାର ରହିବ ନାହିଁ । ମୁଖ୍ଯମନ୍ତ୍ରୀ ଯେହେତୁ ଉତ୍ତରଦାୟୀ ସେ ଇସ୍ତଫା ଦେବା କଥା ।’’ ଆମେ ଯୁକ୍ତି ବାଢିଥିଲୁ କାହିଁକି ଅନୁସନ୍ଧାନ ସଠିକ ଭାବେ ହେଉନାହିଁ । ଓଡିଶାର ଜନସାଧାରଣଙ୍କ ବିଶ୍ବାସ କାହିଁକି ଅନୁସନ୍ଧାନ ଉପରେ ହେଉନାହିଁ । ତାହାର କୌଣସି ଜବାବ ଦିଆଗଲା ନାହିଁ । ଯଦିଓ ବିଳମ୍ବରେ ଷଡଯନ୍ତ୍ର ଦିଗକୁ ତଦନ୍ତରେ ଯୋଡିଲେ, କିନ୍ତୁ ବିଷଦବିବରଣୀ ଗୃହରେ ରଖିଲେ ନାହିଁ । ବିରୋଧୀ ଦଳ ପାଖରେ ଅନ୍ୟ କୌଣସି ବିକଳ୍ପ ନଥିଲା । ଫଳରେ ଆମେ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କଲୁ ।

ଏହାବି ପଢନ୍ତୁ- Assembly Updates: ଗୃହରେ ନବ ଝଡ ଜାରି, ପୁଣି 20 ମିନିଟ ଗୃହ ମୁଲତବୀ

ବାଚସ୍ପତିଙ୍କ ବିରୋଧରେ ଅଭିଯୋଗ ଆଣି ନରସିଂହ କହିଛନ୍ତି, ଗୃହ ଭିତରେ ଆମକୁ କହିବା ପାଇଁ ବାଚସ୍ପତି ସମୟ ଦେବାର ଆବଶ୍ୟକତା ଥିଲା । ପରମ୍ପରା ରହିଛି ଗୃହ ଯେତେବେଳେ ଅଚଳ ହୁଏ, ବାଚସ୍ପତି ସର୍ବଦଳୀୟ ବୈଠକ ଡାକିବା କଥା । ଆଜି ସର୍ବଦଳୀୟ ବୈଠକ ଡାକିଲେ ନାହିଁ । ବାଚସ୍ପତି ବୋଧେ ସରକାରଙ୍କୁ ଘଣ୍ଟଘୋଡାଇବାକୁ ଚାହୁଁଛନ୍ତି । ସରକାରଙ୍କ ପାଖରେ ଯେତେବେଳେ ଉତ୍ତର ନାହିଁ, ମୁଖ୍ୟମନ୍ତ୍ରୀ ଗୃହକୁ ଅବମାନନା କରୁଛନ୍ତି, ବିଧାନସଭା ଚାଲିଛି ମୁଖ୍ୟମନ୍ତ୍ରୀ ବୁଲିଯାଇଛନ୍ତି, ଯାହା ବିଧାନସଭା ପାଇଁ ଘୋର ଅପମାନ ସୂଚକ । ଯାହାକୁ ବିରୋଧ କରି ଆମେ ଗୃହରେ ପ୍ରତିବାଦ କଲୁ । ବାଚସ୍ପତି ଗୃହ ଅଚଳ କରିଦେଲେ ।

ସେପଟେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ କହିଛନ୍ତି ‘‘ ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡକୁ ଆଜି 41 ଦିନ ପୁରିଲା । ତଦନ୍ତକାରୀ ସଂସ୍ଥା କ୍ରାଇମବ୍ରାଞ୍ଚ 41 ଦିନ ପରେ ବି କ୍ରାଇମବ୍ରାଞ୍ଚର ହାତ ଖାଲି । ଷଡଯନ୍ତ୍ର ଦିଗରେ କ୍ରାଇମବ୍ରାଞ୍ଚ ତଦନ୍ତ କଲା ନାହିଁ । ରାଜ୍ୟରେ 23 ବର୍ଷର ସରକାର ରହିଛି । ଏହାସତ୍ବେ ଯଦି ଫଳଶୂନ ଆମେ କେମିତି ଏହାକୁ ମାନିନେବୁ । ’’ ତେଣୁ ରାଜ୍ୟ ସରକାର ନିଜକୁ ଅଯୋଗ୍ୟ ଅପରାଗ ଭାବିକି ଇସ୍ତଫା ଦେଇ ଦିଅନ୍ତୁ । ଯାହାକୁ ନେଇ ଆମେ ବିଧାନସଭାରେ ଦାବି କରିଛୁ । ମୁଖ୍ୟମନ୍ତ୍ରୀ ଦାୟିତ୍ବରେ ରହିବା ନବୀନ ପଟ୍ଟନାୟକଙ୍କ ନୈତିକତା ଅଧିକାର ନାହିଁ । ଯେପର୍ଯ୍ୟନ୍ତ ଆମର ଦାବି ପୂରଣ ହୋଇନାହିଁ ଆମର ପ୍ରତିବାଦ ଜାରି ରହିବ ବୋଲି କହିଛନ୍ତି ମୋହନ ।

ଏହାବି ପଢନ୍ତୁ- Bride stops wedding: ବର ପକ୍ଷ ଯୌତୁକରେ ଅସନ୍ତୁଷ୍ଟ କନ୍ୟା, ଭାଙ୍ଗିଲା ବିବାହ

ଅନ୍ୟପଟେ ବିରୋଧୀ ଦଳ ଅଭିଯୋଗର ଜବାବ ରଖିଛନ୍ତି ବିଜେଡି ବିଧାୟକ ଭାଗୀରଥୀ ସେଠୀ । ବିଧାୟକ ଭାଗିରଥି ସେଠୀ କହିଛନ୍ତି ନବ ଦାସ ହତ୍ୟାକାଣ୍ଡ ପ୍ରସଙ୍ଗରେ ଗୃହରେ ଆଲୋଚନା ପରେ ବିରୋଧୀ କାହିଁକି ହଟ୍ଟଗୋଲ କରୁଛନ୍ତି ବୁଝାପଡୁନି। ବିରୋଧୀ କହିଲେ କଣ ମୁଖ୍ୟମନ୍ତ୍ରୀ ଇସ୍ତଫା ଦେବେ କି? ଏହା ସମ୍ଭବ ନୁହେଁ। ପାଖରେ ପ୍ରସଙ୍ଗ ନଥିବାରୁ ପ୍ରହସନ କରି ଗୃହକୁ ବନ୍ଦ କରୁଛନ୍ତି ବିରୋଧୀ । କ୍ରାଇମବ୍ରାଞ୍ଚ ତଦନ୍ତ କରୁଛି। ସମୟ ସାପେକ୍ଷ ହେବ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.