ଓଡିଶା

odisha

ଓଡିଆ ସିନେମାକୁ ପ୍ରୋତ୍ସାହନ, ଟ୍ୟାକ୍ସ ଫ୍ରି ହେଲା ବାବୁସାନଙ୍କ ଫିଲ୍ମ ଦମନ

By

Published : Nov 18, 2022, 6:07 PM IST

Updated : Nov 18, 2022, 9:27 PM IST

ଟ୍ୟାକ୍ସ ଫ୍ରି ହେଲା ଫିଲ୍ମ ଦମନ । ଘୋଷଣା କଲେ ମୁଖ୍ୟମନ୍ତ୍ରୀ । ଦମନକୁ ସମ୍ପୂର୍ଣ୍ଣ କର ମୁକ୍ତ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଓଡିଶା ସରକାରଙ୍କ ମ୍ୟାଲେରିଆ ନିରାକରଣ କାର୍ଯ୍ୟକ୍ରମ ଉପରେ ନିର୍ମିତ ଚଳଚ୍ଚିତ୍ର ହୋଇଛି 'ଦମନ' । ଅଧିକ ପଢନ୍ତୁ

ଟ୍ୟାକ୍ସ ଫ୍ରି ହେଲା ବାବୁସାନଙ୍କ ଓଡିଆ ଫିଲ୍ମ ଦମନ
ଟ୍ୟାକ୍ସ ଫ୍ରି ହେଲା ବାବୁସାନଙ୍କ ଓଡିଆ ଫିଲ୍ମ ଦମନ

ଭୁବନେଶ୍ବର: ଓଡିଆ ସିନେମାକୁ ପ୍ରୋତ୍ସାହନ । କର ମୁକ୍ତ ଘୋଷଣା ହେଲା 'ଦମନ' । ଦମନକୁ ସମ୍ପୂର୍ଣ୍ଣ କର ମୁକ୍ତ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଓଡିଶା ସରକାରଙ୍କ ମ୍ୟାଲେରିଆ ନିରାକରଣ କାର୍ଯ୍ୟକ୍ରମ ଉପରେ ନିର୍ମିତ ଚଳଚ୍ଚିତ୍ର ହୋଇଛି 'ଦମନ' ।

ତେବେ ବାସ୍ତବ ଜୀବନରେ ମାଲକାନଗିରିର ଦୁର୍ଗମ ଅଞ୍ଚଳରେ ସ୍ବାସ୍ଥ୍ୟ ସେବା ଯୋଗାଇବାରେ କାହାଣୀ ଗତିଶୀଳ । ଜଣେ ଯୁବ ଡାକ୍ତର ମାନବିକତାର ଯେଉଁ ନୂଆ ଉଦାହରଣ ସୃଷ୍ଟି କରିଛନ୍ତି ତାହା ଏ ଚଳଚ୍ଚିତ୍ରର ବିଷୟ ବସ୍ତୁ । ଏନେଇ ସ୍ବାସ୍ଥ୍ୟ ବିଭାଗ ସମେତ ସବୁ ସରକାରୀ କର୍ମଚାରୀମାନଙ୍କ ମଧ୍ୟରେ ସେବା ମନୋଭାବକୁ ଆହୁରି ମଜବୁତ୍ କରିବା ଦିଗରେ ଏହା ପ୍ରଭାବିତ କରିବ ବୋଲି ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି ।

ତେବେ କୋଭିଡ ମହାମାରୀ ସମୟରେ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ସମନ୍ଵୟ ରଖି ସେବା ଯୋଗାଇଛନ୍ତି । ସେଭଳି କାମ କଲେ ଆମେ ଏକ ସୁସ୍ଥ ଓ ସଚେତନ ସାମାଜର ବିକାଶ କରି ପାରିବା ବୋଲି ମୁଖ୍ୟମନ୍ତ୍ରୀ ଦୃଢ ବିଶ୍ବାସ ପ୍ରକଟ କରିଛନ୍ତି । ଫିଲ୍ମଟି ଯୁବ ଡାକ୍ତର ଓମକାର ହୋତାଙ୍କ ସେବା ଏବଂ କାର୍ଯ୍ୟପ୍ରତି ପ୍ରତିବଦ୍ଧତା ଉପରେ ପର୍ଯ୍ୟବେସିତ । ଏହି ମୁଭିଟି ଦୁଇ ସପ୍ତାହ ମଧ୍ୟରେ 2 କୋଟିରୁ ଊର୍ଦ୍ଧ୍ୱ ରୋଜଗାର କରିଥିବା ବେଳେ ବର୍ତ୍ତମାନ ମୁଭିର ହିନ୍ଦୀ ଡବିଂ କାମ ଆରମ୍ଭ ହୋଇଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Nov 18, 2022, 9:27 PM IST

ABOUT THE AUTHOR

...view details