ଓଡିଶା

odisha

ଓଡିଶାରେ ନାହିଁ JN.1 ଭାରିଏଣ୍ଟ, ସତର୍କ ଓ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ

By ETV Bharat Odisha Team

Published : Dec 21, 2023, 4:53 PM IST

No New Covid case detected in Odisha: ସାରା ଦେଶରେ କୋଭିଡର ନୂଆ ଭାରିଏଣ୍ଟ JN.1 ଆକ୍ରାନ୍ତଙ୍କ ସଂଖ୍ୟା ଉପରମୁହାଁ । ରାଜ୍ୟରେ ନାହିଁ ଆକ୍ଟିଭ କେସ୍ କିନ୍ତୁ ସମସ୍ତ ପ୍ରକାର ପ୍ରସ୍ତୁତି କରିବାକୁ ନିର୍ଦ୍ଦେଶ । ଅଧିକ ପଢନ୍ତୁ

ଓଡିଶାରେ ନାହିଁ JN.1 ଭାରିଏଣ୍ଟ, ତଥାପି ସତର୍କ ଏବଂ ପ୍ରସ୍ତୁତ ରହିବାକୁ ନିର୍ଦେଶ
ଓଡିଶାରେ ନାହିଁ JN.1 ଭାରିଏଣ୍ଟ, ତଥାପି ସତର୍କ ଏବଂ ପ୍ରସ୍ତୁତ ରହିବାକୁ ନିର୍ଦେଶ

ଓଡିଶାରେ ନାହିଁ JN.1 ଭାରିଏଣ୍ଟ, ତଥାପି ସତର୍କ ଏବଂ ପ୍ରସ୍ତୁତ ରହିବାକୁ ନିର୍ଦେଶ

ଭୁବନେଶ୍ବର: ଗତ ୧୫ ଦିନ ମଧ୍ୟରେ କୋଭିଡ ରୋଗୀଙ୍କ ସଂଖ୍ୟା ସାରା ଦେଶରେ ଉପରମୁହାଁ ହୋଇଛି । କେବଳ ୫ଟି ରାଜ୍ୟରୁ ମୋଟ ୯୮% କୋଭିଡ୍ ଆକ୍ରାନ୍ତ ଅଛନ୍ତି । କେବଳ କେରଳରୁ ମୋଟ ୮୮ % ରୋଗୀ ଠାବ ହୋଇଥିବା ବେଳେ ତାମିଲନାଡୁରେ ୫%, କର୍ଣ୍ଣାଟକରେ ୫% ଏବଂ ଅବଶିଷ୍ଟ ରୋଗୀ ଗୋଆ ଏବଂ ପଞ୍ଜାବରୁ ଠାବ ହୋଇଛନ୍ତି । କୋଭିଡର ନୂଆ ଭାରିଏଣ୍ଟ JN.1 ଯଦିଓ ବ୍ୟାପୁଛି କିନ୍ତୁ ସାଙ୍ଘାତିକ ହେଉନାହିଁ । ଏହାର ଲକ୍ଷଣ ସାଧାରଣ ଇନଫ୍ଲୁଏଞ୍ଜା ଭଳି ଥଣ୍ଡା, କାଶ, ଜ୍ଵର ରହୁଛି । ଗତ ଅଗଷ୍ଟ ଓ ସେପ୍ଟେମ୍ବର ମାସରୁ ନୂଆ ଭାରିଏଣ୍ଟ JN.1କୁ ଚିହ୍ନଟ କରାଯାଇଥିଲା । କିନ୍ତୁ କେନ୍ଦ୍ର ସରକାର ସମସ୍ତ ରାଜ୍ୟଙ୍କୁ ଏନେଇ ସତର୍କ ରହିବାକୁ ଚିଠି ଲେଖିଛନ୍ତି ।

ରାଜ୍ୟରେ ଗତ ଡିସେମ୍ବର ୩ ତାରିଖ ଠାରୁ କୋଭିଡର ଗୋଟିଏ ହେଲେ କେସ ଆସିନାହିଁ ଅର୍ଥାତ୍ ରାଜ୍ୟରେ ଆକ୍ଟିଭ କୋଭିଡ୍ କେସ ସଂଖ୍ୟା ଶୂନ ରହିଛି । ତଥାପି ରାଜ୍ୟ ସ୍ବାସ୍ଥ୍ୟ ବିଭାଗକୁ ଆଲର୍ଟ ରହିବାକୁ ପାଇଁ କୁହାଯାଇଛି । ଏଣୁ ଇନଷ୍ଟିଚ୍ୟୁଟ ଅଫ ଲାଇଫ ସାଇନ୍ସର ସହାୟତାରେ ସମସ୍ତ ଜିଲ୍ଲା ଚିକିତ୍ସାଳୟମାନଙ୍କୁ ସର୍ଭେଲାନ୍ସ ଓ କୋଭିଡ ଟେଷ୍ଟ ବଢାଇବାକୁ ଏବଂ ଫିଭର୍ କ୍ଲିନିକ୍ ଚଳାଇବାକୁ କୁହାଯାଇଛି । କୋଭିଡ୍ କେସ ଯଦି ବଢେ ତା ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଏବେ ଠାରୁ କରି ରଖିବାକୁ ନିର୍ଦ୍ଦେଶ ରହିଛି । ଔଷଧ, ଲଜିଷ୍ଟିକ, ଟେଷ୍ଟ କିଟ୍, ବେଡ୍, ଅକ୍ସିଜେନ୍ , ଇକୋ ସିଷ୍ଟମ ସହ ଯାହା ଆବଶ୍ୟକ ଜିନିଷ ଡାକ୍ତରଖାନାରେ ମହଜୁଦ ରଖିବେ ।

ଏହା ମଧ୍ୟ ପଢନ୍ତୁ ...'ଓଡ଼ିଶାରେ ନାହିଁ ନୂଆ ଭାରିଆଣ୍ଟ JN.1, ଲକ୍ଷଣ ଥିଲେ ତୁରନ୍ତ ଟେଷ୍ଟ କରାନ୍ତୁ'

ଏହା ସହିତ ପ୍ରତି ୩ ମାସରେ ଥରେ ମକ ଡ୍ରିଲ୍ କରିବା ପାଇଁ ମଧ୍ୟ ନିର୍ଦ୍ଦେଶ ରହିଛି । ଲୋକଙ୍କୁ ମଧ୍ୟ ସଚେତନ ରହିବା ପାଇଁ କୁହାଯାଇଛି । କୌଣସି ପ୍ରକାର ଭୟ ବା ଆତଙ୍କିତ ନ ହୋଇ କୋଭିଡ ନିୟମ ଅନୁପାଳନ କରିବାକୁ ଲୋକଙ୍କୁ ନିବେଦନ କରାଯାଇଛି । ଥଣ୍ଡା, କାଶ, ଜ୍ଵର ହେଲେ ଗହଳି ସ୍ଥାନକୁ ନ ଯିବାକୁ କୁହାଯାଇଛି । ବୟସ୍କ ଓ କୋମର୍ବିଡ ଅର୍ଥାତ ଡାଇବେଟିସ, ରକ୍ତଚାପ ଭଳି ଅନ୍ୟାନ୍ୟରୋଗରେ ପୀଡି଼ତ ମାନେ ମାସ୍କ ବ୍ୟବହାର କରନ୍ତୁ ବୋଲି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details