ଓଡିଶା

odisha

ମାରଣାସ୍ତ୍ର ଦେଖାଇ ଅତିରିକ୍ତ ରାଜସ୍ବ ନିରୀକ୍ଷକଙ୍କ ଘରୁ ଲୁଟ

By

Published : Mar 4, 2021, 1:51 PM IST

ବେଗୁନିଆ ତହସିଲରେ କାର୍ଯ୍ୟରତ ଅତିରିକ୍ତ ରାଜସ୍ବ ନିରୀକ୍ଷକ ରମେଶ ଚନ୍ଦ୍ର ଦଳେଇଙ୍କ ଘରୁ ଲୁଟ। ତେବେ କିଛି ଦୁର୍ବୁତ୍ତ ତାଙ୍କ ଘରେ ପଶି ମାରଣାସ୍ତ୍ର ଦେଖାଇ ଘରୁ ଟଙ୍କା ଓ ସୁନା ଅଳଙ୍କାର ଲୁଟିଥିବା ବେଗୁନିଆ ଥାନାରେ ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ...

ମାରଣାସ୍ତ୍ର ଦେଖାଇ ଅତିରିକ୍ତ ରାଜସ୍ବ ନିରୀକ୍ଷକଙ୍କ ଘରୁ ଲୁଟ
ମାରଣାସ୍ତ୍ର ଦେଖାଇ ଅତିରିକ୍ତ ରାଜସ୍ବ ନିରୀକ୍ଷକଙ୍କ ଘରୁ ଲୁଟ

ଖୋର୍ଦ୍ଧା: ବେଗୁନିଆ ତହସିଲରେ କାର୍ଯ୍ୟରତ ଅତିରିକ୍ତ ରାଜସ୍ବ ନିରୀକ୍ଷକ ରମେଶ ଚନ୍ଦ୍ର ଦଳେଇଙ୍କ ଘରୁ ଲୁଟ। ସୂଚନା ଅନୁଯାୟୀ, ବେଗୁନିଆ ଥାନା ଅଧିନ କୁଶପଲା ନିକଟରେ ରମେଶ ନୂତନ ଘର କରିଥିବା ବେଳେ ଗତକାଲି ରାତିରେ କିଛି ଦୁର୍ବୁତ୍ତ ତାଙ୍କ ଘରେ ପଶି ମାରଣାସ୍ତ୍ର ଦେଖାଇ ତାଙ୍କ ଘରୁ ଟଙ୍କା ଓ ସୁନା ଅଳଙ୍କାର ଲୁଟିଥିବା ଥାନାରେ ଅଭିଯୋଗ ହୋଇଛି ।

ମାରଣାସ୍ତ୍ର ଦେଖାଇ ଅତିରିକ୍ତ ରାଜସ୍ବ ନିରୀକ୍ଷକଙ୍କ ଘରୁ ଲୁଟ

ଏହି ସମୟରେ ରମେଶଙ୍କ ଘରେ ତାଙ୍କ ପିଲାଙ୍କୁ ଟିଉସନ କରୁଥିବା ସାରଙ୍କୁ ମଧ୍ୟ ଦୁର୍ବୃତ୍ତମାନେ ମାରଣାସ୍ତ୍ରରେ ଆକ୍ରମଣ କରି ଆହତ କରିଥିବା ଜଣାପଡ଼ିଛି। ଖବର ପାଇ ବେଗୁନିଆ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସାଇଣ୍ଟିଫିକ ଟିମ ସହାୟତାରେ ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details