ଓଡିଶା

odisha

Mocha Update: ବାତ୍ୟାର ରୂପ ନେଇପାରେ ମୋଚା, ଶୁଣନ୍ତୁ କଣ କହୁଛନ୍ତି ପାଣିପାଗ ବିଶେଷଜ୍ଞ

By

Published : May 6, 2023, 4:48 PM IST

Updated : May 6, 2023, 5:45 PM IST

ବାତ୍ୟାର ରୂପ ନେଇପାରେ ମୋଚା । ତେବେ ଏହାର ଗତିପଥ କଣ ରହିବ, ଲୋକେ କିପରି ସତର୍କ ରହିବେ ସେ ନେଇ ପାଣିପାଗ ବିଶେଷଜ୍ଞ ସୂଚନା ଦେଇଛନ୍ତି । ଅଧିକ ପଢନ୍ତୁ

Mocha Update
Mocha Update

Mocha Update: ବାତ୍ୟାର ରୂପ ନେଇପାରେ ମୋଚା, ଶୁଣନ୍ତୁ କଣ କହୁଛନ୍ତି ପାଣିପାଗ ବିଶେଷଜ୍ଞ

ଭୁବନେଶ୍ବର: ଆଜି ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଘୂର୍ଣ୍ଣିବଳୟ। ଏହା ବାୟୁମଣ୍ଡଳର ମଧ୍ୟଭାଗ ଯାଏ ଲମ୍ବିଛି । ୮ତାରିଖରେ ନେବ ଲଘୁଚାପର ରୂପ । ୯ ତାରିଖ ବେଳକୁ ଅଧିକ ଘନୀଭୂତ ହୋଇ ଅବପାତର ପରିଣତ ହେବ। ପରେ ଏହା ଦକ୍ଷିଣପୂର୍ବ ବଙ୍ଗୋପସାଗରରୁ ଉତ୍ତର ଦିଗରେ ଗତି କରି କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳକୁ ଯିବ। ପରବର୍ତ୍ତୀ ସମୟରେ ସାମୁଦ୍ରିକ ଝଡ଼ର ରୂପ ବା ବାତ୍ୟାର ରୂପ ନେବାର ସମ୍ଭାବନା ରହିଛି । ତେବେ ଏହା ବାତ୍ୟାର ରୂପ ନେବ କି ନାହିଁ ଗତିପଥ କ'ଣ ହେବ ଲଘୁଚାପ ହେଲା ପରେ ଜଣାପଡିବ ବୋଲି ବିଭାଗ ସୂଚନା ଦେଇଛି।

ଓଡିଶା ଉପରେ ଏହାର ପ୍ରଭାବ ରହିବ କି ନାହିଁ ପରବର୍ତ୍ତୀ ସମୟରେ ସ୍ପଷ୍ଟ ହେବ କହିଛି ଆଞ୍ଚଳିକ ପାଣିପାଗ ବିଭାଗ । ସେପଟେ ଯେତେବେଳେ ୭ ତାରିଖଠାରୁ ଏହା ଲଘୁଚାପର କ୍ଷେତ୍ର ସୃଷ୍ଟି ହେବ ସେତେବେଳେ ୪୦ରୁ ୬୦ କିମି ପବନ ବହିବାର ସମ୍ଭାବନା ଥିବା ବେଳେ ସମୁଦ୍ର ଅଶାନ୍ତ ରହିବ। ଦକ୍ଷିଣ, ପଶ୍ଚିମ ବଙ୍ଗୋପସାଗର ଓ ଦକ୍ଷିଣ ଆଣ୍ଡାମାନ ଅଞ୍ଚଳରେ ଏହାର ପ୍ରଭାବ ରହିବ । ଏହାକୁ ନେଇ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି । ପରେ ଏହା ଯେତେବେଳେ ଉତ୍ତର ଆଣ୍ଡାମାନ ଆଡକୁ ଗତି କରିବା ସେତେବେଳେ ୮ ରୁ ୧୨ ତାରିଖ ପର୍ଯ୍ୟନ୍ତ ଉତ୍ତର ଆଣ୍ଡାମାନ ଦୀପ ଓ ସାଗର ଅଞ୍ଚଳରେ ପ୍ରବଳ ବର୍ଷ ସହ ପବନର ବେଗ ୫୦ରୁ ୮୦ କିମି ରହିବ ।

ଏହା ବି ପଢନ୍ତୁ- Cyclone Mocha: ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ

ଏହାକୁ ନେଇ ସମୁଦ୍ର ଅଶାନ୍ତ ଥିବାରୁ ମତ୍ସ୍ୟଜୀବିଙ୍କୁ ସମୁଦ୍ରକୁ ଯିବାକୁ ବାରଣ ଥିବା ବେଳେ ଏହି ସମୟରେ ଆଣ୍ଡାମାନକୁ ପର୍ଯ୍ୟଟଙ୍କ ସୁରକ୍ଷାକୁ ନେଇ କେହି ଯାତ୍ରା ବା ବୁଲାବୁଲି କରିବାକୁ ନ ଯିବାକୁ ପରାମର୍ଶ ଦେଇଛି ପାଣିପାଗ ବିଭାଗ । ଅନ୍ୟପଟେ ରାଜ୍ୟରେ ଆଜିଠୁ କମିବ କାଳବୈଶାଖୀ ବର୍ଷା ଓ ବଢିବ ତାତି । ଦିନର ତାପମାତ୍ରା ସ୍ବାଭାବିକଠୁ ୩ରୁ ୫ ଡିଗ୍ରୀ ଯାଏଁ ବଢ଼ିବ। ୮ ତାରିଖଠାରୁ କିଛି ସ୍ଥାନରେ ତାତି ୪୦ ଡିଗ୍ରୀ କିମ୍ବା ଅଧିକ ରହିବା ସମ୍ଭାବନା ରହିଛି । ଆସନ୍ତା ୨୪ ଘଣ୍ଟାରେ କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି।

ବିଜୁଳି ଘଡ଼ଘଡ଼ି ସହ ବର୍ଷା ନେଇ ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ। ସେହିସବୁ ଜିଲ୍ଲାଗୁଡ଼ିକ ହେଲା କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ଵର, ଭଦ୍ରକ, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, ମାଲକାନାଗିରି, କନ୍ଧମାଳ। ସେହିପରି ଆସନ୍ତାକାଲି ରାଜ୍ୟରେ କିଛି ଜିଲ୍ଲାରେ ବିଜୁଳି ଘଡଘଡି ସହ ବର୍ଷା ହେବାର ସମ୍ଭାବନା ଥିବା ବେଳେ କୌଣସି ଚେତାବନୀ ନାହିଁ । ଏଥିସହ ଗତ ୨୪ ଘଣ୍ଟାରେ ସର୍ବାଧିକ ବର୍ଷା ନବରଙ୍ଗପୁରର କୁସୁମଗୁଡାଠାରେ ୬୫.୮ କିମି ବର୍ଷା ରେକର୍ଡ଼ ହୋଇଥିବା ବେଳେ ବାଲେଶ୍ବରରେ ସର୍ବାଧିକ ୩୮ ତାପମାତ୍ରା ରେକର୍ଡ କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : May 6, 2023, 5:45 PM IST

ABOUT THE AUTHOR

...view details