ETV Bharat / state

Cyclone Mocha: ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ

author img

By

Published : May 6, 2023, 3:13 PM IST

ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ । ୯ ତାରିଖ ସକାଳେ ଅବପାତରେ ପରିଣତ ହେବା ପରେ ବାତ୍ୟାର ରୂପ ନେବା ନେଇ ଆଶଙ୍କା । ଅଧିକ ପଢନ୍ତୁ

Cyclone Mocha
Cyclone Mocha

  • A cyclonic circulation has formed and lay over southeast Bay of Bengal and neighbourhood extending upto middle tropospheric level at 0830 IST of today the 6th May, 2023.

    ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ସୃଷ୍ଟି ହେଲା ଘୁର୍ଣ୍ଣିବଳୟ pic.twitter.com/eS9aH7ero5

    — Meteorological Centre, Bhubaneswar (@mcbbsr) May 6, 2023 " class="align-text-top noRightClick twitterSection" data=" ">

ଭୁବନେଶ୍ବର: ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ । ରବିବାର ଲଘୁଚାପର ରୂପ ନେଇପାରେ ଘୂର୍ଣ୍ଣିବଳୟ । ଏନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଟ୍ବିଟ ଯୋଗେ ସୂଚନା ଦିଆଯାଇଛି । ୯ ତାରିଖ ସକାଳେ ଅବପାତରେ ପରିଣତ ହେବା ପରେ ବାତ୍ୟାର ରୂପ ନେଇପାରେ ।

୭ ତାରିଖ ବେଳକୁ ଏହି ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହାପରେ ୮ ତାରିଖ ବେଳକୁ ଏହା ଅବପାତରେ ପରିଣତ ହେବ ବୋଲି ଅନୁମାନ କରାଯାଇଛି । ପରବର୍ତ୍ତୀ ମୂହୁର୍ତ୍ତରେ ଗଭୀର ଅବପାତ ଓ ସାମୁଦ୍ରିକ ଝଡ଼ର ରୂପ ନେବାର ସମ୍ଭାବନା ରହିଛି । ସମ୍ଭାବ୍ୟ ବାତ୍ୟାର ନାମ କରଣ ମୋଚା ରଖାଯାଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ଏହାର ଗତିପଥ ସ୍ଥିର ହୋଇପାରି ନାହିଁ । ଓଡିଶା ଉପରେ ଏହାର ପ୍ରଭାବ ରହିବ କି ନାହିଁ, ତାହା ପରବର୍ତ୍ତୀ ସମୟରେ ସ୍ପଷ୍ଟ ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।

ଅନ୍ୟପଟେ ଆଜିଠୁ ଖରା ବଢିବା ନେଇ ମଧ୍ୟ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଆଜିଠୁ ରାଜ୍ୟରେ କାଳବୈଶାଖୀର ପ୍ରଭାବ କମୁଥିବା ବେଳେ ତାତି ବଢିବା ନେଇ କୁହାଯାଇଛି । ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଟ୍ବିଟ କରି କୁହାଯାଇଛି, "୮ତାରିଖରୁ କିଛି ରାଜ୍ୟରେ ତାପମାତ୍ରା ୪୦ଡିଗ୍ରୀ ଛୁଇଁପାରେ । ଆଗାମୀ ୪ରୁ ୫ଦିନ ମଧ୍ୟରେ ଦିନର ତାପମାତ୍ରା ଧୀରେ ଧୀରେ ବୃଦ୍ଧି ପାଇବ । ୩ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ପାଇବାରେ ।"

ଏହା ମଧ୍ୟ ପଢନ୍ତୁ: Cyclone Mocha: କେଉଁଠି ଲ୍ୟାଣ୍ଡଫଲ୍ କରିବ ସମ୍ଭାବ୍ୟ ବାତ୍ୟା ମୋଚା, କେତେ ରହିବ ପବନ ବେଗ ?

ସମ୍ଭାବ୍ୟ ବାତ୍ୟା ନେଇ ଗତକାଲି(ଶୁକ୍ରବାର) ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଥିଲେ, "ସାଧାରଣତଃ ବାତ୍ୟା ଦୁଇଟି ଋତୁରେ ହୋଇଥାଏ । ଖରାଦିନେ ଏପ୍ରିଲ, ମେ ଓ ଜୁନ ମାସରେ ଏବଂ ବର୍ଷା ଦିନରେ ଅକ୍ଟୋବର, ନଭେମ୍ବର ଓ ଡିସେମ୍ବରରେ ବାତ୍ୟା ସୃଷ୍ଟି ହୋଇଥାଏ । ଖରାଦିନେ ବିଶେଷ କରି ମେ ମାସରେ ଅଧିକ ବାତ୍ୟା ସୃଷ୍ଟି ହୋଇଥାଏ । ମେ ମାସରେ ସୃଷ୍ଟି ହୋଇଥିବା ବାତ୍ୟାର ପ୍ରଭାବ ଆଗରୁ ଓଡିଶା ଉପରେ ରହିଛି । କିନ୍ତୁ ସବୁଥର ପଡିବ ବୋଲି କହିପାରିବା ନାହିଁ । ଲଘୁଚାପ କ୍ଷେତ୍ର ସୃଷ୍ଟି ହେଲା ପରେ ପ୍ରଭାବ ଆକଳନ କରାଯିବ ।" ତେବେ ଏହି ସମୟରେ ସମୁଦ୍ର ଅଶାନ୍ତ ରହିଥିବାରୁ ମତ୍ସଜିବୀଙ୍କୁ ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.