ଓଡିଶା

odisha

ଟ୍ରେନ ଅଟକାଇ ଷ୍ଟେସନ ନିର୍ମାଣ ପାଇଁ ଦାବି, ସମସ୍ୟା ଶୁଣିଲେ ରେଳମନ୍ତ୍ରୀ

By ETV Bharat Odisha Team

Published : Jan 6, 2024, 8:46 PM IST

Demands To Build Railway Station At Sanapadar: ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ବସିଥିବା ଟ୍ରେନକୁ ଅଟକାଇଲେ ଲୋକ । ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ ସାନପଦର ଷ୍ଟେସନ ନିରାମଣ ପାଇଁ କଲେ ଦାବି । ଖୁବଶୀଘ୍ର ଷ୍ଟେସନ ନିର୍ମାଣ ପାଇଁ ଦେଲେ ପ୍ରତିଶ୍ରୃତି । ଅଧିକ ପଢ଼ନ୍ତୁ

ଟ୍ରେନ ଅଟକାଇ ଷ୍ଟେସନ ନିର୍ମାଣ ପାଇଁ ଦାବି
ଟ୍ରେନ ଅଟକାଇ ଷ୍ଟେସନ ନିର୍ମାଣ ପାଇଁ ଦାବି

ଟ୍ରେନ ଅଟକାଇ ଷ୍ଟେସନ ନିର୍ମାଣ ପାଇଁ ଦାବି

ଖୋର୍ଦ୍ଧା:ରେଳ ଧାରଣା ଉପରେ ଗଡୁଥିଲା କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ବସିଥିବା ରେଳ ଗାଡି । ଧାରଣା ଉପରେ ନନଷ୍ଟପ ଚାଲିଥାଏ ଟ୍ରେନ । ହେଲେ ଏହାରି ଭିତରେ ବିନା କୌଣସି ଷ୍ଟେସନରେ ଲୋକଙ୍କୁ ଦେଖି ହଠାତ ଅଟକି ଯାଇଥିଲା ରେଳମନ୍ତ୍ରୀଙ୍କ ଟ୍ରେନ । ଏଭଳି ଘଟଣା ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ ସାନପଦର ଗ୍ରାମରେ ।

ସୂଚନା ଅନୁସାରେ, ୨୦୧୭ ମସିହାରୁ ଆଞ୍ଚଳିକ କ୍ରିୟାନୁଷ୍ଠାନ କମିଟି ଆଖପାଖ ୧୦ଟି ପଞ୍ଚାୟତର ସମସ୍ୟାକୁ ଦୁଷ୍ଟିରେ ରଖି ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ ସାନପଦର ଠାରେ ଏକ ରେଳ ଷ୍ଟେସନ ନିର୍ମାଣ ପାଇଁ ନିବେଦନ କରିଥିଲେ । ଏହାକୁ ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀଙ୍କ ସହାୟତାରେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ସାନପଦର ଠାରେ ରେଳ ପସେଞ୍ଜର ଷ୍ଟେସନ ହେବ ବୋଲି କହିବା ସହ ଗତ ଏପ୍ରିଲ ମାସରେ ରେଳ ବିଭାଗ ଚିଠି କରିଥିଲା । ଚିଠି ମିଳିବା ପରେ ଅଞ୍ଚଳବାସୀଙ୍କ ମନରେ ଖୁସିର ଲହରୀ ଖେଳିଯାଇଥିଲା । କିନ୍ତୁ ଷ୍ଟେସନ କାମରେ କୌଣସି ଅଗ୍ରଗତି ହୋଇ ନଥିଲା । ତେବେ ଆଜି ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଖୋର୍ଦ୍ଧା ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପର ଦଶପଲ୍ଲା ରେଳ ଷ୍ଟେସନ ବିଲଡିଂ ଏବଂ ନବ ନିର୍ମିତ ନୂଆଗାଁ-ଦଶପଲ୍ଲା ରେଳ ସେକ୍ସନର ଉଦଘାଟନ କରିବା ପାଇଁ ଦଶପଲ୍ଲାରେ ଆୟୋଜିତ ହୋଇଥିବା କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଉଥିବା ବେଳେ ସ୍ଥାନୀୟ ଜନସାଧାରଣ ସାନପଦର ଠାରେ ରେଳମନ୍ତ୍ରୀଙ୍କୁ ଅଟକି ସେମାନଙ୍କ ସମସ୍ୟାର ସମାଧାନ ପାଇଁ ନିବେଦନ କରିଥିଲେ ।

ଏହା ମଧ୍ୟ ପଢ଼ନ୍ତୁ.......ସାନପଦରରେ ନିର୍ମାଣ ହେବ ରେଳ ଷ୍ଟେସନ, ସୂଚନା ଦେଲା ରେଳ ବୋର୍ଡ

ଏହା ମଧ୍ୟ ପଢ଼ନ୍ତୁ......୬ରୁ ଦଶପଲ୍ଲାକୁ ଗଡିବ ଟ୍ରେନ, ଶୁଭାରମ୍ଭ କରିବେ ଅଶ୍ୱିନୀ ବୈଷ୍ଣବ

ସାନପଦର ଠାରେ ଟ୍ରେନ ଲାଇନ କଡରେ ସ୍ଥାନୀୟ ଲୋକ ରେଳମନ୍ତ୍ରୀଙ୍କୁ ଦେଖା କରିବାକୁ ଅପେକ୍ଷା କରିଥିବା ଜାଣି ରେଳମନ୍ତ୍ରୀ ଅଶ୍ବିନୀ ଟ୍ରେନ ଅଟକାଇ ତଳକୁ ଓହ୍ଲାଇବା ସହ ଲୋକଙ୍କ ସହ ସିଧାସଳଖ ଆଲୋଚନା କରିଥିଲେ । ପରେ ସାନପଦର ଠାରେ ରେଳ ଷ୍ଟେସନ କାମର ଅଗ୍ରଗତି ଦାବି ଶୁଣି ସଙ୍ଗେ ସଙ୍ଗେ ରେଳମନ୍ତ୍ରୀଙ୍କ ସହ ଥିବା ଖୋର୍ଦ୍ଧା ରୋଡ ଡିଆରଏମଙ୍କୁ 20 ଦିନ ମଧ୍ୟରେ ଏଠାରେ ଷ୍ଟେସନ କାମ ଆରମ୍ଭ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଅଶ୍ବିନୀ । ଏହାସହ ଆସନ୍ତା ରଥଯାତ୍ର ପୂର୍ବରୁ ଏଠାରେ ଟ୍ରେନ ରହଣି କରିବ ଏବଂ ଅଞ୍ଚଳର ଲୋକମାନ ଏହି ଷ୍ଟେସନରୁ ଟ୍ରେନରେ ବସି ପୁରୀ ଜଗନ୍ନାଥଙ୍କ ରଥଯାତ୍ରା ଦେଖିବାକୁ ଯିବେ ବୋଲି ରେଳମନ୍ତ୍ରୀଙ୍କୁ କହିଛନ୍ତି । ସେପଟେ ରେଳମନ୍ତ୍ରୀଙ୍କ ଏଭଳି ନିଷ୍ପତ୍ତିକୁ ସ୍ଥାନୀୟ ଅଞ୍ଚଳବାସୀ ସ୍ବାଗତ କରିଛନ୍ତି ।

ଇଟିଭି ଭାରତ, ଖୋର୍ଦ୍ଧା

ABOUT THE AUTHOR

...view details