ଓଡିଶା

odisha

'ଓଡ଼ିଶାରେ ନାହିଁ ନୂଆ ଭାରିଆଣ୍ଟ JN.1, ଲକ୍ଷଣ ଥିଲେ ତୁରନ୍ତ ଟେଷ୍ଟ କରାନ୍ତୁ'

By ETV Bharat Odisha Team

Published : Dec 19, 2023, 12:39 PM IST

Updated : Dec 19, 2023, 2:18 PM IST

Bijay Mohapatra On COVID Situation: କୋରୋନାର ନୂଆ ଭାରିଆଣ୍ଟ ଜେଏନ 1 ନେଇ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ରଙ୍କ ପ୍ରତିକ୍ରିୟା । କହିଲେ ଏମିତି..

Bijay Mohapatra On COVID Situation
Bijay Mohapatra On COVID Situation

COVID Situation reaction

ଭୁବନେଶ୍ବର: ପୁଣି ଡରାଇଲାଣି କୋରୋନା ମହାମାରୀ । କିଛି ଦିନର ନୀରବତା ପରେ ପୁଣି ସ୍ବାସ୍ଥ୍ୟ ବିଭାଗର ଚିନ୍ତାର କାରଣ ସାଜିଛି । ତେବେ ଦେଶରେ କୋଭିଡର ନୂଆ ଭାରିଆଣ୍ଟ ଜେଏନ୍‌-1 ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ସତର୍କ ରହିବାକୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି । ଏଭଳି ପରିସ୍ଥିତିରେ କୋଭିଡ୍‌ର ନୂଆ ଭାରିଆଣ୍ଟକୁ ନେଇ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ପ୍ରତିକ୍ରିୟା ଦେଇଛନ୍ତି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ନୂଆ ଭାରିଆଣ୍ଟ ଚିହ୍ନଟ ହୋଇନଥିବା ବେଳେ ସତର୍କ ରହିବା ପାଇଁ ଜନସାଧାରଣଙ୍କୁ ଅପିଲ୍‌ କରିଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ।
ସ୍ବାସ୍ଥ୍ୟ ନିର୍ଦ୍ଦେଶକଙ୍କ ପ୍ରତିକ୍ରିୟା: କୋଭିଡର ନୂଆ ଭାରିଆଣ୍ଟ ଜେଏନ୍‌-1କୁ ନେଇ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି, "ଯେଉଁ ନୂଆ ଭାରିଏଣ୍ଟ କଥା କୁହାଯାଉଛି ତାହା ନାଚୁରାଲ । କେରଳ ଓ କର୍ଣ୍ଣାଟକରେ ସଂକ୍ରମିତ ଚିହ୍ନଟ ହେବା ପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଗାଇଡଲାଇନ ଜାରି କରାଯାଇଛି । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ବୈଷୟିକ କମିଟି ମଧ୍ୟ ଆଲୋଚନା ଜାରି ରଖିଛନ୍ତି । ଆବଶ୍ୟକ ପଡ଼ିଲେ ରାଜ୍ୟରେ ମଧ୍ୟ ଗାଇଡଲାଇନ ଜାରି କରାଯାଇ ପାରେ । ଏବେ ବି ସର୍ଭିଲାନ୍ସ ଜାରି ରହିଛି । ଯେଉଁ ମାନଙ୍କର ଥଣ୍ଡା କାଶ ଜ୍ଵର ଅଧିକ ଦିନ ରହୁଛି, ସେମାନେ ପୂର୍ବ ଭଳି କୋଭିଡ ଟେଷ୍ଟ କରାନ୍ତୁ ।"

ରାଜ୍ୟରେ ଏଯାଏଁ ଚିହ୍ନଟ ହୋଇନି ନୂଆ ଭାରିଆଣ୍ଟ:ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ନୂଆ ଭାରିଆଣ୍ଟ ଚିହ୍ନଟ ହୋଇନଥିବା ନେଇ ସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି । ଯଦି ସଂକ୍ରମିତ ଚିହ୍ନଟ ହୁଅନ୍ତି ତାହେଲେ ଆମେ ଜିନମ୍ ସିକ୍ୟୁଏନ୍ସ ପାଇଁ ପଠାଇବୁ ବୋଲି କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି,"ବର୍ତ୍ତମାନ ସୁଦ୍ଧା ଏହି ନୂଆ ଭାରିଆଣ୍ଟରେ କୌଣସି ଭୟାନକ ସୂଚନା ନାହିଁ, ତଥାପି ସର୍ଭିଲାନ୍ସ ଜାରି ରହିଛି । କେନ୍ଦ୍ରର ଗାଇଡଲାଇନ୍ ଅନୁଯାୟୀ ଆମେ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛୁ ଓ ଯଥେଷ୍ଟ ପରିମାଣ ଟେଷ୍ଟ କିଟ୍ ମଧ୍ୟ ଉପଲବ୍ଧ ରହିଛି । ଏଣୁ ଯେଉଁ ଲୋକଙ୍କ ପାଖରେ କୌଣସି ସିମ୍‌ଟମ୍ସ ବା ଲକ୍ଷଣ ରହୁଛି, ସେମାନେ ଆସି କୋଭିଡ ଟେଷ୍ଟ କରାନ୍ତୁ । ମ୍ୟାନପାୱାର, ବେଡ୍, ଔଷଧ ସହ ସମସ୍ତ ପ୍ରକାର ପ୍ରସ୍ତୁତି ଆଗରୁ ସ୍ୱାସ୍ଥ୍ୟ ବିଭାଗ କରିଥିଲା ଏବେ ବି କରିଛୁ । ଯେଉଁମାନଙ୍କୁ ଥଣ୍ଡା, କାଶ ରହୁଛି ସେମାନେ ପ୍ରିକସନ୍ ନେବା ସହ କୋଭିଡ୍ ନିୟମ ଅନୂପାଳନ କରନ୍ତୁ ।" ଆଉ ଦିନ କେଇଟା ପରେ ନୂଆ ବର୍ଷ ଆସିବାକୁ ଥିବା ବେଳେ ଥଣ୍ଡା, ଜ୍ବର ଭଳି ଲକ୍ଷଣ ରହିଥିଲେ ଘରୁ ବାହାରନ୍ତୁ ନାହିଁ କିମ୍ବା ପିକ୍‌ନିକ୍‌ ଯାଆନ୍ତୁ ନାହିଁ ବୋଲି ସ୍ବାସ୍ଥ୍ଯ ବିଭାଗ ନିର୍ଦ୍ଦେଶକ ପରାମର୍ଶ ଦେଇଛନ୍ତି ।

ଏହା ମଧ୍ୟ ପଢନ୍ତୁ: 5ମୁଣ୍ଡ ନେଲା ନୂଆ ଭାରିଆଣ୍ଟ, ଆଡଭାଇଜରୀ ଜାରି କଲା WHO

ଜେଏନ-1କୁ ନେଇ କେରଳ-କର୍ଣ୍ଣାଟକରେ ଚିନ୍ତା:କେରଳ ଓ କର୍ଣ୍ଣାଟକରେ ଚିନ୍ତା ବଢ଼ାଇଲାନି କୋରୋନାର ନୂଆ ଭାରିଆଣ୍ଟ ଜେଏନ 1 । ତେବେ ପରିସ୍ଥିତିକୁ ଆଖିଆଗରେ ରଖି କେନ୍ଦ୍ରସରକାର ସମସ୍ତ ରାଜ୍ୟକୁ ସତର୍କ ରହିବା ପାଇଁ ନିର୍ଦ୍ଦେଶ ଦେଇଥିବା ବେଳେ ଆସନ୍ତାକାଲି(ବୁଧବାର) କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସହିତ ସମସ୍ତ ରାଜ୍ୟର ବୈଠକ ବସିବ । କୋଭିଡ ସ୍ଥିତି ସମୀକ୍ଷା କରିବେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ।

ନୂଆ ଭାରିଆଣ୍ଟକୁ ନେଇ କ୍ୟାପିଟାଲ ନିର୍ଦ୍ଦେଶକଙ୍କ ପ୍ରତିକ୍ରିୟା:ବର୍ତ୍ତମାନ ଦେଶରେ କୋଭିଡ ଜେଏନ 1 ଚିହ୍ନଟ ହୋଇଛନ୍ତି। ଓଡ଼ିଶାରେ ବର୍ତ୍ତମାନ ପର୍ଯ୍ୟନ୍ତ କେହି ଚିହ୍ନଟ ହୋଇନାହାନ୍ତି। ଏନେଇ ସମସ୍ତେ ସତର୍କ ରହିବାକୁ ପଡିବ ବୋଲି କହିଛନ୍ତି କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ଲକ୍ଷ୍ମୀଧର ସାହୁ। ସେ ଆହୁରି ମଧ୍ୟ କହିଛନ୍ତି, "କେନ୍ଦ୍ର ସରକାର ଏବଂ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନିର୍ଦ୍ଦେଶାବଳୀ କରାଯାଇଛି। ଯେଉଁ ସମସ୍ତ ଗାଇଡ ଲାଇନ୍ ରହିଛି ତାହା ମନିବାକୁ ପଡ଼ିବ। କୋଭିଡ ପରୀକ୍ଷା ସହିତ ମାକ୍ସର ପରିଧାନ ଆବଶ୍ୟକ। ପ୍ରଥମ ପର୍ଯ୍ୟାୟରେ 60 ବର୍ଷରୁ ଉର୍ଦ୍ଧ ବୟସ୍କଙ୍କୁ ମାସ୍କ ପିନ୍ଧିବା ପାଇଁ ପରାମର୍ଶ ଦିଆଯିବା ଉଚିତ। ଆଗକୁ ବଡ଼ ଦିନ ଏବଂ ନୂଆ ବର୍ଷ ରହିଛି। ତେବେ ଜନସମାଗନର ଆଶଙ୍କା ଅଧିକ ରହିଥିବାରୁ ଆମକୁ ପ୍ରସ୍ତୁତ ରହିବାକୁ ପଡିବ।"

ଇଟିଭି ଭାରତ, ଭୁବନେଶ୍ବର

Last Updated : Dec 19, 2023, 2:18 PM IST

ABOUT THE AUTHOR

...view details