ଓଡିଶା

odisha

Weather Update: ରଜରେ ବି କଲବଲ କରିବ ତାତି, 15 ପରେ ପ୍ରାକ ମୌସୁମୀ ଆସିବା ସମ୍ଭାବନା

By

Published : Jun 11, 2023, 5:19 PM IST

Updated : Jun 11, 2023, 5:37 PM IST

ଚଳିତ ବର୍ଷ ପହିଲି ରଜରେ ବି ଜାରି ରହିବ ଭୀଷଣ ଗ୍ରୀଷ୍ମ ପ୍ରବାହ। 15 ତାରିଖ ପରେ ରାଜ୍ୟରେ ପ୍ରାକ ମୌସୁମୀ ଆସିବାର ସମ୍ଭାବନା ଥିବା କହିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଅଧିକ ପଢନ୍ତୁ

heat wave warning
heat wave warning

Weather Update: ରଜରେ ବି କଲବଲ କରିବ ତାତି, 15 ପରେ ପ୍ରାକ ମୌସୁମୀ ଆସିବା ସମ୍ଭାବନା

ଭୁବନେଶ୍ବର:ରାଜ୍ୟରେ ଜାରି ରହିଛି ଭୀଷଣ ଗ୍ରୀଷ୍ମ ପ୍ରବାହ । ଆକାଶରୁ ହେଉଛି ଅଗ୍ନିଵର୍ଷା । ଡହ ଡହ ଖରାରେ ସିଝୁଛି ସାରା ଓଡ଼ିଶା । ଖରାର ପ୍ରକୋପ ଏତେ ରହିଛି ଯେ ରାସ୍ତାରେ ବାହାରିଲେ ଦେହ ହାତ ଓ ମୁହଁ ପୋଡିଯିବା ଭଳି ଲାଗୁଛି । ରୁଦ୍ର ତାପର ଏଭଳି ସ୍ଥିତି ଆଗାମୀ ୩ ଦିନ ଅର୍ଥାତ ୧୪ ତାରିଖ ଯାଏଁ ଲାଗି ରହିବ। ରାଜ୍ୟର ଅଧିକାଂଶ ଜିଲ୍ଲାରେ ତାପମାତ୍ରା ସ୍ବାଭାବିକଠାରୁ 6ରୁ 7 ଡିଗ୍ରୀ ଅଧିକ ତାପମାତ୍ରା ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏହାସହିତ 15 ତାରିଖ ପରେ ପ୍ରାକ୍‌ ମୌସୁମୀ ଆସିବାର ସମ୍ଭାବନା ରହିଥିବା ବିଭାଗ ପକ୍ଷରୁ କୁହାଯାଇଛି ।

ଆସନ୍ତାକାଲି ପାଇଁ ୮ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଏବଂ ୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ସୋନପୁର, ବଲାଙ୍ଗୀର, କେନ୍ଦୁଝର, ଝାରସୁଗୁଡା, ସୁନ୍ଦରଗଡ଼, ବୌଦ୍ଧ, କନ୍ଧମାଳ , ବରଗଡ଼, ଜିଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ୟେଲୋ ୱାର୍ଣ୍ଣିଂ ଜାରି କରିଥିବା ଜିଲ୍ଲାଗୁଡ଼ିକ ହେଲା ସୁନ୍ଦରଗଡ଼, ନୂଆପଡ଼ା, କଳାହାଣ୍ଡି, ନୟାଗଡ଼, ମୟୂରଭଞ୍ଜ, ଅନୁଗୋଳ ଓ ଦେବଗଡ଼ । କାଳବୈଶାଖୀର ପ୍ରଭାବ ବିଶେଷ ନଥିବାରୁ ତାପମାତ୍ରା ବୃଦ୍ଧି ପାଉଛି । ପବନ କିଛି ସ୍ଥାନରେ ରହୁଛି । ତେଣୁ ଆସନ୍ତାକାଲି ମଧ୍ୟ ୮ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଏବଂ ୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଏହି ସବୁ ଜିଲ୍ଲାରେ ୪୦ ଡିଗ୍ରୀରୁ ଅଧିକା ତାପମାତ୍ରା ରହିବ ।

ଏହା ବି ପଢନ୍ତୁ- ଶ୍ରୀମନ୍ଦିରରେ ନିଆର ପରମ୍ପରା, ମହାପ୍ରଭୁଙ୍କ ଗୁପ୍ତ ସେବାରେ ସାମିଲ ହେଲେ କୁନି ଦଇତାପତି

ଅନ୍ୟପଟେ ପ୍ରାକ ମୌସୁମୀ ବର୍ଷାର ଅଭାବ ପାଇଁ ମଧ୍ୟ ତାପମାତ୍ରା ଜୁନ୍‌ ମାସରେ ଅଧିକ ରହିଛି । କାରଣ ମୌସୁମୀ ବିଳମ୍ବରେ ଆସିଲେ ଗ୍ରୀଷ୍ମ ପ୍ରବାହ ବଢେ ବୋଲି ସୂଚନା ଦେଇଛି ବିଭାଗ । ସେହିପରି ଉପକୂଳରେ ଦିନ ସମୟରେ ୫୦ ପ୍ରତିଶତରୁ ଅଧିକ ଆର୍ଦ୍ରତା ରହୁଛି, ଯାହା ଫଳରେ ଅତ୍ୟଧିକ ଗୁଳୁଗୁଳି ଅନୁଭୂତ ହେଉଛି । ଯେହେତୁ ଏବେ ମୌସୁମୀ ଦୁର୍ବଳ ଅଛି ଓ ବାୟୁମଣ୍ଡଳରେ କୌଣସି ଟ୍ରପ୍‌ଲାଇନ ନାହିଁ ତେଣୁ ବର୍ଷା ହେବାର ସମ୍ଭାବନା ପ୍ରକ୍ରିୟା ଏବେ ନାହିଁ ବୋଲି କହିଛନ୍ତି ପାଣିପାଗ ବିଜ୍ଞାନ କେନ୍ଦ୍ରର ଉମାଶଙ୍କର ଦାଶ । ଅନ୍ୟପଟେ ଆରବ ସାଗରରେ ଥିବା ବାତ୍ୟା ବିପର୍ଯ୍ୟୟ ଉପକୂଳ ମୁହାଁ ହେଲେ ଜଳୀୟବାଷ୍ପ କିଛି ଓଡ଼ିଶା ମୁହାଁ ହେବାର ସମ୍ଭାବନା ରହିଛି ।

ତେବେ ଏପରି ହେଲେ ରାଜ୍ୟରେ ସାମାନ୍ୟ ତାପମାତ୍ରା ପରିବର୍ତ୍ତନ ହୋଇପାରେ । ଏହାକୁ ନେଇ ୧୪ ତାରିଖ ପରଠୁ ରାଜ୍ୟରେ ବର୍ଷାର ସମ୍ଭାବନା ରହିଥିବା ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ସେହିପରି ମୌସୁମୀର ସ୍ଥିତି ବର୍ତ୍ତମାନ ତାମିଲନାଡୁ, କର୍ଣ୍ଣାଟକ, ଭଳି କିଛି ଅଞ୍ଚଳକୁ ମୌସୁମୀ ଅଗ୍ରସର ହେଉଛି। ଆସନ୍ତା 15 ତାରିଖ ପରେ ପ୍ରାକ ମୌସୁମୀ ଆସିବାର ସମ୍ଭାବନା ରହିଥିବା ବିଭାଗ ପକ୍ଷରୁ କୁହାଯାଇଛି । ଏହାରି ମଧ୍ୟରେ ଅସହ୍ୟ ଗରମରେ ରାଜ୍ୟ ସିଝୁଥିବା ବେଳେ ଝାରସୁଗୁଡ଼ାରେ ସର୍ବାଧିକ ୪୪.୮ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Jun 11, 2023, 5:37 PM IST

ABOUT THE AUTHOR

...view details