ଓଡିଶା

odisha

ପୁଅର ମୃତ୍ୟୁ ପରେ ବୋହୂକୁ ଅନ୍ୟତ୍ର ବିବାହ ଦେଲେ ନବୀନ ନନ୍ଦ

By

Published : Jan 25, 2023, 4:43 PM IST

ପୁଅର ମୃତ୍ୟୁ ପରେ ବିଧବା ବୋହୂକୁ ଅନ୍ୟତ୍ର ବିବାହ କରାଇଲେ ଗଁଦିଆର ପୂର୍ବତନ ବିଧାୟକ ନବୀନ ନନ୍ଦ । ତେବେ ବୋହୂର ବିବାହ କରାଇବା ପରେ ସୋସିଆଲ ମିଡିଆରେ କୋହଭରା ପୋଷ୍ଟ କରିଛନ୍ତି ସେ । ଅଧିକ ପଢ଼ନ୍ତୁ

ପୁଅ ମୃତ୍ୟୁ ପରେ ବୋହୂକୁ ଅନ୍ୟତ୍ର ବିବାହ କରାଇଲେ ପୂର୍ବତନ ବିଧାୟକ ନବୀନ ନନ୍ଦ
ପୁଅ ମୃତ୍ୟୁ ପରେ ବୋହୂକୁ ଅନ୍ୟତ୍ର ବିବାହ କରାଇଲେ ପୂର୍ବତନ ବିଧାୟକ ନବୀନ ନନ୍ଦ

ଭୁବନେଶ୍ବର: ପୁଅର ମୃତ୍ୟୁ ପରେ ବିଧବା ବୋହୂକୁ ପୁଣି ଥରେ ଅନ୍ୟତ୍ର ବିବାହ କରାଇ ନିଜର ମହାନତା ଦେଖାଇଛନ୍ତି ପୂର୍ବତନ ବିଧାୟକ ନବୀନ ନନ୍ଦ । ମଙ୍ଗଳବାର ଜାତୀୟ କନ୍ୟା ଦିବସରେ ଢେଙ୍କାନାଳ ଗଁଦିଆର ଏହି ପୂର୍ବତନ ବିଧାୟକ ବୋହୂର ବିବାହ କରାଇଛନ୍ତି । ବିବାହ କରାଇବା ପରେ ସୋସିଆଲ ମିଡିଆରେ କୋହଭରା ପୋଷ୍ଟ କରିଛନ୍ତି ନବୀନ ନନ୍ଦ । ପୋଷ୍ଟରେ ଲେଖିଛନ୍ତି ଆଜିର ଦିନଟି ତାଙ୍କ ପାଇଁ ସ୍ମରଣୀୟ ହୋଇରହିବ ।

ବୋହୂର ବିବାହ ପରେ ସେ ଫେସବୁକ୍‌ରେ ପୋଷ୍ଟ କରି ସୂଚନା ଦେଇଛନ୍ତି । ସେ ଲେଖିଛନ୍ତି, "ମୁଁ ଭୁଲ କରିଛି କି ଠିକ କରିଛି ଜାଣିନି । କିନ୍ତୁ ହିନ୍ଦୁ ରୀତିନୀତି ଓ ପରମ୍ପରାରୁ ବାହାରକୁ ଯାଇ ମୋର ସ୍ବର୍ଗତ ବଡ଼ ପୁଅ ସମ୍ବିତଙ୍କ ପତ୍ନୀ ମଧୁସ୍ମିତାଙ୍କୁ ଦ୍ବିତୀୟ ବିବାହ ପାଇଁ ଅନୁମତି ଦେଇଛି ।" ଏଥିରେ ତାଙ୍କର ଓ ତାଙ୍କ ସମୁଦି ତଥା ମଧୁସ୍ମିତାଙ୍କ ବାପାଙ୍କର ସମ୍ମତି ରହିଥିବା ସେ ଲେଖିଛନ୍ତି । ଭୁବନେଶ୍ବର ନୟାପଲ୍ଲୀରେ ଥିବା ଲକ୍ଷ୍ମୀ ମନ୍ଦିରରେ ବିବାହ ସମ୍ପନ୍ନ ହୋଇଥିବା ଲେଖିଛନ୍ତି ନବୀନ ।

ସ୍ବାମୀର ମୃତ୍ୟୁ ପରେ ବିଧବା ବୋହୂ ନାନା ହଇରାଣର ସମ୍ମୁଖୀନ ହୋଇଥାଏ । ସମାଜରେ ବଞ୍ଚିବା ମୁସ୍କିଲ ହୋଇପଡେ ତା ପାଇଁ । ଅନେକ ପରମ୍ପରା ଦେଇ ତାକୁ ଯିବାକୁ ପଡେ । କିନ୍ତୁ ଏସବୁକୁ ଖାତିର ନକରି ପୂର୍ବତନ ବିଧାୟକ ନିଜ ବୋହୂକୁ ନୂଆ ଜୀବନ ଦେବା ପାଇଁ ତାର ଦ୍ବିତୀୟ ବିବାହ କରାଇଛନ୍ତି । ଯାହାକୁ କି ଉଭୟ ପରିବାରର ସ୍ବୀକୃତି ରହିଛି । ଏପରି କରି ସମାଜରେ ଭିନ୍ନ ଏକ ଉଦାହରଣ ସୃଷ୍ଟି କରିଛନ୍ତି ନବୀନ ନନ୍ଦ । ଦିନେ ବୋହୂ ହୋଇ ଘରକୁ ଆସିଥିଲା ଆଜି ଝିଅ ପରି ତାକୁ ବିବାହ କରାଇ ଅନନ୍ୟ ଉଦାହରଣ ସୃଷ୍ଟି କରିଛନ୍ତି ସେ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details