ଓଡିଶା

odisha

ରଦ୍ଦ ହେଲା ଧାନବିକ୍ରି ଟୋକେନ, ପ୍ରତିବାଦରେ ରାଜପଥ ଅବରୋଧ କଲେ ଚାଷୀ

By

Published : Mar 8, 2022, 4:06 PM IST

ଖୋର୍ଦ୍ଧା ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥକୁ ଅବରୋଧ କଲେ ଚାଷୀ । ଚାଷୀଙ୍କ ରାସ୍ତାରୋକ ଯୋଗୁଁ ଏହି ରାସ୍ତାରେ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଛି । ଅଧିକ ପଢ଼ନ୍ତୁ

ରଦ୍ଦ ହେଲା ଧାନବିକ୍ର ଟୋକେନ, ପ୍ରତିବାଦରେ ରାଜପଥ ଅବରୋଧ କଲେ ଚାଷୀ
ରଦ୍ଦ ହେଲା ଧାନବିକ୍ର ଟୋକେନ, ପ୍ରତିବାଦରେ ରାଜପଥ ଅବରୋଧ କଲେ ଚାଷୀ

ଖୋର୍ଦ୍ଧା:ଖୋର୍ଦ୍ଧା ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥକୁ ଅବରୋଧ କଲେ ଚାଷୀ । ଚାଷୀଙ୍କ ରାସ୍ତାରୋକ ଯୋଗୁଁ ଏହି ରାସ୍ତାରେ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଛି । ବୋଲଗଡ ବ୍ଲକ ପିଚୁକୁଳି ସେବା ସମବାୟ ସମିତି ଅଧିନ ଚାଷୀମାନଙ୍କ ଟୋକେନ ରଦ୍ଦ ହୋଇଥିଲା । ଫଳରେ ମଣ୍ଡିରେ ଧାନ ବିକ୍ରି କରିନପାରିନଥିଲେ ଚାଷୀ ।

ରଦ୍ଦ ହେଲା ଧାନବିକ୍ର ଟୋକେନ, ପ୍ରତିବାଦରେ ରାଜପଥ ଅବରୋଧ କଲେ ଚାଷୀ

ଏଥିରେ ଅସନ୍ତୋଷ ପ୍ରକାଶ କରି ଚାଷୀମାନେ ଆନ୍ଦୋଳନ ପନ୍ଥା ଆପଣାଇଥିଲେ । ଚାଷୀମାନେ ଏକତ୍ରିତ ହୋଇ ମଙ୍ଗଳବାର ଖୋର୍ଦ୍ଧା ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥରେ ଧାନବସ୍ତା ରଖି ଅବରୋଧ କରିଥିଲେ । ଫଳରେ ରାସ୍ତାର ଉଭୟ ପାର୍ଶ୍ବରେ ଶହଶହ ଯାନବାହାନ ଅଟକି ରହିଥିଲା । ଧାନ ବିକ୍ରି ପାଇଁ ଟୋକେନକୁ ପୁନଃ କାର୍ଯ୍ୟକ୍ଷମ କରିବାକୁ ଦାବି କରିଛନ୍ତି ଚାଷୀ ।

ରାସ୍ତା ଅବରୋଧ ଖବର ପାଇବା ପରେ ଘଟଣାସ୍ଥଳରେ ବେଗୁନିଆ ଥାନା ପୋଲିସ ପହଞ୍ଚିଥିଲା । ପୋଲିସ ଉତ୍ୟକ୍ତ ଚାଷୀଙ୍କୁ ବୁଝାସୁଝା କରିବା ପରେ ଚାଷୀମାନେ ରାସ୍ତାରୋକରୁ ଓହରିଛନ୍ତି ।


ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details