ଓଡିଶା

odisha

ହସ୍ପିଟାଲ ଟ୍ରାଜେଡି: ମୃତଦେହ ହସ୍ତାନ୍ତର ତ୍ରୁଟି, ସିବିଆଇ ତଦନ୍ତ ଦାବି କଲେ ଜ୍ୟୋତିରଞ୍ଜନଙ୍କ ପରିବାର

By ETV Bharat Odisha Team

Published : Jan 5, 2024, 10:36 PM IST

Hospital Blast Case: ଘରୋଇ ହସ୍ପିଟାଲରେ ବିସ୍ଫୋରଣ ଘଟଣା । ମୃତଦେହ ହସ୍ତାନ୍ତରରେ ତ୍ରୁଟିକୁ ନେଇ ତେଜିଛି ବିରୋଧ । ଅଧିକ ପଢନ୍ତୁ

ହସ୍ପିଟାଲ ଟ୍ରାଜେଡି
ହସ୍ପିଟାଲ ଟ୍ରାଜେଡି

ହସ୍ପିଟାଲ ଟ୍ରାଜେଡି

ଭୁବନେଶ୍ବର: ଘରୋଇ ହସ୍ପିଟାଲରେ ବିସ୍ଫୋରଣ ଘଟଣା । ଘରୋଇ ହସ୍ପିଟାଲ ବିରୋଧରେ ତେଜୁଛି ଅସନ୍ତୋଷ । ଯାହାକୁ ନେଇ ସିବିଆଇ କିମ୍ବା ଭିଜିଲାନ୍ସ ତଦନ୍ତ ଦାବି କଲେ ଜ୍ୟୋତିରଞ୍ଜନଙ୍କ ପରିବାରଲୋକେ । ମୃତଦେହ ଚିହ୍ନଟ ବିଭ୍ରାଟରେ ମୃତ ବ୍ୟକ୍ତି ଦିଲ୍ଲିପ ସାମନ୍ତରାୟ ନୁହଁନ୍ତି ବରଂ କଣ୍ଟାପଡ଼ାର ବ୍ରାହ୍ମଣ ସାଇଲୋ ଗାଁର ଜ୍ୟୋତିରଞ୍ଜନ ମଲ୍ଲିକ ବୋଲି ଏବେ ହସ୍ପିଟାଲ ପକ୍ଷରୁ ସୂଚନା ଦିଆଯାଇଛି । ଏନେଇ ଏବେ ଜ୍ୟୋତିରଞ୍ଜନଙ୍କ ପରିବାରଲୋକେ ଏହାକୁ ଗ୍ରହଣ ନକରି ମୃତଦେହ ଦାବିରେ ହସ୍ପିଟାଲ ପରିସରରେ ଅଡିବସିଛନ୍ତି । ଗତ 3ତାରିଖରୁ ମୃତଦେହର ଅନ୍ତିମ କ୍ରିୟା ସରିଥିବା ଜଣାପଡିଛି ।

ତେବେ ଜ୍ୟୋତିରଞ୍ଜନଙ୍କ ମାମୁଁ ନିରଞ୍ଜନ ମଲ୍ଲିକ କହିଛନ୍ତି, "ପ୍ରଥମେ ଦୁର୍ଘଟଣା ଖବର‌ ପାଇ 29ତାରିଖରେ ସନ୍ଧ୍ୟାରେ ପହଞ୍ଚିଥିଲି । ସେ ବାପା ମାଆର ଗୋଟିଏ ପୁଅ। ଦୁଇ ବର୍ଷ ତଳେ ବିବାହ କରିଥିଲା । ୯ ବର୍ଷ ହେଲା ସେ ଏଠାରେ କାମ କରୁଥିଲା। ଖବର‌ପାଇ 30କିଲୋମିଟର ଧାଇଁ ଆସି ପହଞ୍ଚିବା ପରେ ହସ୍ପିଟାଲରେ ଗୁଣ୍ଡା ଶ୍ରେଣୀୟ ଲୋକେ‌ ବାହାର କରିଦେଲେ । ଏପରିକି ଆହତର ମାମୁଁ ପରିଚୟ ଦେବା ପରେ ସେ କହିଲେ ପିଲାକୁ କଣ୍ଟ୍ରାକ୍ଟର ଚିହ୍ନିଛି, ସେ ଭଲ ଅଛି । ଆପଣ ମାନେ‌ ବାହାରେ ଅପେକ୍ଷା କରନ୍ତୁ ।"

ସେ ଆହୁରି ମଧ୍ୟ କହିଛନ୍ତି, "ଭେଣ୍ଟିଲେଟରରେ ଥିବାରୁ ଆମେ ଭୟରେ ଚୁପ ରହିଲୁ। ଦିନକୁ ଦୁଇ ଥର ଦେଖା କରିବାକୁ ଡାକୁଥିଲେ। ହେଲେ କାହାକୁ ଚିହ୍ନି ହେଉନଥିଲା। ଯାହାକୁ ଦେଖିବ ସମସ୍ତେ ସିରିୟସ ଥିଲେ। ସମସ୍ତଙ୍କ ଅବସ୍ଥା ସଂକଟାପନ୍ନ ଥିବାବେଳେ ହସ୍ପିଟାଲ କର୍ତ୍ତୃପକ୍ଷ କହିଥିଲେ ଯେ, ସର୍ଜନ ନାହାନ୍ତି । ଆସିଲେ ଟ୍ରିଟମେଣ୍ଟ ହେବ। ଅନେକ ଚରମ ଅବହେଳା କରିଛନ୍ତି। କେମିତି ଏସି କମ୍ପ୍ରେସର ଫାଟିଲା ତାହା ତଦନ୍ତ କରାଯାଉନାହିଁ । ଆଜି କହୁଛନ୍ତି ଆପଣଙ୍କ ପିଲାର ମୃତ୍ୟୁ ହୋଇଛି ।"

ଏହା ମଧ୍ୟ ପଢନ୍ତୁ...ଘରୋଇ ହସ୍ପିଟାଲରେ ବିସ୍ଫୋରଣ ଘଟଣା: ଜ୍ୟୋତି ରଞ୍ଜନ ମଲ୍ଲିକ ମୃତ ନା ଜୀବିତ, ଦ୍ବନ୍ଦ୍ୱରେ ପରିବାର

ଏହା ମଧ୍ୟ ପଢନ୍ତୁ...ଘରୋଇ ହସ୍ପିଟାଲ ବିସ୍ଫୋରଣ ଟ୍ରାଜେଡି: କର୍ତ୍ତୃପକ୍ଷଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି

ଏହା ମଧ୍ୟ ପଢନ୍ତୁ...ମୃତଦେହ ହସ୍ତାନ୍ତରରେ ହସ୍ପିଟାଲର ସାଂଘାତିକ ତ୍ରୁଟି, ମୃତ ଘୋଷଣା ବ୍ୟକ୍ତି ଏବେ ଜୀବିତ

"ଆମେ ଚିହ୍ନି ପାରିନଥିବାବେଳେ କେମିତି ବିନା ଡିଏନଏ ଟେଷ୍ଟରେ ଆଉଜଣଙ୍କ ଘରକୁ ହସ୍ତାନ୍ତର କରିଦେଲେ?"ବୋଲି ପ୍ରଶ୍ନ କରିଛନ୍ତି ଜ୍ୟୋତି ରଞ୍ଜନଙ୍କ ପରିବାର । କର୍ତ୍ତୃପକ୍ଷଙ୍କ ଖାମଖିଆଲି ନେଇ ଅଭିଯୋଗ ଆଣିବା ସହ ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି ଜ୍ୟୋତିରଞ୍ଜନଙ୍କ ପରିବାର ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details