ETV Bharat / state

ଘରୋଇ ହସ୍ପିଟାଲରେ ବିସ୍ଫୋରଣ ଘଟଣା: ଜ୍ୟୋତି ରଞ୍ଜନ ମଲ୍ଲିକ ମୃତ ନା ଜୀବିତ, ଦ୍ବନ୍ଦ୍ୱରେ ପରିବାର

author img

By ETV Bharat Odisha Team

Published : Jan 5, 2024, 5:01 PM IST

Updated : Jan 5, 2024, 5:22 PM IST

Private hospital explosion tragedy: ଭୁବନେଶ୍ବରରେ ଘରୋଇ ହସ୍ପିଟାଲରେ ବିସ୍ଫୋରଣ ଘଟଣା । ମୃତଦେହ ହସ୍ତାନ୍ତରରେ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁଁ ଉଜୁଡିଗଲା 2 ପରିବାର । ଜ୍ୟୋତି ରଞ୍ଜନ ମଲ୍ଲିକ ମୃତ୍ଯୁ ନା ଜୀବିତ ଏବେ ଦ୍ବନ୍ଦ୍ୱରେ ପରିବାର ଲୋକେ । ଅଧିକ ପଢନ୍ତୁ..

ଜ୍ୟୋତି ରଞ୍ଜନ ମଲ୍ଲିକ ମୃତ ନା ଜୀବିତ
ଘରୋଇ ହସ୍ପିଟାଲ ବିସ୍ଫୋରଣର ଘଟଣା

ଘରୋଇ ହସ୍ପିଟାଲରେ ବିସ୍ଫୋରଣ ଘଟଣା

ନିଆଳି: ଭୁବନେଶ୍ବର ସ୍ଥିତ ଘରୋଇ ହସ୍ପିଟାଲରେ ବିସ୍ପୋରଣ ଘଟଣାରେ ମୃତଦେହ ହସ୍ତାନ୍ତରକୁ ନେଇ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ବଡଧରଣର ତ୍ରୁଟି ସାମ୍ନାକୁ ଆସିଛି । ବିସ୍ଫୋରଣରେ 4 ଜଣ ଆହତ ହୋଇଥିବା ବେଳେ ଚିକିତ୍ସାଧିନ ଅବସ୍ଥାରେ 2 ଜଣଙ୍କ ମୃତ୍ୟୁ ହୋଇଛି । ତେବେ ଜୀବିତ ବ୍ୟକ୍ତିଙ୍କୁ ମୃତ ଓ ମୃତ ବ୍ୟକ୍ତିଙ୍କୁ ଜୀବିତ ଘୋଷଣା କରିବା ପରେ 2 ପରିବାର ମଧ୍ୟରେ ଦ୍ୱନ୍ଦ୍ୱ ଓ ଶୋକର ବାତାବରଣ ସୃଷ୍ଟି ହୋଇଛି । ପୁଅ ଜୀବିତ ନା ମୃତ୍ୟୁ ସେ ନେଇ ପ୍ରଶ୍ନ ପଚାରିଛନ୍ତି ଜ୍ୟୋତି ରଞ୍ଜନ ମଲ୍ଲିକଙ୍କ ପରିବାର ।

ହାଇଟେକ୍ ମେଡିକାଲରେ ଗ୍ୟାସ ବିସ୍ଫୋରଣର ଘଟଣା,
ହାଇଟେକ୍ ମେଡିକାଲରେ ଗ୍ୟାସ ବିସ୍ଫୋରଣର ଘଟଣା,

ଭୁବନେଶ୍ୱରରେ ଏକ ଘରୋଇ ହସ୍ପିଟାଲରେ ବିସ୍ଫୋରଣ ଘଟଣାକୁ 8 ଦିନ ବିତିଛି । ଗତ ୨୯ ତାରିଖ ସଂଧ୍ୟାରେ ହସ୍ପିଟାଲରେ ଏସି କମ୍ପ୍ରେସରରେ ବିସ୍ଫୋରଣ ଘଟିଥିଲା । ଯେଉଁଥିରେ 4 ଜଣ ଆହତ ହୋଇଥିଲେ । ସମସ୍ତ ଆହତଙ୍କର ଚିକିତ୍ସା ସେହି ହସ୍ପିଟାଲରେ ଚାଲିଥିବା ବେଳେ ଆହତଙ୍କ ମଧ୍ୟରେ 2 ଜଣଙ୍କ ମୃତ୍ୟୁ ଘଟିଛି । ଗତ 31 ତାରିଖ ଦିନ ଚିକିତ୍ସାଧିନ ଅବସ୍ଥାରେ ଖୋର୍ଦ୍ଧାର ଦିଲ୍ଲୀପ ସାମନ୍ତରାୟଙ୍କର ମୃତ୍ୟୁ ହୋଇଥିବା ନେଇ ହସ୍ପିଟାଲ ପକ୍ଷରୁ ଘୋଷଣା କରାଯାଇଥିଲା । ଏନେଇ ଦିଲ୍ଲୀପଙ୍କ ପରିବାରଙ୍କୁ ମୃତଦେହ ହସ୍ତାନ୍ତର ମଧ୍ୟ କରାଯାଇଥିଲା । ଏହାରି ଭିତରେ ମୃତଦେହ ଦାହ ସରିଥିବା ବେଳେ ଦିଲ୍ଲୀପଙ୍କ ପତ୍ନୀ ସ୍ବାମୀଙ୍କ ମୃତ୍ୟୁ ଖବର ସହ୍ୟ କରି ନପାରି ନିଜ ଜୀବନ ହାରିଛନ୍ତି ।

ଏହାମଧ୍ୟ ପଢନ୍ତୁ..ମୃତଦେହ ହସ୍ତାନ୍ତରରେ ହସ୍ପିଟାଲର ସାଂଘାତିକ ତ୍ରୁଟି, ମୃତ ଘୋଷଣା ବ୍ୟକ୍ତି ଏବେ ଜୀବିତ

ଗତକାଲି( ଗୁରୁବାର) ସନ୍ଧ୍ୟା ଦିଲ୍ଲୀପ ସୁସ୍ଥ ହେବା ପରେ ନିଜ ପରିଚୟ ଦେବା ପରେ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ଚରମ ଅବହେଳା ସାମ୍ନାକୁ ଆସିଛି । ଦିଲ୍ଲୀପ ଜୀବିତ ଥିବା ବେଳେ ତାଙ୍କୁ ମୃତ ଘୋଷଣା କରାଯାଇଥିବା ବେଳେ ଜ୍ୟୋତି ରଞ୍ଜନ ମଲ୍ଲିକଙ୍କ ମୃତ୍ୟୁ ହୋଇଥିବା କୁହାଯାଇଛି । ତେବେ କଟକ ଜିଲ୍ଲା କଣ୍ଟାପଡ଼ା ବ୍ଲକ ଗୋବିନ୍ଦପୁର ଥାନା କୂଳ ବ୍ରାହ୍ମଣ ସାଇଲୋ ଗାଁର ରମେଶ ଚନ୍ଦ୍ର ମଲ୍ଲିକଙ୍କ ଏକମାତ୍ର ରୋଜଗାରିଆ ପୁଅ ୨୪ ବର୍ଷୀୟ ଜ୍ୟୋତି ରଞ୍ଜନ ମଲ୍ଲିକ ଏବେ ଜୀବିତ ନା ମୃତ ସେନେଇ ପରିବାର ଦ୍ୱନ୍ଦ୍ୱରେ ।

ଜ୍ୟୋତି ରଞ୍ଜନ ମଲ୍ଲିକ ଅଡଶପୁର ଅଞ୍ଚଳର ଅଶୋକ ମୁଖିଙ୍କ ଝିଅ ଅର୍ପିତା ମୁଖୀଙ୍କୁ ଗତ ତିନି ବର୍ଷ ତଳେ ପ୍ରେମ ବିବାହ କରିଥଲେ।‌ ତେବେ ଜ୍ୟୋତି ରଞ୍ଜନ ମଲ୍ଲିକଙ୍କ ଶଶୁର ଭୟଙ୍କର ପ୍ରତିକ୍ରିୟା ଦେଇ କହିଛନ୍ତି ଜ୍ୟୋତି ରଞ୍ଜନ ମୃତ୍ଯୁ ହୋଇଛି ତାଙ୍କ ପରିବାରଙ୍କୁ କୋଟିଏ ଟଙ୍କା କ୍ଷତିପୂରଣର ଦେବା ସହିତ ଏକ ଚାକିରି ଦେବା ପାଇଁ ଦାବି କରିଛନ୍ତି ।

ଇଟିଭି ଭାରତ, ନିଆଳି

Last Updated : Jan 5, 2024, 5:22 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.