ଓଡିଶା

odisha

ଜାନୁଆରୀ ୧୯ରୁ ରାଜ୍ୟରେ ଉପଲବ୍ଧ ହେବ କୋଭିଡ ଟୀକା

By

Published : Jan 16, 2023, 5:41 PM IST

ଜାନୁଆରୀ ୧୯ ତାରିଖରୁ ରାଜ୍ୟରେ ଉପଲବ୍ଧ ହେବ କୋଭିଡ ଟୀକା । ବଛାବଛା ଡାକ୍ତରଖାନାରେ ଦିଆଯିବ କୋଭିସିଲ୍‍ଡ ଟୀକା । ଦ୍ୱିତୀୟ ଓ ତୃତୀୟ ଡୋଜ୍‍ ଟୀକା ନେଇପାରିବେ ଲୋକେ । ଏନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ । ଅଧିକ ପଢନ୍ତୁ

covishield vaccine
କୋଭିଡ ଟୀକା

ଭୁବନେଶ୍ବର:ଜାନୁଆରୀ 19ରୁ ରାଜ୍ୟରେ ଉପଲବ୍ଧ ହେବ କୋଭିଡ ଟୀକା । ବଛାବଛା ଡାକ୍ତରଖାନାରେ ଦିଆଯିବ କୋଭିସିଲ୍‍ଡ ଟିକା । ଦ୍ବିତୀୟ ଓ ତୃତୀୟ ଡୋଜ୍‍ ଟିକା ନେଇ ପାରିବେ ହିତାଧିକାରୀ । ରାଜ୍ୟରେ ବର୍ତ୍ତମାନ ପାଖାପାଖି 1 ଲକ୍ଷ ଡୋଜ ଟୀକା ଗଚ୍ଛିତ ହୋଇ ରହିଛି । ରାଜ୍ୟର CHC, SDH, DHH, PHC ମାନଙ୍କରେ କରାଯିବ ଟୀକାକରଣ । ଏନେଇ ସ୍ୱାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ ସୂଚନା ଦେଇଛନ୍ତି।

ତେବେ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ପ୍ରଥମ ଡୋଜ 3କୋଟି 52 ଲକ୍ଷ 50 ହଜାର 342 ଡୋଜ ଟୀକା ନେଇଛନ୍ତି । ସେହିପରି ଦ୍ବିତୀୟ ଡୋଜ୍‌ 3 କୋଟି 30 ଲକ୍ଷ 979 ଜଣ ନେଇଥିବା ବେଳେ ବୁଷ୍ଟର ଡୋଜ ନେଇଛନ୍ତି 1 କୋଟି 31 ଲକ୍ଷ୍ୟ 98 ହଜାର 797 ଜଣ । ୭୫ତମ ସ୍ବାଧୀନତା ଦିବସରେ ଆଜାଦୀ କା ଅମୃତ ମହୋତ୍ସବ ପାଳନ ଅବସରରେ 75 ଦିନ ପାଇଁ ସମଗ୍ର ଦେଶରେ ପିଲାଠାରୁ ଆରମ୍ଭ କରି ବୟସ୍କ ଲୋକମାନଙ୍କୁ ମାଗଣାରେ ଟୀକାକରଣ କରାଯାଇଥିଲା । ଏହି କ୍ରମରେ ରାଜ୍ୟରେ ଅନେକ ଲୋକ ଦ୍ବିତୀୟ ଡୋଜ୍‌ ଏବଂ ତୃତୀୟ ଡୋଜ୍‌ ଟିକା ନେଇ ନାହାନ୍ତି । ବିଦେଶରେ କିଛି ଦେଶମାନଙ୍କରେ କୋରୋନା ସଂକ୍ରମଣ ବଢୁଥିବାରୁ ରାଜ୍ୟ ସରକାର ବାରମ୍ବାର କେନ୍ଦ୍ର ସରକାରଙ୍କୁ ମାଗଣା ଟୀକା ପାଇଁ ଚିଠି ଲେଖିଥିଲେ।

ସୂଚନା ଅନୁଯାୟୀ, ରାଜ୍ୟରେ ବର୍ତ୍ତମାନ ସମୟରେ 41 ପ୍ରତିଶତ ହିତାଧିକାରୀ ତୃତୀୟ ଡୋଜ୍‌ ଟୀକା ନେଇଥିବା ବେଳେ 90 ପ୍ରତିଶତରୁ ଅଧିକ ଦ୍ବିତୀୟ ଡୋଜ ଟିକା ନେଇଛନ୍ତି । ଅନ୍ୟପଟେ ଅନେକ ଲୋକ ଟୀକା ନେବାରୁ ବଞ୍ଚିତ ହୋଇଥିବା ବେଳେ ରାଜ୍ୟ ସରକାର ପୁଣିଥରେ ଟୀକା ପ୍ରତ୍ୟେକଟି ଲୋକଙ୍କୁ ଦେବା ଲାଗି କୋଭିଡ ଟୀକା ରାଜ୍ୟକୁ ଆଣିଛନ୍ତି । ତେବେ ରାଜ୍ୟରେ ଯେଉଁଭଳି ଭାବରେ ସମସ୍ତ ଲୋକ ଟୀକା ନେଇ ପାରିବେ ସେନେଇ ଏଭଳି ପଦକ୍ଷେପ ନିଆଯାଇଛି ।

ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ପୁରୁଷମାନେ 3 କୋଟି 35 ଲକ୍ଷ 44 ହଜାର 986 ଓ ମହିଳାମାନେ 3 କୋଟି 46 ଲକ୍ଷ 90 ହଜାର 230 ଡୋଜ ଟୀକା ନେଇଛନ୍ତି । ଏପଟେ 6 କୋଟି 41 ଲକ୍ଷ 7 ହଜାର 585 ଡୋଜ ଟିକା କୋଭିସିଲ୍ଡ ଟିକା ନେଇଛନ୍ତି । ବିଶେଷ ଭାବରେ ଯେଉଁମାନେ ଟୀକା ନେଇନାହାନ୍ତି ସେମାନେ ତୁରନ୍ତ ଟିକା ନେବାକୁ ପରାମର୍ଶ ଦେଇଛି ସ୍ୱାସ୍ଥ୍ୟ ବିଭାଗ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details