ଓଡିଶା

odisha

ଚାଷୀ ସମସ୍ୟା ନେଇ ବର୍ଷିଲା କଂଗ୍ରେସ, ଆନ୍ଦୋଳନ ଚେତାବନୀ

By ETV Bharat Odisha Team

Published : Dec 28, 2023, 10:15 PM IST

Congress Targets State Govt: ଚାଷୀ ସମସ୍ୟା ନେଇ ବର୍ଷିଲା କଂଗ୍ରେସ । ସମାଧାନ ନହେଲେ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛି ଦଳ । ଅଧିକ ପଢନ୍ତୁ

farmers problem
ଚାଷୀ ସମସ୍ୟା

ଚାଷୀ ସମସ୍ୟା

ଭୁବନେଶ୍ବର:ଚାଷୀ ସମସ୍ୟା ନେଇ ରାଜ୍ୟ ସରକାରଙ୍କୁ କଂଗ୍ରେସର ଟାର୍ଗେଟ୍ । ଆଗାମୀ ଦିନରେ ଆନ୍ଦୋଳନକୁ ଓହ୍ଲାଇବା ନେଇ ଚେତାବନୀ ଦେଇଛି ଦଳ। ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି , "ନବୀନ ପଟ୍ଟନାୟକଙ୍କ ବିଜେଡି ସରକାର ହେଉଛି ଅନ୍ଧ, ବଧୀରଙ୍କ ସରକାର । କଂଗ୍ରେସର କୃଷକ ସେଲର ଅଧ୍ୟକ୍ଷ ଅମୀୟ ପଟ୍ଟନାୟକ ମଣ୍ଡିରୁ ମଣ୍ଡି ଗସ୍ତ କରୁଛନ୍ତି । ପ୍ରତ୍ୟେକ ଜିଲ୍ଲାର ଗସ୍ତରେ ମଣ୍ଡିରେ ଅବ୍ୟବସ୍ଥା ଥିବା ସେ ଦେଖିବାକୁ ପାଉଛନ୍ତି । ଚାଷୀ ଯେଉଁ ହଇରାଣ ହରକତ ହେଉଛନ୍ତି କହିଲେ ନସରେ । ସରକାର ତାହା ଉପରେ ଧ୍ୟାନ ଦେଉନାହାନ୍ତି । ଚାଷୀଙ୍କର ଯାହା ସମସ୍ୟା ରହିଛି ତାହା ସମାଧାନ କରୁନାହାନ୍ତି । ଚାଷୀମାନେ ମଣ୍ଡିରେ ଯେମିତି ଧାନ ବିକ୍ରି କରିବା କଥା ତାହା କରିପାରୁନଥିବାରୁ ରାଜ୍ୟରେ ଅଭାବୀ ବିକ୍ରି ହେଉଛି । କମ ଦାମରେ ଧାନ ଚାଷୀ ବିକିବାକୁ ବାଧ୍ୟ ହେଉଛି । ବିଜେଡି ସରକାର କିଛି ଦେଖୁନାହାନ୍ତି କି ଜାଣୁ ବି ନାହାନ୍ତି ।"



ସେ ଆହୁରି ମଧ୍ୟ କହିଛନ୍ତି, "ଓଡିଶାର କୃଷକ ସମାଜ କେମିତି ଅଛନ୍ତି ତାହା ସରକାର ଜାଣୁନାହାନ୍ତି । କୃଷିରେ 1 ନମ୍ବର ପୁରସ୍କାର ପାଇଲେ । କିନ୍ତୁ ଚାଷୀ ଏଠାରେ ଜୀବନ ହାରୁଛି । ମଣ୍ଡିରେ ଧାନ ବିକ୍ରି ହୋଇପାରୁନାହିଁ । କ୍ଷୟକ୍ଷତି ଯୋଗୁଁ ଚାଷୀଙ୍କ ଅବସ୍ଥା ଖରାପ । ମୁଖ୍ୟମନ୍ତ୍ରୀ ହୁଅନ୍ତୁ କି କୃଷି ମନ୍ତ୍ରୀ ଚାଷୀଙ୍କ ପ୍ରତି ଧ୍ୟାନ ଦେଇନାହାନ୍ତି । ରାଜ୍ୟପାଳଙ୍କ ନଜରକୁ ମଧ୍ୟ ଏହା ଆଣିଛୁ । ଏପରି ଅବ୍ୟବସ୍ଥା ଯୋଗୁଁ ଯଦି ଚାଷୀ ଅଭାବୀ ବିକ୍ରି କରନ୍ତି, ତେବେ ସେମାନେ କୁଆଡ଼େ ଯିବେ ? ସରକାର ତୁରନ୍ତ ଏଥିପ୍ରତି ଧ୍ୟାନ ଦିଅନ୍ତୁ । ଚାଷୀଙ୍କ ପ୍ରତି ଏହି ଅବହେଳାକୁ ନେଇ ଆଗାମୀ ଦିନରେ କଂଗ୍ରେସ ଆନ୍ଦୋଳନ କରିବ ।"

ଏହା ମଧ୍ୟ ପଢନ୍ତୁ...ଅବ୍ୟବସ୍ଥା ଘେରରେ ଧାନ ମଣ୍ଡି, ରାଜରାସ୍ତା ଅବରୋଧ କଲେ ଚାଷୀ


ସେପଟେ ଯୋଗାଣ ଏବଂ ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ କହିଛନ୍ତି, "ବିରୋଧୀ ଦଳ ସବୁ ଜିନିଷକୁ ବିରୋଧ କରିବେ । ବିରୋଧୀ ଦଳ ରାଜ୍ୟପାଳଙ୍କୁ ଭେଟନ୍ତୁ କିମ୍ବା ଦିଲ୍ଲୀ ଯାଇ ଭେଟନ୍ତୁ । ଆମର ବଳକା ଚାଉଳ କେମିତି ଉଠିବ, ତା ପାଇଁ ଦାବି କଲେ ଚାଷୀମାନେ ଖୁସି ହୁଅନ୍ତେ । ଧାନ ମଣ୍ଡିକୁ ନେଇ ଚାଷୀମାନଙ୍କର କିଛି ସମସ୍ୟା ନାହିଁ । ଜିଲ୍ଲାରୁ ଗୋଟିଏ ବି ଅଭିଯୋଗ ଆସିନାହିଁ । ଅଭିଯୋଗ ଆସିଲେ ଆମେ ସଙ୍ଗେ ସଙ୍ଗେ ପଦକ୍ଷେପ ନେବୁ । ଆମେ ଚାଷୀଙ୍କ ପାଇଁ ଅଛୁ । ମଣ୍ଡିରେ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି ।"



ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details