ଓଡିଶା

odisha

Birsa Munda Hockey Stadium: ଗିନିଜ ବୁକ୍ ଅଫ ୱାର୍ଲ୍ଡ ରେକର୍ଡସ୍ ପ୍ରମାଣପତ୍ର ପାଇଲେ ମୁଖ୍ୟମନ୍ତ୍ରୀ

By

Published : Mar 11, 2023, 9:37 AM IST

ବିର୍ସା ମୁଣ୍ଡା ହକି ଷ୍ଟାଡିୟମ ପାଇଁ ଗିନିଜ ବୁକ୍ ଅଫ ୱାର୍ଲ୍ଡ ରେକର୍ଡସ୍ ପ୍ରମାଣପତ୍ର ଗ୍ରହଣ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅଧିକ ପଢନ୍ତୁ

ଗିନିଜ ବୁକ୍ ଅଫ ୱାର୍ଲ୍ଡ ରେକର୍ଡସ୍ ପ୍ରମାଣପତ୍ର ପାଇଲେ ମୁଖ୍ୟମନ୍ତ୍ରୀ
ଗିନିଜ ବୁକ୍ ଅଫ ୱାର୍ଲ୍ଡ ରେକର୍ଡସ୍ ପ୍ରମାଣପତ୍ର ପାଇଲେ ମୁଖ୍ୟମନ୍ତ୍ରୀ

ରାଉରକେଲା:ବିଶ୍ବର ସର୍ବାଧିକ ସିଟ୍ ବିଶିଷ୍ଟ ସର୍ବବୃହତ ହକି ଷ୍ଟାଡିୟମ ଭାବେ ବିର୍ସା ମୁଣ୍ଡା ହକି ଷ୍ଟାଡିୟମ ଗିନିଜ ବୁକ୍ ଅଫ ରେକର୍ଡସ୍‌ରେ ସ୍ଥାନ ପାଇଛି । ମାତ୍ର ୧୫ ମାସ ଭିତରେ ରାଉରେକେଲାରେ ନିର୍ମିତ ଏହି ଷ୍ଟାଡିୟମରେ ୨୧ ହଜାର ଦର୍ଶକ ବସିବାର କ୍ଷମତା ରହିଥିବାରୁ ବିର୍ସା ମୁଣ୍ଡା ଷ୍ଟାଡିୟମ ଗିନିଜ ବୁକରେ ସାମିଲ ହୋଇଥିବା ଗତ ଜାନୁୟାରୀରେ ଘୋଷଣା ହୋଇଥିଲା । ଗତକାଲି(ଶୁକ୍ରବାର) ଷ୍ଟାଡିୟମରେ FIH ପ୍ରୋ ଲିଗ୍ ଉଦଘାଟନ ପାଇଁ ପହଞ୍ଚିବା ଅବସରରେ ଗିନିଜ ବୁକ କର୍ତ୍ତୃପକ୍ଷ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏଥିପାଇଁ ମାନ୍ୟତା ପ୍ରମାଣପତ୍ର ପ୍ରଦାନ କରିଛନ୍ତି ।

ଏନେଇ ମୁଖ୍ୟମନ୍ତ୍ରୀ ଟ୍ବିଟ୍ କରି କହିଛନ୍ତି, ଗିନିଜ ବୁକ୍ ଅଫ ୱାର୍ଲ୍ଡ ରେକର୍ଡ ଦ୍ବାରା ମିଳିଥିବା ଏହି ସ୍ବୀକୃତି ସ୍ପଷ୍ଟ କରୁଛି ଯେ, ଓଡିଶା ବହୁତ ଆଗେଇଲାଣି ଏବଂ ବିଶ୍ବ କ୍ରୀଡା ମାନଚିତ୍ରରେ ସ୍ବତନ୍ତ୍ର ପରିଚୟ ପାଇଛି । ଏହା ଆମ ସମସ୍ତଙ୍କ ପାଇଁ ଗର୍ବର ବିଷୟ । ଏଥିପାଇଁ ମୁଁ ସୁନ୍ଦରଗଡବାସୀ, ହକି ପ୍ରେମୀ ଏବଂ ଏହି ପ୍ରକଳ୍ପରେ ସାମିଲ ହୋଇଥିବା ପ୍ରତ୍ୟେକ ବ୍ୟକ୍ତିବିଶେଷଙ୍କୁ ଧନ୍ୟବାଦ ଦେଉଛି । ମୁଁ ଏହି ସ୍ବୀକୃତିକୁ ମୁଁ ଓଡିଶାବାସୀଙ୍କୁ ଉତ୍ସର୍ଗ କରୁଛି ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଜାନୁୟାରୀ ୫ ତାରିଖରେ ରାଉରକେଲା ଠାରେ ଅନ୍ତର୍ଜାତୀୟ ବିର୍ସା ମୁଣ୍ଡା ହକି ଷ୍ଟାଡିୟମର ଉଦଘାଟନ କରିଥିଲେ ମୁଖ୍ୟମନ୍ତ୍ରୀ । ମାତ୍ର ୧୫ ମାସ ଭିତରେ ଏହି ଷ୍ଟାଡିୟମ ନିର୍ମିତ ହୋଇଥିଲା । ଏଥିପାଇଁ ୨୬୦ କୋଟି ଟଙ୍କା ବ୍ୟୟ କରାଯାଇଥିଲା । ଷ୍ଟାଡିୟମରେ ଉଭୟ ଖେଳାଳି ଓ ଦର୍ଶକଙ୍କ ପାଇଁ ସର୍ବୋତ୍ତମ ସୁବିଧା ସହ ଭିନ୍ନକ୍ଷମଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ଏଠାରେ ୨୧ ହଜାରରୁ ଅଧିକ ଦର୍ଶକ ବସିବାର କ୍ଷମତା ରହିଛି । ତେଣୁ ଏହି ଷ୍ଟାଡିୟମ ଗିନିଜ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡସ୍‌ରେ ସ୍ଥାନ ପାଇଥିଲା ।

ଏହାମଧ୍ୟ ପଢନ୍ତୁ: ରାଉରକେଲା ଗସ୍ତରେ ମୁଖ୍ୟମନ୍ତ୍ରୀ; ସୁନ୍ଦରଗଡ଼କୁ ୯୬୪ କୋଟିର ପ୍ରକଳ୍ପ ଭେଟି

ଗତକାଲି ମୁଖ୍ୟମନ୍ତ୍ରୀ ବିର୍ସା ମୁଣ୍ଡ ହକି ଷ୍ଟାଡିୟମରେ FIH ପ୍ରୋ ଲିଗ୍ ଉଦଘାଟନ କରିବାକୁ ରାଉରକେଲା ଗସ୍ତ କରିଥିଲେ । ଏହି ଅବସରରେ ସେ ଗିନିଜ ବୁକ କର୍ତ୍ତୃପକ୍ଷଙ୍କ ଠାରୁ ପ୍ରମାଣପତ୍ର ଗ୍ରହଣ କରିଛନ୍ତି । ସେହିପରି ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ ସୁନ୍ଦରଗଡ ଜିଲ୍ଲାକୁ ୯୬୪ କୋଟି ଟଙ୍କାର ପ୍ରକଳ୍ପ ଭେଟି ଦେଇଛନ୍ତି ।

ଏହାମଧ୍ୟ ପଢନ୍ତୁ: ମାଟ୍ରିକ ପରୀକ୍ଷାର ପ୍ରଥମ ଦିନରେ ଭୁବନେଶ୍ବରରେ ୨୨୫ ପିଲା ଅନୁପସ୍ଥିତ

ଇଟିଭି ଭାରତ, ରାଉରକେଲା

ABOUT THE AUTHOR

...view details