ଓଡିଶା

odisha

କ୍ରାଇମବ୍ରାଞ୍ଚ ନିଜକୁ 'କଭର୍‌ ଅପ ବ୍ରାଞ୍ଚ' ଭାବରେ ପ୍ରତିପାଦିତ କରିଛି: ବିଜୟ ମହାପାତ୍ର

By

Published : May 27, 2023, 4:46 PM IST

ନବ ଦାସ ହତ୍ୟାକାଣ୍ଡ ଘଟଣାରେ ଝାରସୁଗୁଡା ଜେଏମଏଫସି କୋର୍ଟରେ ଦାଖଲ ହୋଇଥିବା କ୍ରାଇମବ୍ରାଞ୍ଚ ଚାର୍ଜସିଟ୍‌କୁ ନେଇ ତେଜୁଛି ଅସନ୍ତୋଷ । ଷଡ଼ଯନ୍ତ୍ର ନେଇ ତଦନ୍ତ ହୋଇନାହିଁ ବୋଲି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର କହିଛନ୍ତି । ଅଧିକ ପଢ଼ନ୍ତୁ

ନବ ଦାସ ହତ୍ୟାକାଣ୍ଡ ଚାର୍ଜସିଟ୍‌ ନେଇ ଏମିତି କହିଲେ ବିଜୟ
ନବ ଦାସ ହତ୍ୟାକାଣ୍ଡ ଚାର୍ଜସିଟ୍‌ ନେଇ ଏମିତି କହିଲେ ବିଜୟ

ନବ ଦାସ ହତ୍ୟାକାଣ୍ଡ ଚାର୍ଜସିଟ୍‌ ନେଇ ଏମିତି କହିଲେ ବିଜୟ

ଭୁବନେଶ୍ବର: ବହୁଚର୍ଚ୍ଚିତ ନବ ଦାସ ହତ୍ୟାକାଣ୍ଡ ଘଟଣାରେ ଗତକାଲି ଝାରସୁଗୁଡା ଜେଏମଏଫସି କୋର୍ଟରେ ଚାର୍ଜସିଟ ଦାଖଲ କରିଛି କ୍ରାଇମବ୍ରାଞ୍ଚ । ଝାରସୁଗୁଡା ଜେଏମଏଫସି କୋର୍ଟରେ ମୋଟ ୫୪୩ ପୃଷ୍ଠାର ଚାର୍ଜସିଟ୍ କ୍ରାଇମବ୍ରାଞ୍ଚ ଦାଖଲ କରିଛି । ବ୍ୟକ୍ତିଗତ ଆକ୍ରୋଶ ରଖି ନବଙ୍କୁ ଗୋପାଳ ଦାସ ହତ୍ୟା କରିଥିବା ଚାର୍ଜସିଟ୍‌ରେ ଉଲ୍ଲେଖ ରହିଛି । ତେବେ ଏହାକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଛି । ଏହି ପ୍ରସଙ୍ଗରେ କ୍ରାଇମବ୍ରାଞ୍ଚ ଘଣ୍ଟ ଘୋଡ଼ାଇବାରେ ସଫଳ ହୋଇଥିବା ବିରୋଧୀ ଅଭିଯୋଗ କରିଥିବା ବେଳେ ଷଡ଼ଯନ୍ତ୍ର ନେଇ ତଦନ୍ତ ହୋଇନାହିଁ ବୋଲି କହିଛନ୍ତି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର ।

ଏନେଇ ବିଜୟ କହିଛନ୍ତି, "ନବ ଦାସ ହତ୍ୟାକାଣ୍ଡ ଏକ ହାଇ ପ୍ରୋଫାଇଲ ମର୍ଡର । କିନ୍ତୁ କ୍ରାଇମବ୍ରାଞ୍ଚ ବାସ୍ତବ ତଦନ୍ତ କରିନାହିଁ । ପ୍ରାରମ୍ଭିକ ଭାବରେ ଜଣାପଡୁଛି ଏବଂ କ୍ରାଇମବ୍ରାଞ୍ଚ ଏକ କଭର ଅପ ବ୍ରାଞ୍ଚ ଭାବରେ ନିଜକୁ ପ୍ରତିପାଦିତ କରିଛି । କ୍ରାଇମବ୍ରାଞ୍ଚକୁ ନେଇ ଲୋକେ ଯାହା ଆଶା କରୁଥିଲେ, ତାହା ହେଲାନାହିଁ । ମୁଁ ପ୍ରଥମେ ମୋଟିଭ ଅଫ ମର୍ଡର ନେଇ ତଦନ୍ତ ହେଉ ବୋଲି କହିଥିଲି । ସେ ସମ୍ପର୍କରେ ତଦନ୍ତ କରିଛନ୍ତି କି ନାହିଁ କିଛି ଜଣାପଡ଼ୁନି । ଗୋପାଳକୁ ପାଗଳଖାନା ନେବାକୁ କ୍ରାଇମବ୍ରାଞ୍ଚ କହୁଥିଲା । ମିଡିଆ କିମ୍ବା ଲୋକେ କହୁନଥିଲେ । ପର୍ଯ୍ୟାୟକ୍ରମେ ବହୁତ ଗୁଡାଏ ଭୁଲ ହୋଇଛି । ସେ ଭୁଲ ସବୁ ସୁଧାରିଛନ୍ତି କି ନାହିଁ, ଠିକ ଭାବେ ତଦନ୍ତ ହୋଇଛି କି ନାହିଁ ଅଧ୍ୟୟନ କରିବା ପରେ ଜଣାପଡିବ ।" ଏଫବିଆଇ ତଦନ୍ତ ପାଇଁ ଚିଠି ପ୍ରସଙ୍ଗରେ କିଏ ସତ କହୁଛି ଓ କିଏ ମିଛ କହୁଛି, ତାହା ଲୋକେ ବିଚାର କରିବେ ବୋଲି ବିଜୟ କହିଛନ୍ତି ।

ସୂଚନାଯୋଗ୍ୟ ଯେ, ଗତ ଜାନୁଆରୀ ୨୯ ତାରିଖରେ ମନ୍ତ୍ରୀ ନବ ଦାସଙ୍କୁ ଗୁଳିକରି ହତ୍ୟା କରାଯାଇଥିଲା । ପୋଲିସ ଏଏସ୍‌ଆଇ ଗୋପାଳ ଦାସ ନବଙ୍କୁ ଗୁଳି କରି ହତ୍ୟା କରିଥିଲା । ପ୍ରଥମେ ଗୋପାଳକୁ ଝାରସୁଗୁଡ଼ା ଜେଲରେ ରଖିଯାଇଥିଲା । ପରେ ତାକୁ ଚୌଦ୍ବାର ଜେଲକୁ ସ୍ଥାନାନ୍ତର କରାଯାଇଥିଲା । ଜଣେ କ୍ୟାବିନେଟ ମନ୍ତ୍ରୀଙ୍କ ହତ୍ୟାକାଣ୍ଡକୁ ନେଇ ରାଜ୍ୟ ରାଜନୀତି ବେଶ ସରଗରମ ହୋଇଥିଲା । ଘଟଣାର ଗୁରୁତ୍ବକୁ ଦୃଷ୍ଟିରେ ରଖି ଏହାର ତଦନ୍ତଭାର କ୍ରାଇମବ୍ରାଞ୍ଚକୁ ଦେଇଥିଲେ ରାଜ୍ୟ ସରକାର । ସେତେବେଳେ ସିବିଆଇ ଏହି ଘଟଣାର ତଦନ୍ତ କରୁ ବୋଲି ବିରୋଧୀ ଦାବି କରିଥିଲେ । ତେବେ ଏହି ହତ୍ୟାକାଣ୍ଡ ନେଇ ଝାରସୁଗୁଡା ଜେଏମଏଫସି କୋର୍ଟରେ ଗତକାଲି ମୋଟ ୫୪୩ ପୃଷ୍ଠାର ଚାର୍ଜସିଟ୍ ଦାଖଲ କରିଛି କ୍ରାଇମବ୍ରାଞ୍ଚ । ଗୋପାଳ ଏକାକୀ ଏହି ଘଟଣାର ଅଭିଯୁକ୍ତ ଓ ସେ ବ୍ୟକ୍ତିଗତ ଆକ୍ରୋଶରୁ ଏଭଳି କାଣ୍ଡ ଘଟାଇଥିବା କ୍ରାଇମବ୍ରାଞ୍ଚ ଚାର୍ଜସିଟ୍‌ରେ ଜଣାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details