ଓଡିଶା

odisha

Padmapur ByPoll: ପ୍ରଚାର କରିବେ BJDର 40 ଷ୍ଟାର ପ୍ରଚାରକ, ଜାଣନ୍ତୁ ତାଲିକାରେ କିଏ

By

Published : Nov 19, 2022, 1:59 PM IST

Updated : Nov 19, 2022, 3:26 PM IST

ପଦ୍ମପୁର ଉପନିର୍ବାଚନ ନେଇ ବିଜେଡି ଆଜି ଘୋଷଣା କରିଛି ଷ୍ଟାର ପ୍ରଚାରକ ତାଲିକା । ମୁଖ୍ୟମନ୍ତ୍ରୀଙ୍କ ସମେତ 11 ଜଣ ମନ୍ତ୍ରୀ ପ୍ରଚାରକ ତାଲିକାରେ ରହିଛନ୍ତି । ଅଧିକ ପଢନ୍ତୁ

ବିଜେଡି ଘୋଷଣା କଲା ଷ୍ଟାର ପ୍ରଚାରକ ତାଲିକା
ବିଜେଡି ଘୋଷଣା କଲା ଷ୍ଟାର ପ୍ରଚାରକ ତାଲିକା

ଭୁବନେଶ୍ବର: ପାଖେଇ ଆସୁଛି ପଦ୍ମପୁର ଉପନିର୍ବାଚନ । ପ୍ରଚାର ମଇଦାନରେ କମ୍ପିବ ପଦ୍ମପୁର । ଏହା ପୂର୍ବରୁ ଷ୍ଟାର ପ୍ରଚାରକ ତାଲିକା ଘୋଷଣା କଲା ବିଜେଡି । ତାଲିକାରେ ମୁଖ୍ୟମନ୍ତ୍ରୀଙ୍କ ସମେତ 11 ଜଣ ମନ୍ତ୍ରୀ ପ୍ରଚାରକ ତାଲିକାରେ ରହିଛନ୍ତି । କିନ୍ତୁ ଧାମନଗର ଉପନିର୍ବାଚନରେ ପ୍ରଚାର ଦାୟିତ୍ୱରେ ଥିବା ଅନେକ ନେତାଙ୍କୁ ତାଲିକାରୁ ବାଦ ଦିଆଯାଇଛି । ତାଲିକାରେ ରହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ, ପ୍ରତାପ କେଶରୀ ଦେବ, ଅତନୁ ସବ୍ୟସାଚୀ ନାୟକ, ନିରଞ୍ଜନ ପୂଜାରୀ, ରାଜେନ୍ଦ୍ର ଢୋଲକିଆ, ନବକିଶୋର ଦାସ, ସମୀର ରଞ୍ଜନ ଦାଶ, ଟୁକୁନି ସାହୁ, ରିତା ସାହୁ ଓ ମନ୍ତ୍ରୀ ରୋହିତ ପୂଜାରୀ ରହିଛନ୍ତି।

ପ୍ରଚାର କରିବେ BJDର 40 ଷ୍ଟାର ପ୍ରଚାରକ, ଜାଣନ୍ତୁ ତାଲିକାରେ କିଏ

ସେହିପରି ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ପ୍ରସନ୍ନ ଆଚାର୍ଯ୍ୟ, ଦେବୀ ପ୍ରସାଦ ମିଶ୍ର, ପ୍ରତାପ ଜେନା, ଅରୁଣ ସାହୁ, ସୁଶାନ୍ତ ସିଂ, ରବିନ୍ଦ୍ର କୁମାର ଜେନା, ପୁଷ୍ପେନ୍ଦ୍ର ସିଂଦେଓ, ସାରଦା ପ୍ରସାଦ ନାୟକ, କଳିକେଶ ନାରାୟଣ ସିଂଦେଓ, ମନୋହର ରନ୍ଧାରୀ, ବିଭୁତି ବଳବନ୍ତରାୟ, ଦେବେଶ ଆଚାର୍ଯ୍ୟ, ସୁଧୀର କୁମାର ସାମିଲ, ସ୍ନେହାଙ୍ଗିନୀ ଛୁରିଆ, ରମେଶ ଚନ୍ଦ୍ର ମାଝୀ, କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର, ପ୍ରଶାନ୍ତ ମୁଦୁଲି, ଚନ୍ଦ୍ରସାରଥୀ ବେହେରା, ରାଜେନ୍ଦ୍ର କୁମାର ସାହୁ, ରାଜେଶ୍ୱରୀ ପାଣିଗ୍ରାହୀ, ବ୍ରଜ କିଶୋର ପ୍ରଧାନ, ବିକ୍ରମ କୁମାର ପଣ୍ଡା, ପ୍ରଦୀପ ମାଝୀ, ଆକାଶ ଦାସନାୟକ, ଅଳକା ମହାନ୍ତି, ଶ୍ରୀମୟୀ ମିଶ୍ର, ଅରବିନ୍ଦ ରାୟ ଓ ସତ୍ୟବ୍ରତ ତ୍ରିପାଠୀ ତାଲିକାରେ ରହିଛନ୍ତି ।

ତେବେ ଗତ ଧାମନଗର ଉପ ନିର୍ବାଚନରେ ଦଳର ପ୍ରଚାରର ମଙ୍ଗ ଧରିଥିବା ନେତାଙ୍କୁ ଦଳ ତାଲିକାରୁ ବାଦ ଦିଆଯାଇଛି । ମନ୍ତ୍ରୀ ପ୍ରମିଳା ମଲ୍ଲିକ, ପ୍ରୀତି ରଞ୍ଜନ ଘଡେଇ, ଯୁବ ବିଜେଡି ସଭାପତି ବ୍ୟାମକେଶ ରାୟ, ଛାତ୍ର ବିଜେଡି ସଭାପତି ଦେବୀ ରଞ୍ଜନ ତ୍ରିପାଠୀ, ଯୁବ-ଛାତ୍ର ବିଜେଡିର ସମନ୍ୱୟ ଦାୟିତ୍ୱରେ ଥିବା ପ୍ରଣବ ବଳବନ୍ତରାୟ, ବିଧାୟକ ଅଶୋକ ବଳ, ସଞ୍ଜୀବ ମଲ୍ଲିକ, ପ୍ରଫୁଲ ସାମଲ, ସୁନନ୍ଦା ଦାସ, ସୁଲୋତା ଦେଓ ପ୍ରମୁଖଙ୍କୁ ପ୍ରଚାର ଦାୟିତ୍ୱରୁ ହଟାଇ ଦିଆଯାଇଛି ।

ଅକ୍ଟୋବର 3 ତାରିଖରେ ପଦ୍ମପୁର ବିଧାୟକ ବିଜୟ ସିଂ ବରିହାଙ୍କ ବିୟୋଗ ପରେ ଏଠାରେ ଉପନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଡିସେମ୍ବର 5 ତାରିଖରେ ନିର୍ବାଚନ ହେବ ଓ 8 ତାରିଖରେ ଫଳ ପ୍ରକାଶ ପାଇବ । ଶାସକ ବିଜେଡି ବିଜୟ ସିଂ ବରିହାଙ୍କ ଝିଅକୁ ଟିକେଟ ଦେଇଥିବା ବେଳେ ବିଜେପି ପ୍ରଦୀପ ପୁରୋହିତଙ୍କୁ ପ୍ରାର୍ଥୀ କରିଛି । ସେହିପରି କଂଗ୍ରେସ ସତ୍ୟଭୂଷଣ ସାହୁଙ୍କୁ ପ୍ରାର୍ଥୀ କରିଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated :Nov 19, 2022, 3:26 PM IST

ABOUT THE AUTHOR

...view details