ଓଡିଶା

odisha

Amrit Bharat Scheme: ପୂର୍ବତଟ ରେଳପଥର ୫୭ଟି ଷ୍ଟେସନର ହେବ ନବୀକରଣ

By

Published : Aug 2, 2023, 8:52 AM IST

ଅମୃତ ଭାରତ ଷ୍ଟେସନ ଯୋଜନାରେ ପୂର୍ବତଟ ରେଳପଥର ୫୭ଟି ଷ୍ଟେସନ ବିକାଶ କରାଯିବ । ପ୍ରାରମ୍ଭିକ ପର୍ଯ୍ୟାୟରେ ୨୫ଟି ଷ୍ଟେସନର ନବୀକରଣ କାର୍ଯ୍ୟ ଆରମ୍ଭ ହେବ । ଅଧିକ ପଢନ୍ତୁ

Amrit Bharat Scheme
Amrit Bharat Scheme


ଭୁବନେଶ୍ବର: ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ 'ଅମୃତ ଭାରତ ଷ୍ଟେସନ ଯୋଜନା' ଜରିଆରେ ଭାରତୀୟ ରେଳ ସାରା ଦେଶର ୧୩୦୯ଟି ଷ୍ଟେସନର ବିକାଶ ଓ ନବୀକରଣ କାର୍ଯ୍ୟ ହାତକୁ ନେଇଛି । ସେଥିମଧ୍ୟରୁ ପୂର୍ବତଟ ରେଳପଥର ୫୭ଟି ଷ୍ଟେସନର ନବୀକରଣ କରାଯିବ ବୋଲି ରେଳ ବିଭାଗ ସ୍ପଷ୍ଟ କରିଛି । ପ୍ରାରମ୍ଭିକ ପର୍ଯ୍ୟାୟରେ ୨୫ଟି ଷ୍ଟେସନର ବିକାଶ କରାଯିବ । ଏଥିପାଇଁ ୫୪୭.୭ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଆକଳନ କରାଯାଇଛି ।

ରେଳ ବିଭାଗ ପକ୍ଷରୁ ୱାନ ଷ୍ଟେସନ ୱାନ ପ୍ରଡକ୍ଟ ଲକ୍ଷ୍ୟ ରଖାଯାଇ ଅମୃତ ଭାରତ ଷ୍ଟେସନ ଯୋଜନାରେ ବିଭିନ୍ନ ଷ୍ଟେସନ ଗୁଡିକର ନବୀକରଣ କାର୍ଯ୍ୟ କରାଯିବା ସହ ଉକ୍ତ ଷ୍ଟେସନ ଗୁଡିକରେ ପୌରାଣିକ ଓ ସାଂସ୍କୃତିକ ଛାପ ଦିଆଯିବ । ଯାତ୍ରୀମାନଙ୍କର ସୁବିଧା ଲାଗି ଷ୍ଟେସନ ପରିସରରେ ମଲ୍ଡି ମୋଡାଲ ହବ୍‌, ଉନ୍ନତମାନର ୱେଟିଂ ହଲ୍‌, ସ୍ମାର୍ଟ କିଓସ୍କ, ଏସ୍କାଲେଟର, ମାଗଣା ୱାଇଫାଇ, ସ୍ମାର୍ଟ ପାର୍କିଂ ଭଳି ସୁବିଧା ରହିବ । ଯୋଜନାର ପ୍ରାରମ୍ଭିକ ପର୍ଯ୍ୟାୟରେ ୫୦୦ ଷ୍ଟେସନର ନବୀକରଣ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନଫେରନ୍ସିଂ ଜରିଆରେ ଭିତ୍ତିପ୍ରସ୍ତର ସ୍ଥାପନ କରିଥିବା ବେଳେ ସେଥିମଧ୍ୟରୁ ପୂର୍ବତଟ ରେଳପଥର ୨୫ ଷ୍ଟେସନକୁ ସାମିଲ କରାଯାଇଛି ।

ଏହାମଧ୍ୟ ପଢନ୍ତୁ: Bahanaga Train Tragedy: କାଲି ପୁରିବ ଦୁଇ ମାସ, ଏମ୍ସରେ ଚିହ୍ନଟ ହୋଇନି ୨୯ ମୃତଦେହ

ଅମୃତ ଭାରତ ଷ୍ଟେସନ ଯୋଜନା ଅଧୀନରେ ଓଡିଶାର ୫୭ଟି ଷ୍ଟେସନ ଗୁଡ଼ିକ ହେଲା, ଅନୁଗୋଳ, ବଲାଙ୍ଗୀର, ବାଲେଶ୍ଵର, ବାଲୁଗାଓଁ, ବରଗଡ ରୋଡ, ବାରିପଦା, ବରପାଲି, ବେଲପାହଡ, ଭଦ୍ରକ, ଭବନୀପାଟଣା, ଭୁବନେଶ୍ବର, ବ୍ରହ୍ମପୁର, ବ୍ରଜରାଜନଗର, ଛତ୍ରପୁର, କଟକ, ଦାମନଯୋଡି, ଯାଜପୁର-କେନ୍ଦୁଝର ରୋଡ, ଜଳେଶ୍ବର, ଜାରୋଲି, ଜୟପୁର, ଝାରସୁଗୁଡା, ଝାରସୁଗୁଡା ରୋଡ, କଣ୍ଟାବାଞ୍ଜି, କେନ୍ଦୁଝର, କେସିଙ୍ଗା, ଖରିଆ ରୋଡ, ଖୋର୍ଦ୍ଧା ରୋଡ, କୋରାପୁଟ, ଲିଙ୍ଗରାଜ ମନ୍ଦିର ରୋଡ଼, ମଞ୍ଚେଶ୍ବର, ମେରାମାଣ୍ଡଲି, ମୁନିଗୁଡା, ନୂଆ ଭୁବନେଶ୍ବର, ରଘୁନାଥପୁର, ରେଢ଼ାଖୋଲ, ରାଇରଙ୍ଗପୁର, ରାଜଗାଙ୍ଗପୁର, ରାୟଗଡା, ରାଉରକେଲା, ସାକ୍ଷୀ ଗୋପାଳ, ସମ୍ବଲପୁର, ସମ୍ବଲପୁର ସହର, ତାଳଚେର, ତାଳଚେର ରୋଡ, ଟିଟିଲାଗଡ ।

ପ୍ରଥମ ପର୍ଯ୍ୟାୟରେ ୨୫ଟି ରେଳ ଷ୍ଟେସନ ଚୟନ କରାଯାଇଛି । ଏହି ଷ୍ଟେସନ ଗୁଡ଼ିକ ହେଉଛି ସାକ୍ଷୀଗୋପାଳ, ମଞ୍ଚେଶ୍ୱର, ଢେଙ୍କାନାଳ, ଛତ୍ରପୁର, ଅନୁଗୋଳ, ପଲାସା, ମେରାମାଣ୍ଡାଲୀ, ବାଲୁଗାଓଁ, ଲିଙ୍ଗରାଜ ମନ୍ଦିର ରୋଡ, ତାଲଚର ରୋଡ, ଖୋର୍ଦ୍ଧା ରୋଡ, କଣ୍ଟାବାଞ୍ଜି, ବରଗଡ ରୋଡ, ହୀରାକୁଦ, ରେଢ଼ାଖୋଲ, ବରପାଲି, ମୁନିଗୁଡା, ବଲାଙ୍ଗୀର, ହରିଶଙ୍କର ରୋଡ, ଖରିଆର ରୋଡ୍, ବିଜୟନଗରମ, ଦୁଭଡା ଏବଂ ଦାମନଯୋଡି ଷ୍ଟେସନ ଇତ୍ୟାଦି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details