ଓଡିଶା

odisha

ବିଦେଶରେ ୧୦ ଶ୍ରମିକ ନିର୍ଯାତିତ: ଭାରତ ଫେରିବାକୁ ଆକୁଳ ନିବେଦନ

By

Published : Aug 4, 2021, 8:59 PM IST

ବିଦେଶରେ ନିର୍ଯାତିତ ହେଉଛନ୍ତି ୧୦ ଓଡିଆ ଶ୍ରମିକ । ଭାରତ ଫେରିବାକୁ ଆକୁଳ ନିବେଦନ ଶ୍ରମିକ । ଏ ନେଇ ପରିବାର ପକ୍ଷରୁ ଜିଲ୍ଲାପାଳ ଓ ଶ୍ରମ କମିଶନଙ୍କୁ ଉଦ୍ଧାର କରିବା ପାଇଁ ଗୁହାରୀ କରିଛନ୍ତି । ଅଧିକ ପଢନ୍ତୁ...

10 workers tortured in foreign country ;  urgent request to return to India
ବିଦେଶରେ ୧୦ ଶ୍ରମିକ ନିର୍ଯାତିତ; ଭାରତ ଫେରିବାକୁ ଆକୁଳ ନିବେଦନ

ଖୋର୍ଦ୍ଧା:ଅଧିକ ଟଙ୍କା ଉପାର୍ଜନ ଆଶାରେ ବିଦେଶ ଯାଇ ଶୋଷଣ ଶିକାର ହେଉଛନ୍ତି ବହୁ ଶ୍ରମିକ । ଏପରିକି ସେମାନଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଇ ଦଳାଲମାନେ ବିଦେଶକୁ ନେଇ ନିର୍ଯାତନା ଦେଉଥିବା ଅଭିଯୋଗ ହେଉଛି। ଏଭଳି ଏକ ସଙ୍ଗୀନ ଅଭିଯୋଗ ହୋଇଛି ଜିଲାପାଳ ଏବଂ ଶ୍ରମ କମିଶନରଙ୍କ ନିକଟରେ ।

ବିଦେଶରେ ୧୦ ଶ୍ରମିକ ନିର୍ଯାତିତ; ଭାରତ ଫେରିବାକୁ ଆକୁଳ ନିବେଦନ

ଘଟଣାରୁ ପ୍ରକାଶ, ବାଣପୁର ବ୍ଲକ୍ ଆୟତପୁର ଗ୍ରାମର ବିଜୟ ପ୍ରଧାନ ବାଲୁଗାଁ ଅଞ୍ଚଳର ଶ୍ରମିକ ,ଦଲାଲ ଦିନେଶ ପାତ୍ରଙ୍କ ପ୍ରରୋଚନାରେ ପ୍ରଲୋଭିତ ହୋଇ ମାସିକ ୪୦ରୁ ୪୫ ହଜାର ଟଙ୍କା ପାଇବା ଆଶାରେ ସୁଦୂର ଆଫ୍ରିକା ଦେଶର ଆଲଜେରିଆ ଅଞ୍ଚଳରେ ରାଜ ମିସ୍ତ୍ରୀ ଭାବେ କାର୍ଯ୍ୟ କରିବାକୁ ଗତ ଏପ୍ରିଲ ମାସରୁ ଯାଇଥିଲେ । ଗସ୍ତ ଖର୍ଚ୍ଚ ବାବଦ ସେ ୮୦ ହଜାର ଟଙ୍କା ଖର୍ଚ୍ଚ କରିଥିବା ତାଙ୍କ ପତ୍ନୀ ସୁଚିତ୍ରା ଅଭିଯୋଗ କରିଛନ୍ତି । କିନ୍ତୁ ସେଠାରେ ଦୀର୍ଘ ୪ମାସ ଧରି କାମ କରିବା ପରେ ଗତ ଜୁଲାଇ ମାସରେ ମାତ୍ର ୩୫ ହଜାର ଟଙ୍କା ସୁଚିତ୍ରାଙ୍କ ଆକାଉଣ୍ଟକୁ ବିଜୟ ପଠାଇଥିବା ସେ କହିଛନ୍ତି । ସେଠାରେ ବିଜୟଙ୍କ ଭଳି ଓଡିଶାର ବିଭିନ୍ନ ସ୍ଥାନ ଯଥା ଗଞ୍ଜାମ, ବାଣପୁର, ଖଲିକୋଟ ଅଞ୍ଚଳର ୧୦ଜଣ ଶ୍ରମିକ ରହିଛନ୍ତି । ଏମାନଙ୍କୁ କାମ କରିବା ସଙ୍ଗେ ମାସିକ ନିର୍ଯାତନା ଦେଇ ଦରମା ଦେଉନାହିଁ ଉକ୍ତ ସଂସ୍ଥା । ଏପରିକି ଖାଇବା ଓ ପାନୀୟ ଜଳ, ସ୍ନାନ, ଶୌଚର ସମସ୍ୟା ଦେଖାଦେଇଥିବା ସେ ଅଭିଯୋଗ କରିଛନ୍ତି । ସେହିପରି ପାଞ୍ଚ ଦିନ ଭିତରେ ସେ ରହୁଥିବା ଘରକୁ ଏବଂ କାମ କରୁଥିବା ସ୍ଥାନରୁ ବାହାରିଯିବାକୁ ଉକ୍ତ ସଂସ୍ଥା ନିର୍ଦ୍ଦେଶ ଦେଇଛି ।

ବିଦେଶରେ ୧୦ ଶ୍ରମିକ ନିର୍ଯାତିତ; ଭାରତ ଫେରିବାକୁ ଆକୁଳ ନିବେଦନ

ସେହିପରି କମ୍ପାନୀ କର୍ମଚାରୀମାନେ ଆସି ଶ୍ରମିକମାନଙ୍କୁ ନିଜ ଘରକୁ ଆପଣା ଖର୍ଚ୍ଚରେ ଫେରିଯିବା ପାଇଁ ଧମକ ଦେବା ସହ ଆକ୍ରମଣ କରୁଥିବା ସେ ଅଭିଯୋଗ କରିଛନ୍ତି । ଏ ସଂକ୍ରାନ୍ତୀୟ ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ସେହିଭଳି ଗତକାଲି ମଧ୍ୟ ଜ୍ୟୋତି ପ୍ରଧାନ ନାମକ ଜଣେ ମହିଳା ସେହି ସଂସ୍ଥାରେ କାର୍ଯ୍ୟରତ ତାଙ୍କ ସ୍ବାମୀଙ୍କୁ ଘରକୁ ଫେରାଇଆଣିବା ଲାଗି ଜିଲ୍ଲାପାଳ ଓ ଶ୍ରମ ଅଧିକାରୀଙ୍କୁ ନିବେଦନ କରିଛନ୍ତି । ତେବେ ଏ ସମ୍ପର୍କରେ ଭୁବନେଶ୍ବର ଉପଖଣ୍ଡ ଶ୍ରମ କମିଶନର ତଥା ଭାରପ୍ରାପ୍ତ ଜିଲ୍ଲା ଶ୍ରମ ଅଧିକାରୀ ପ୍ରଣବ କୁମାର ପାତ୍ରଙ୍କ କହିବା କଥା ଅଭିଯୋଗ ପାଇଛି । ଏହା ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ଗତ ପଦକ୍ଷେପ ଗ୍ରହଣ କରାଯିବ । ଯେହେତୁ ଶ୍ରମିକମାନେ ଦେଶ ବାହାରେ ଅଛନ୍ତି ତେଣୁ ଆମେ ଇମିଗ୍ରେସନ ବିଭାଗକୁ ଅବଗତ କରି ସେମାନଙ୍କୁ ଯଥାଶୀଘ୍ର ଫେରାଇ ଆଣିବାକୁ ଚେଷ୍ଟା କରିବୁ ବୋଲି କହିଛନ୍ତି।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details