ଓଡିଶା

odisha

ଟିକା ନେଲେ ଜୁଆଙ୍ଗ ଜନଜାତି

By

Published : Jun 2, 2021, 8:28 PM IST

କୋରୋନା ମହାମାରୀ ନିଜର କାୟା ବିସ୍ତାର କରୁଥିବା ବେଳେ ମୁକାବିଲା ଜୋରସୋରରେ ଚାଲିଛି ଟୀକାକରଣ । ଏହି କ୍ରମରେ ଜୁଆଙ୍ଗ ଜନଜାତିଙ୍କ ଟୀକାକରଣ କରିଛି କେନ୍ଦୁଝର ଜିଲ୍ଲା ପ୍ରଶାସନ । ଅଧିକ ପଢ଼ନ୍ତୁ...

vaccination for juang tribes, vaccination in keonjahar, vaccination drive, ଜୁଆଙ୍ଗ ଜନଜାତିଙ୍କ ଟୀକାକରଣ, କେନ୍ଦୁଝର ଜିଲ୍ଲା ପ୍ରଶାସନ
ଜୁଆଙ୍ଗ ଜନଜାତିଙ୍କ ଟୀକାକରଣ

କେନ୍ଦୁଝର: କୋରୋନା ମହାମାରୀ ଯୋଗୁଁ ବହୁ ଲୋକଙ୍କ ଜୀବନ ହାନି ଘଟୁଛି । ଏନେଇ ସରକାରଙ୍କ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ମଧ୍ୟ ଗ୍ରହଣ କରାଯାଇଛି । ପ୍ରଥମ ଲହରୀରେ କୋରୋନା ସହର ମଧ୍ୟରେ ସୀମିତ ଥିବା ବେଳେ ଦ୍ବିତୀୟ ଲହରୀରେ ଏହା ଉପାନ୍ତ ଗ୍ରାମ ପର୍ଯ୍ୟନ୍ତ ତାର କାୟା ବିସ୍ତାର କରି ସାରିଛି । ତେବେ ଏହାର ମୁକାବିଲା ପାଇଁ ଜୁଆଙ୍ଗ ଜନଜାତିର ଲୋକଙ୍କୁ ଦିଆଯାଉଛି କୋଭିଡ ଟିକା ।

ଜୁଆଙ୍ଗ ଜନଜାତିଙ୍କ ଟୀକାକରଣ

କେନ୍ଦୁଝର ଜିଲ୍ଲାର ବାଂଶପାଳ ବ୍ଲକ ଅନ୍ତର୍ଗତ ଉପାନ୍ତ ଅଞ୍ଚଳ ଭାବେ ପରିଚିତ ଜୁଆଙ୍ଗ ଜନଜାତି ଅଞ୍ଚଳରେ ମଧ୍ୟ କରୋନା ପାଦ ଥାପିଛି । ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ପୂର୍ବରୁ ଉକ୍ତ ଗ୍ରାମ ଗୁଡିକରେ ସଚେତନତା ଅଭିଯାନ କରାଯାଇଥିଲା । ତେବେ ଜନଜାତିଙ୍କ ସୁରକ୍ଷା ପାଇଁ ବୁଧବାର ଗୋନାସିକା ସ୍ଥିତ ସ୍ବାସ୍ଥ୍ୟ କେନ୍ଦ୍ରରେ ଟୀକାକରଣ କରାଯାଇଛି । ୪୫ ବର୍ଷରୁ ଉର୍ଦ୍ଧ୍ବ ଜୁଆଙ୍ଗ ଜନଜାତିର ଲୋକଙ୍କୁ କୋଭିଡ଼ ଗାଇଡ଼ଲାଇନ ଅନୁଯାୟୀ ଟୀକାକରଣରେ ସାମିଲ କରାଯାଇଛି । ବୁଧବାର ୯୨ ଜଣ ଜୁଆଙ୍ଗ ବ୍ୟକ୍ତିଙ୍କ ଟୀକାକରଣ କରାଯାଇଥିବା ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details