ଓଡିଶା

odisha

ବିଶ୍ବର ବଡରଥରେ ବସି ମାଉସୀ ମା’ ଘରକୁ ଗଲେ ବଳଦେବଜୀଉ

By

Published : Jul 4, 2019, 7:17 PM IST

ଶାନ୍ତି ଶୃଙ୍ଖଳାର ସହ ଅନୁଷ୍ଠିତ ହେଲା କେନ୍ଦୁଝର ଜିଲ୍ଲାର ଆରାଧ୍ୟ ଦେବତା ଶ୍ରୀ ବଳଦେବଜୀଉଙ୍କ ଘୋଷଯାତ୍ରା ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କେନ୍ଦୁଝର

କେନ୍ଦୁଝର: ଜିଲ୍ଲାର ଆରାଧ୍ୟ ଦେବତା ଶ୍ରୀ ବଳଦେବଜୀଉଙ୍କ ଘୋଷଯାତ୍ରା ଅନୁଷ୍ଠିତ ହୋଇଯାଇଛି । ବିଶ୍ବର ସବୁଠାରୁ ବଡ଼ ରଥ ଭାବେ ପରିଚିତ ଏହି ନନ୍ଦିଘୋଷ ରଥରେ ମହାପ୍ରଭୁ ବଳଦେବଜୀଉ, ଭାଇ ଜଗନ୍ନାଥ, ଭଉଣୀ ସୁଭଦ୍ରାଙ୍କ ସହ ମାଉସୀ ମା'ଙ୍କ ଘରକୁ ଯାତ୍ରା କରିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦୁଝର

୧୬୬୧ ମସିହାରୁ ତତ୍କାଳୀନ ରାଜା ଲକ୍ଷ୍ମୀ ନାରାୟଣ ଭଞ୍ଜଦେଓଙ୍କ ସମୟରୁ ଏହି ରଥଯାତ୍ରା ଅନୁଷ୍ଠିତ ହେଇଆସୁଛି । ଏହି ଯାତ୍ରାକୁ ସୁରୁଖୁରୁରେ ଶେଷ କରିବା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ପୋଲିସ ପକ୍ଷରୁ ମଧ୍ୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ଏହି ରଥଯାତ୍ରା ବଳଦେବଜୀଉଙ୍କ ଛେରା ପହଁରା ନୀତି ପରେ ଅନୁଷ୍ଠିତ ହୋଇଛି । ବିଭିନ୍ନ ଅନୁଷ୍ଠାନ ମାନଙ୍କ ପକ୍ଷରୁ ପ୍ରସାଦ ସେବନର ବ୍ୟବସ୍ଥା ମଧ୍ୟ କରାଯାଇଛି । କେନ୍ଦୁଝରର ପୁରୁଣା ସହର ଠାରେ ଅନୁଷ୍ଠିତ ଏହି ଘୋଷଯାତ୍ରାରେ ଚର୍ତୁର୍ଦ୍ଧାମୂରତି ମାଉସୀ ମା'ଙ୍କ ଘରେ ପହଞ୍ଚିଥିଲେ । ଏହି ରଥଯାତ୍ରା ଦେଖିବା ପାଇଁ ଜିଲ୍ଲାର କୋଣଅନୁକୋଣରୁ ଲକ୍ଷାଧିକ ଭକ୍ତ ଆସି ସାମିଲ ହୋଇଥିଲେ ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

Intro:ସ୍ଲଗ-ଶ୍ରୀ ବଳଦେବଜୀଉ ଙ୍କ ରଥ ଯାତ୍ରା Body:
ଆଙ୍କର- କେନ୍ଦୁଝର ଜିଲ୍ଲାର ଆରାଧ୍ୟ ଦେବତା ଶ୍ରୀ ବଳଦେବଜୀଉ ଙ୍କ ଘୋଷଯାତ୍ରା ଅନୁଷ୍ଠିତ ହୋଇଛି ।ପୃଥିବୀର ସବୁଠାରୁ ବଡ଼ ରଥ ଭାବେ ପରିଚିତ ଏହି ନନ୍ଦିଘୋଷ ରଥରେ ମହାପ୍ରଭୁ ବଳଦେବଜୀଉ, ଭାଇଜଗନ୍ନାଥ, ଭଉଣୀ ସୁଭଦ୍ରାଙ୍କ ସହ ମାଉସୀ ମା ଙ୍କ ଘରକୁ ଯାତ୍ରା କରିଥାନ୍ତି । ୧୬୬୧ ମସିହାରୁ ତତ୍କାଳୀନ ରାଜା ଲକ୍ଷ୍ମୀ ନାରାୟଣ ଭଞ୍ଜଦେଓ ଙ୍କ ସମୟରୁ ଏହି ରଥ ଯାତ୍ରା ଅନୁଷ୍ଠିତ ହେଇଆସୁଛି ।। ଏହି ରଥଯାତ୍ରା କୁ ସୁରୁଖୁରୁରେ ଅନୁଷ୍ଠିତ କରିବା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ପୋଲିସ ପକ୍ଷରୁ ମଧ୍ୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଏହି ରଥଯାତ୍ରା ବଳଦେବଜୀଉଙ୍କ ଛେରା ପହଁରା ନୀତି ପରେ ଅନୁଷ୍ଠିତ ହୋଇଛି । ବିଭିନ୍ନ ଅନୁଷ୍ଠାନ ମାସ ପକ୍ଷରୁ ପ୍ରସାଦ ସେବନ ର ବ୍ୟବସ୍ଥା କରାଯାଇଛି। କେନ୍ଦୁଝରର ପୁରୁଣା ସହର ଠାରେ ଅନୁଷ୍ଠିତ ଏହି ଘୋଷଯାତ୍ରା ରେ ଚର୍ତୁଧା ମୂର୍ତି ମାଉସୀ ମା ଙ୍କ ଘରେ ପହଞ୍ଚିଥିଲେ।ଏହି ରଥଯାତ୍ରା ଦେଖିବା ପାଇଁ ଜିଲ୍ଲାର କୋଣଅନୁକୋଣରୁ ଲକ୍ଷାଧିକ ଭକ୍ତ ଆସି ସାମିଲ ହୋଇଥିଲେ ।

Conclusion:

ABOUT THE AUTHOR

...view details