ଓଡିଶା

odisha

ମା' ତାରିଣୀଙ୍କ ନିକଟକୁ ଆସିଲା ନିମନ୍ତ୍ରଣ ପତ୍ର

By ETV Bharat Odisha Team

Published : Dec 28, 2023, 8:57 PM IST

Srimandir Parikrama Project: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବ ।ଶ୍ରୀକ୍ଷେତ୍ରରୁ ବଳଦେବଜୀଉ ଓ ତାରିଣୀଙ୍କ ନିକଟକୁ ଆସିଲା ନିମନ୍ତ୍ରଣ ପାତ୍ର । ଅଧିକ ପଢନ୍ତୁ

ମା' ତାରିଣୀଙ୍କ ନିକଟକୁ ଆସିଲା ନିମନ୍ତ୍ରଣ ପତ୍ର
ମା' ତାରିଣୀଙ୍କ ନିକଟକୁ ଆସିଲା ନିମନ୍ତ୍ରଣ ପତ୍ର

ମା' ତାରିଣୀଙ୍କ ନିକଟକୁ ଆସିଲା ନିମନ୍ତ୍ରଣ ପତ୍ର

କେନ୍ଦୁଝର:ରାଜ୍ୟ ସରକାରଙ୍କ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ୨୦୨୪, ଜାନୁଆରି ୧୭ ତାରିଖରେ ଏହାର ଲୋକାର୍ପଣ ଉତ୍ସବ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଅନୁଷ୍ଠିତ ହେବ । ଏହି ଉତ୍ସବକୁ ଭବ୍ୟ ଓ ଦିବ୍ୟ କରିବା ନିମନ୍ତେ ଦେଶ ସମେତ ଦେଶ ବାହାର ଓ ରାଜ୍ୟର ସମସ୍ତ ଜିଲ୍ଲାର ବିଭିନ୍ନ ମନ୍ଦିରକୁ ନିମନ୍ତ୍ରଣ କରାଯାଉଛି । ଏହି କ୍ରମରେ ଶ୍ରୀକ୍ଷେତ୍ର ପୁରୀରୁ ସେବାୟତ ଓ ସୁଆରଙ୍କ ଏକ ପ୍ରତିନିଧିମଣ୍ଡଳୀ କେନ୍ଦୁଝର ଜିଲ୍ଲାର ଆରାଧ୍ୟ ଶ୍ରୀ ବଳଦେବଜୀଉ ଏବଂ ଘଟଗାଁ ମା' ତାରିଣୀଙ୍କୁ ନିମନ୍ତ୍ରଣ ଜଣାଇଛନ୍ତି ।

ତେବେ ପୁରୀରୁ ଆସିଥିବା ଏହି ପ୍ରତିନିଧି ଦଳରେ ଗଦାଧର ଆପଟ, ରଶ୍ମି ରଞ୍ଜନ ଦତ୍ତ ମହାପାତ୍ର, ଏବଂ କୁନୁ ଦତ୍ତ ମହାପାତ୍ର, ନୋଡାଲ ଅଫିସର ଭାବେ ନୀତିନ ଦାସ ଆସିଛନ୍ତି । ପୁରୀରୁ ଆସିଥିବା ଏହି ପ୍ରତିନିଧିମଣ୍ଡଳୀଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଭବ୍ୟ ସ୍ଵାଗତ କରାଯାଇଥିଲା । ଅତିରିକ୍ତ ଜିଲ୍ଲାପାଳ ଯଦୁମଣି ମହଲା , କାର୍ଯ୍ୟ ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ବିଷ୍ଣୁ ପ୍ରସାଦ ଆଚାର୍ଯ୍ୟ ଉପଜିଲ୍ଲାପାଳ ରାମଚନ୍ଦ୍ର କିଷ୍କୁ ,ପିଏ ଆଇଟିଡିଏ ତପନ ନାଏକ, କେନ୍ଦୁଝରଗଡ ପୌରପାଳିକା ଅଧିକାରୀ ମଧୁସ୍ମିତା ସାମନ୍ତରାଏ ଜିଲ୍ଲା ସଂସ୍କୃତି ଅଧିକାରୀ ତଥା ଜିଲ୍ଲା ସୂଚନା ଲୋକସମ୍ପର୍କ ଉପ ନିର୍ଦ୍ଦେଶକ ସଞ୍ଜୀବ ବାରିକ ଉପସ୍ଥିତ ଥିଲେ ।

ଏହାସହ ମହିଳାଙ୍କ ଦ୍ଵାରା ତାଙ୍କୁ ସ୍ଵାଗତ ପୁଷ୍ପଗୁଚ୍ଛ, ଉତ୍ତରୀୟ ,ଫୁଲହାର ପ୍ରଦାନ କରିଥିବା ବେଳେ ଶୁଭକଳସ ବସାଇ ବନ୍ଦାପନା କରି ସ୍ଥାନୀୟ ଘୁଙ୍ଗୁରୁ କ୍ଳବ୍ ନିକଟରୁ ଏକ ଶୋଭାଯାତ୍ରାରେ ବଳଦେବଜୀଉଙ୍କ ମନ୍ଦିର ପର୍ଯ୍ୟନ୍ତ ତାଙ୍କୁ ପାଛୋଟି ଅଣାଯାଇଥିଲା । ସଂକୀର୍ତ୍ତନ, ଶଂଖ ଧ୍ବନି, ହରିବୋଲ, ହୁଳହୁଳି, ଘଂଟଘଂଟା ଓ ଜୟ ଜଗନ୍ନାଥ ଧ୍ଵନିରେ ସାରା ପରିବେଶ ଭାବମୟ ହୋଇଉଠିଥିଲା ।

ଏହା ମଧ୍ୟ ପଢନ୍ତୁ....ପରିକ୍ରମା ପ୍ରକଳ୍ପ ପାଇଁ ମା' ତାରାତାରିଣୀଙ୍କୁ ନିମନ୍ତ୍ରଣ

ଅନ୍ୟପେଟେ ସ୍ବୟଂ ସହାୟକ ଗୋଷ୍ଠୀ ଓ ମିଶନ ଶକ୍ତିର ମହିଳାମାନେ ରଙ୍ଗୋଲିରେ ଏହି ପ୍ରତିନିଧି ମଣ୍ଡଳୀଙ୍କୁ ସମ୍ବର୍ଦ୍ଧନା ଜଣାଇଥିଲେ । ପ୍ରଥମେ ଶ୍ରୀ ବଳଦେବଜିଉ ଦର୍ଶନ କରିବା ସହ ନିମନ୍ତ୍ରଣ କରିଥିଲେ ପ୍ରତିନିଧିମଣ୍ଡଳୀ । ଏହି ନିମନ୍ତ୍ରଣ ପତ୍ରକୁ ରାଜ ପୁରୋହିତ ଗ୍ରହଣ କରିଥିଲେ । ପରେ ଘଟଗାଁ ମା' ତାରିଣୀଙ୍କୁ ନିମନ୍ତ୍ରଣ କରାଯାଇଥିଲା ବେଳେ ଘଟଗାଁ ମନ୍ଦିରର ବରିଷ୍ଠ ଦେହୁରୀ ଏହି ନିମନ୍ତ୍ରଣ ପତ୍ରକୁ ଗ୍ରହଣ କରିଥିଲେ । ପରେ ମନ୍ଦିର ପରିସରରେ ଏକ ସଭା ଅନୁଷ୍ଠିତ ହୋଇଥିଲା ।

ସୂଚନାଯୋଗ୍ୟ ଭିଡ଼କୁ ଦୃଷ୍ଟିରେ ରଖି ପ୍ରତ୍ୟେକ ଜିଲ୍ଲାର ଦୁଇଟି ପ୍ରମୂଖ ମନ୍ଦିରର ଦୁଇ ଜଣ ଲେଖାଏ ସେବାୟତଙ୍କୁ ଲୋକାର୍ପଣ ଉତ୍ସବ ପାଇଁ ନିମନ୍ତ୍ରଣ କରାଯାଉଛି । ମାତ୍ର ପରିବର୍ତ୍ତୀ ଦିନମାନଙ୍କରେ ସମସ୍ତ ମନ୍ଦିରର ସେବାୟତ ପୁରୀକୁ ଯାତ୍ରା କରିପାରିବେ ବୋଲି ପ୍ରତିନିଧି ମଣ୍ଡଳୀ ଜଣାଇଛନ୍ତି ।

ଇଟିଭି ଭାରତ, କେନ୍ଦୁଝର

ABOUT THE AUTHOR

...view details