ଓଡିଶା

odisha

ଥାନାଧିକାରିଣୀଙ୍କ ଅଭିନବ ପ୍ରୟାସ, ସଙ୍ଗୀତରେ ବାଣ୍ଟୁଛନ୍ତି କୋରୋନା ସଚେତନତା ବାର୍ତ୍ତା

By

Published : May 30, 2021, 10:38 PM IST

ଅମାନିଆଙ୍କୁ ସଂଗୀତ ମାଧ୍ୟମରେ ସଚେତନ କରାଇଛନ୍ତି ଜଣେ ମହିଳା ଥାନାଧିକାରୀ । କେନ୍ଦୁଝର ଜିଲ୍ଲା ଦେଖିବାକୁ ମିଳିଛି ଏପରି ଘଟଣା । ଅଧିକ ପଢନ୍ତୁ...

ଥାନାଧିକାରିଣୀଙ୍କ ଅଭିନବ ପ୍ରୟାସ, ସଙ୍ଗୀତ ମାଧ୍ୟମରେ ବାଣ୍ଟୁଛନ୍ତି କୋରୋନା ସଚେତନତା ବାର୍ତ୍ତା
ଥାନାଧିକାରିଣୀଙ୍କ ଅଭିନବ ପ୍ରୟାସ, ସଙ୍ଗୀତ ମାଧ୍ୟମରେ ବାଣ୍ଟୁଛନ୍ତି କୋରୋନା ସଚେତନତା ବାର୍ତ୍ତା

ଆନନ୍ଦପୁର:ଅମାନିଆଙ୍କୁ ସଂଗୀତ ମାଧ୍ୟମରେ କୋରୋନାରୁ ସୁରକ୍ଷାର ସଚେତନ କରାଇଛନ୍ତି ଜଣେ ମହିଳା ଥାନାଧିକାରୀ । କେନ୍ଦୁଝର ଜିଲ୍ଲା ରାମଚନ୍ଦ୍ରପୁର ଥାନାର ଥାନାଧିକାରିଣୀ ବନ୍ଦନା ପାତ୍ର ଗୀତ ଗାଇ ଲୋକଙ୍କୁ ସଚେତନ କରିବାକୁ ଚେଷ୍ଟା କରିଛନ୍ତି । ଏହି ଗୀତ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି ।

ଥାନାଧିକାରିଣୀଙ୍କ ଅଭିନବ ପ୍ରୟାସ, ସଙ୍ଗୀତ ମାଧ୍ୟମରେ ବାଣ୍ଟୁଛନ୍ତି କୋରୋନା ସଚେତନତା ବାର୍ତ୍ତା

କୋରୋନାର ଦ୍ବିତୀୟ ଲହର ଅତ୍ୟନ୍ତ ଭୟାବହ ହୋଇଥିବାବେଳେ, କୋଭିଡ କଟକଣା ନମାନିଲେ ଅକାରଣରେ ଜୀବନ ଚାଲିଯିବ ବୋଲି ସେ ସଂଗୀତ ମାଧ୍ୟମରେ ସୂଚାଇଛନ୍ତି ଥାନାଧିକାରୀ ବନ୍ଦନା। ଏବେବି ସମୟ ଅଛି, ଲୋକମାନେ ସାବଧାନ ହୋଇ ସୁରକ୍ଷିତ ଭାବେ ଘରେ ରହିବାକୁ ସେ ନିବେଦନ କରିଛନ୍ତି । କୋରୋନା ସମସ୍ତଙ୍କଠାରୁ ହସ ଛଡାଇ ନେଇଥିବାବେଳେ, ସାମାଜିକ ଦୂରତା ରକ୍ଷା କରିବା, ମାସ୍କ ପରିଧାନ ତଥା ହାତ ଧୋଇଲେ କୋରୋନାକୁ ଆମେ ହରାଇ ପାରିବା ବୋଲି ସେ ସଂଗୀତ ମାଧ୍ୟମରେ ପରିବେଷଣ କିରଛନ୍ତି । କୋରୋନାକୁ ହରାଇବା ପାଇଁ ଲୋକଙ୍କ ସହିତ ପ୍ରଶାସନ ହାତ ମିଳାଇ କାମ କରୁଥିବା ସେ ସଂଗୀତ ମାଧ୍ୟମରେ ବୁଝାଇଥିବା ଦେଖିବାକୁ ମିଳିଛି ।

ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ , ଇଟିଭି ଭାରତ

ABOUT THE AUTHOR

...view details