କେନ୍ଦୁଝର: କୋରୋନା ମହାମାରୀକୁ ରୋକିବାକୁ ସାମାଜିକ ଦୂରତା ହିଁ ଏକମାତ୍ର ବିକଳ୍ପ । ମାତ୍ର ରାଜ୍ୟର କିଛି କିଛି ସ୍ଥାନମାନଙ୍କରେ କୋରୋନା କଟକଣାକୁ ସାମାନ୍ୟ କୋହଳ କରାଯାଇଛି । ଏହି ନିୟମ କୋହଳ ହେଲା ପରେ ଜୀବନଯାତ୍ରା ଗୋଟିଏ ପଟେ ସ୍ବଭାବିକ ହୋଇଥିବାବେଳେ କେନ୍ଦୁଝରରେ ଅସ୍ବଭାବିକ ଭାବେ ଟ୍ରାଫିକ ବଢି ଯାଇଛି ।
କେନ୍ଦୁଝର ଜିଲ୍ଲାରୁ 2 କୋରୋନା ପଜେଟିଭ ଆସିବା ପରେ ସରକାର ଜିଲ୍ଲାକୁ ଅରେଞ୍ଜ ଜୋନ ଭାବେ ଘୋଷଣା କରିଛନ୍ତି । ହେଲେ ନିୟମ କୋହଳ ହେଲା ପରେ ରାସ୍ତା ବଜାରରେ ପୋଲିସ ନଥିବା ଯୋଗୁଁ ଅନାବଶ୍ୟକ ଯାନବାହନ ଚଳାଚଳ ବୃଦ୍ଧି ପାଇଛି । ସାଧାରଣ ଲୋକେ ଦୋକାନ ବଜାରରେ ସାମାଜିକ ଦୂରତ୍ବ ନିୟମକୁ ଭୁଲି କିଣାବିକା କରୁଥିବା ଦେଖିବାକୁ ମିଳୁଛି ।