ଓଡିଶା

odisha

ପରିବହନ ଦରହ୍ରାସ ନେଇ ଟ୍ରକ ମାଲିକ ସଙ୍ଘ ମଧ୍ୟରେ ଖଣ୍ଡଯୁଦ୍ଧ, ଜଣେ ଆହତ

By

Published : Sep 20, 2021, 9:02 PM IST

Updated : Sep 20, 2021, 9:15 PM IST

ପରିବହନ ଦରହ୍ରାସ ନେଇ ଟ୍ରକ ମାଲିକ ସଙ୍ଘ ମଧ୍ୟରେ ଖଣ୍ଡଯୁଦ୍ଧ, ଜଣେ ଆହତ

ଟ୍ରକ୍ ଯୋଗେ ଖଣିଜ ପରିବହନ ନେଇ ଜିଲ୍ଲାରେ ବିବାଦ ତେଜିବାରେ ଲାଗିଛି । ଦରହ୍ରାସ ପ୍ରତିବାଦରେ ଟ୍ରକ୍ ଚାଳକଙ୍କ ପରିବାର ଲୋକେ ଜେଏସଡବ୍ଲୁ(JSW) ଖଣି ଫାଟକ ସମ୍ମୁଖରେ ଧାରଣା ଦେଇଛନ୍ତି । ଅଧିକ ପଢନ୍ତୁ..

କେନ୍ଦୁଝର:ଖଣିଜ ପରିବହନରେ ଦର ହ୍ରାସ ନେଇ ଜିଲ୍ଲାରେ ତେଜିଛି ବିବାଦ । ଟ୍ରକ ଯୋଗେ ଖଣିଜ ପରିବହନ ଅଞ୍ଚଳର ମୁଖ୍ୟ ଜୀବିକା ହୋଇଥିବାବେଳେ ଜିଲ୍ଲା ପ୍ରଶାସନର ଅପରିଣାମ ଦର୍ଶିତା କାରଣରୁ ଯୋଡା ଖଣି କ୍ଷେତ୍ରରେ ମାଳ ମାଳ ଟ୍ରକ ମାଲିକ ସଙ୍ଘ ପଞ୍ଜିକୃତ ହୋଇ ଏବେ ବିବାଦ ଘନୀଭୂତ ହେବାରେ ଲାଗିଛି । ତେବେ ଯୋଡାରେ ଅବସ୍ଥିତ ପୁରାତନ ଟ୍ରକ ମାଲିକ ସଙ୍ଘ ମାଇନିଂ ଏରିଆ ଟ୍ରକ ଓନର ଆସୋସିଏସନ (ମାଟୋଆ) ଓ ନୂତନଭାବେ ପଞ୍ଜିକୃତ ଜୁରୁଡି ଟ୍ରକ ଆସୋସିଏସନ ମଧ୍ୟରେ ଲୁହାପଥର ପରିବହନକୁ ନେଇ ବାରମ୍ବାର ମୁହାଁମୁହିଁ ପରିସ୍ଥିତି ଉପୁଜିଥିବା ନେଇ ସୂଚନା ମିଳିଛି ।

ପରିବହନ ଦରହ୍ରାସ ନେଇ ଟ୍ରକ ମାଲିକ ସଙ୍ଘ ମଧ୍ୟରେ ଖଣ୍ଡଯୁଦ୍ଧ, ଜଣେ ଆହତ

ସେପଟେ ପରିବହନ ଦର ହ୍ରାସ ନେଇ ଟ୍ରକ ଚାଳକଙ୍କ ପରିବାର ପକ୍ଷରୁ ଜଜାଙ୍ଗ ସ୍ଥିତ ଜେଏସଡବ୍ଲୁ(JSW) ଖଣି ଫାଟକ ସମ୍ମୁଖରେ ଶତାଧିକ ମହିଳା ଧାରଣାରେ ବସିଥିବାବେଳେ କିଛି ମହିଳା ଓ ପୁରୁଷ ସେମାନଙ୍କୁ ଅତର୍କିତ ଭାବେ ଲୁହାରଡ ଓ ଠେଙ୍ଗା ସାହାଯ୍ୟରେ ମରଣାନ୍ତକ ଆକ୍ରମଣ କରିଛନ୍ତି । ଫଳରେ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିବାବେଳେ ଧାରଣାରେ ବସିଥିବା ମହିଳାଙ୍କର ଟେଣ୍ଟଟିକୁ ସେମାନେ ଭାଙ୍ଗି ଦେଇଛନ୍ତି ।

ଏନେଇ କିଛି ମହିଳା ଆହତ ହୋଇ ସେଠାରୁ ଛତ୍ରଭଙ୍ଗ ଦେଇ ଦୌଡି ପଳାଇଥିବା ବେଳେ ମାଟୋଆର ଜଣେ ସଦସ୍ୟ ସତ୍ୟାନନ୍ଦ କାରୁଆଙ୍କୁ ସେମାନେ ମରଣାନ୍ତକ ଆକ୍ରମଣ କରିଥିଲେ । ସେ ଗୁରୁତର ଆହତ ହୋଇ ସତ୍ୟାନନ୍ଦ ଯୋଡାସ୍ଥିତ କମାରେ ଯାେଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଏବେ ଚିକିତ୍ସିତ ହେଉଥିବା ଜଣାପଡିଛି । ଏ ନେଇ ଦୁଇ ଟ୍ରକ ସଙ୍ଘ ମଧ୍ୟରେ ଉତ୍ତେଜନା ଲାଗି ରହିଥିବାବେଳେ ଯେ କୌଣସି ମୁହୂର୍ତ୍ତରେ ଏହି ଘଟଣା ଏକ ବଡଧରଣର ରୂପ ନେଇପାରେ ବୋଲି ଜଣାପଡିଛି । ଆଉ ଏହି ଘଟଣାରେ ପୋଲିସର ପ୍ରତିକ୍ରିୟା ମିଳିପାରିନାହିଁ ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

Last Updated :Sep 20, 2021, 9:15 PM IST

ABOUT THE AUTHOR

...view details