କେନ୍ଦୁଝର: ଜିଲ୍ଲାସ୍ଥିତ ନାୟକଟ ଥାନା ଅନ୍ତର୍ଗତ ସିଂପୁର ଗାଁରେ ଗୋଷ୍ଠୀ ସଂଘର୍ଷ ଘଟି 2 ଜଣ ଗୁରୁତର ଆହତ ହୋଇଛନ୍ତି । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏପରି ଗୋଷ୍ଠୀ ସଂଘର୍ଷ ଘଟିଥିବା ଜଣାପଡିଛି ।
ସୂଚନା ଅନୁଯାୟୀ ଗତ 13 ବର୍ଷ ଧରି ଗାଁରେ ଜମି ବିବାଦକୁ ନେଇ ହରିହର ଘଣାଙ୍କୁ ନିଆଁପାଣି ବନ୍ଦ କରିବା ସହ ଗାଁରୁ ବାସନ୍ଦ କରାଯାଇଥିଲା । ଏପରିକି ଗତ 5 ତାରିଖରେ ତାଙ୍କ ନାତୁଣୀର ବାହାଘରରେ ପ୍ରୋସେସନ କରିବାକୁ ମଧ୍ୟ ଦେଇନଥିଲେ ଗ୍ରାମବାସୀ । ଏଥିରେ ପ୍ରତିଶୋଧ ପରାୟଣ ହୋଇ ହରିହର ଆଜି(ଗୁରୁବାର) କିଛି ଭଡାଟିଆ ଗୁଣ୍ଡାଙ୍କୁ ଆଣି ଗାଁରେ ଗଣ୍ଡଗୋଳ କରିଥିଲେ । ଗ୍ରାମବାସୀ ବାରଣ କରିବା ସତ୍ତ୍ବେ ପ୍ରଥମେ ବଚସା ଓ ପରେ ମାରପିଟ ହୋଇଥିଲା ।