ଓଡିଶା

odisha

ଚାଷୀ ସମସ୍ୟା ନେଇ ଯୋଗାଣ ଅଧିକାରୀଙ୍କୁ ଘେରିଲା କେନ୍ଦୁଝର ବିଜେପି

By

Published : Jul 2, 2021, 4:11 PM IST

କେନ୍ଦୁଝର ଜିଲ୍ଲାରେ ଚାଷୀ ସମସ୍ୟାକୁ ନେଇ ଜିଲ୍ଲା ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଘେରାଉ କରିଛି ବିଜେପି । ଅଧିକ ପଢନ୍ତୁ...

ଚାଷୀ ସମସ୍ୟା ନେଇ ଯୋଗାଣ ଅଧିକାରୀଙ୍କୁ ଘେରିଲା ବିଜେପି
ଚାଷୀ ସମସ୍ୟା ନେଇ ଯୋଗାଣ ଅଧିକାରୀଙ୍କୁ ଘେରିଲା ବିଜେପି

କେନ୍ଦୁଝର: ରାଜ୍ୟରେ ମଣ୍ଡିରେ ଧାନ ବିକ୍ରି ଠାରୁ ଆରମ୍ଭ କରି ଚାଷୀଙ୍କ ଟୋକନକୁ ନେଇ ଅନେକ ସମସ୍ୟା ଦେଖିବାକୁ ମିଳିଛି । ଏହାକୁ ବିରୋଧ କରି କେନ୍ଦୁଝର ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ଘେରିଛି ବିଜେପି । ଚାଷୀଙ୍କ ସମସ୍ୟାକୁ ଖୁବଶୀଘ୍ର ସମାଧାନ କରିବା ପାଇଁ ଦାବି କରି ଦଳ ପକ୍ଷରୁ ଜିଲ୍ଲା ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଘେରାଉ କରାଯାଇଛି ।

ଚାଷୀ ସମସ୍ୟା ନେଇ ଯୋଗାଣ ଅଧିକାରୀଙ୍କୁ ଘେରିଲା ବିଜେପି

ରବି ଋତୁରେ ଧାନ କିଣାରେ ବ୍ୟାପକ ଅବ୍ୟବସ୍ଥା, ମଣ୍ଡିରେ ଧାନ ପଡି ରହିବା, ମଣ୍ଡିରେ ମିଲର୍ସଙ୍କ ଧାନ ନ ଉଠିବା ସହ ୮ରୁ ୧୦ କେଜି ଚାଷୀଙ୍କ ଧାନ କଟନି ଛଟନି କରିବା, ଏ ସମସ୍ତ ଅବ୍ୟବସ୍ଥାକୁ ସୁଧାରିବା ସହ ରାଜ୍ୟ ସରକାର ଟୋକନ ଦେଇଥିବା ସମସ୍ତ ଚାଷୀଙ୍କୁ ଧାନ ଉଠାଇବା ପାଇଁ ଆଦି ଦାବି କରିଛି ବିଜେପି । ପୂର୍ବରୁ ଜିଲ୍ଲା ସ୍ତରରେ ଥିବା ଧାନକ୍ରୟ କମିଟିକୁ ଅଚଳ କରି ଏବେ ରାଜ୍ୟ ସରକାର ଧାନ କିଣାବିକା ସିଧାସଳଖ ଭୁବନେଶ୍ବରରୁ ଚାଷୀଙ୍କୁ ଟୋକନ ଦେଇ ଏହାକୁ ନିୟନ୍ତ୍ରଣ କରୁଛନ୍ତି । ଫଳରେ ଜିଲ୍ଲାରେ ଚାଷୀମାନଙ୍କର ସମସ୍ୟାକୁ ସମାଧାନ କରିବା ପ୍ରତି ବଦଳରେ ଜିଲ୍ଲାପାଳ ହାତ ଟେକି ଦେଇଛନ୍ତି ।

ଖରିଫ ଋତୁରେ ଏବଂ ରବି ଋତୁରେ ଓଡିଶାରେ ହଜାର ହଜାର ସଂଖ୍ୟାରେ ଚାଷୀଙ୍କ ଟୋକନ ଅବଧି ଶେଷ ହୋଇଥିବା ଯୋଗୁଁ ଚାଷୀ ଧାନ ମଣ୍ଡିରେ ବିକ୍ରି କରି ନପାରି ଖୋଲା ବଜାରରେ ୧୨୦୦ ଟଙ୍କା କମ ମୂଲ୍ୟରେ ବିକ୍ରି କରିବାକୁ ବାଧ୍ୟ ହୋଇଛି । ଏହା ସହ ଜିଲ୍ଲା ମୁଖ୍ୟାଳୟରେ ସାର ରେକ ପଏଣ୍ଟ କରିବାକୁ ମଧ୍ୟ ଦାବି କରିଛି ବିଜେପି । ଏନେଇ ଶୁକ୍ରବାର ଏକ ଶୋଭାଯାତ୍ରାରେ ଆସି ଜିଲ୍ଲା ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଘେରାଉ ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଆଗାମୀ ଦିନରେ ଚାଷୀଙ୍କ ସମସ୍ୟା ସମାଧାନ ନ କଲେ ବିଧାନସଭା ଅଚଳ କରିବାକୁ ଚେତାବନୀ ଦେଇଛି ବିଜେପି ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details