ଓଡିଶା

odisha

ବଡବିଲ ବ୍ୟବସାୟୀଙ୍କ ହତ୍ୟାକାଣ୍ଡ ଘଟଣା: ବିଜେପିର ବିଶାଳ ଜନସଭା, SDPO ଅଫିସ୍ ଘେରାଉ

By

Published : Jul 22, 2023, 8:28 AM IST

SDPO ଅଫିସ୍ ଘେରାଉ କଲା ବିଜେପି ଯୁବ ମୋର୍ଚ୍ଚା । ବଡବିଲର ଜଣେ ପ୍ରତିଷ୍ଠିତ ବ୍ୟବସାୟୀ ଭୋଲା ସିହ୍ନାଙ୍କ ହତ୍ୟାକାଣ୍ଡ ଦୋଷୀକୁ ଧରିବାକୁ ଦାବି । ଅଧିକ ପଢ଼ନ୍ତୁ

ଏସ୍ଡ଼ିପିଓ ଅଫିସ୍ ଘେରାଉ କଲା ବିଜେପି ଯୁବ ମୋର୍ଚ୍ଚା
ଏସ୍ଡ଼ିପିଓ ଅଫିସ୍ ଘେରାଉ କଲା ବିଜେପି ଯୁବ ମୋର୍ଚ୍ଚା

ଏସ୍ଡ଼ିପିଓ ଅଫିସ୍ ଘେରାଉ କଲା ବିଜେପି ଯୁବ ମୋର୍ଚ୍ଚା

କେନ୍ଦୁଝର:ବଡ଼ବିଲ ବିଜେପି ମଣ୍ଡଳ ତରଫରୁ ସ୍ଥାନୀୟ ରୁଙ୍ଗଟା ଟାଉନ ହଲ ଠାରେ ବିଶାଳ ଜନସଭା ଅନୁଷ୍ଠିତ ହୋଇଛି । ଏଥିରେ ମୁଖ୍ୟଅତିଥି ଭାବେ ରାଜ୍ୟ ବିଜେପି ଯୁବମୋର୍ଚ୍ଚା ସଭାପତି ଇରାଶିଷ ଆଚାର୍ଯ୍ୟ ଯୋଗଦେଇଥିଲେ । ବିଶ୍ୱର ଲୋକପ୍ରିୟ ନେତା ତଥା ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଓଡ଼ିଶା ପ୍ରତି ତାଙ୍କର ଅବଦାନ ବିଷୟରେ କହିଥିଲେ । ଗରିବ ଲୋକମାନଙ୍କ ମୁଣ୍ଡ ଉପରେ କିଭଳି ପକ୍କା ଛାତ ରହିବ ସେଥିପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ପ୍ରତ୍ୟେକ ଗରିବ ଲୋକଙ୍କ ଘରକୁ ବିଜୁଳି ଓ ପାଣି ସଂଯୋଗ କରିବା ଏବଂ ଗରିବ ଜନକଲ୍ୟାଣ ଯୋଜନା ଉପରେ ଆଲୋକପାତ କରିଥିଲେ । ଏହାପରେ ବଡ଼ବିଲରେ ଘଟିଥିବା ହତ୍ୟାକାଣ୍ଡକୁ ନେଇ ଏକ ବିଶାଳ ରାଲି କରି ଆନ୍ଦୋଳନ କରିଥିଲେ ବିଜେପି କର୍ମକର୍ତ୍ତା ।

ଯୁବମୋର୍ଚ୍ଚା ସଭାପତି ଇରାଶିଷ ଆଚାର୍ଯ୍ୟ କହିଛନ୍ତି,‘‘ ମେ ୧ ତାରିଖରେ ବଡ଼ବିଲରେ ଘଟିଥିବା ହତ୍ୟାକାଣ୍ଡର ଅଢ଼େଇ ମାସରୁ ଊର୍ଦ୍ଧ୍ବ ସମୟ ଅତିବାହିତ ହୋଇଯାଇଛି । ହେଲେ ପ୍ରକୃତ ଅପରାଧୀକୁ ଧରିବାରେ ସକ୍ଷମ ହେଉନାହିଁ ପୋଲିସ । ଏ ହତ୍ୟାର ତୁରନ୍ତ ସଠିକ ଯାଞ୍ଚ କରାଯିବା ସହ ଦୋଷୀକୁ କଠୋର ଦଣ୍ଡ ପ୍ରଦାନ କରାଯାଉ ।’’

ଯୁବମୋର୍ଚ୍ଚାର ରାଜ୍ୟ ସଭାପତି ଇରାଶିଷ ଆଚାର୍ଯ୍ୟ, ଚମ୍ପୁଆ ବିଧାନସଭାର ଦଳୀୟ ପ୍ରାର୍ଥୀ ମୁରଲୀ ଶର୍ମା, ପୂର୍ବତନ ପୌରାଧ୍ୟକ୍ଷ ଏବଂ ରାଜ୍ୟକାର୍ଯ୍ୟକାରିଣୀ ସଦସ୍ୟ ଦିଲିପ କୁମାର ମିଶ୍ର, ରାଜ୍ୟ କୃଷକମୋର୍ଚ୍ଚା ଉପସଭାପତି ରାଧାକାନ୍ତ ମହାନ୍ତ, ମହିଳା ମୋର୍ଚ୍ଚା ଜିଲ୍ଲା ଉପସଭାନେତ୍ରୀ ଶ୍ରଦ୍ଧାଞ୍ଜଳି କର, ଜିଲ୍ଲା ସଂପାଦକ ରାଜୁ ମହାନ୍ତ ପ୍ରମୁଖ ଅଂଶ ଗ୍ରହଣ କରି SDPOଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ । ବଡ଼ବିଲରେ ଘଟିଥିବା ଏହି ହତ୍ୟାକାଣ୍ଡର ତଦନ୍ତ ସଠିକ ଦିଗରେ ଆଗେଇବ ବୋଲି ଭାରତୀୟ ଜନତା ପାର୍ଟି ଆଶା ପ୍ରକାଶ କରିଛି ।

ସୂଚନାନୁଯାୟୀ, ମେ 1 ତାରିଖ ଦିନ ବଡବିଲର ଜଣେ ପ୍ରତିଷ୍ଠିତ ବ୍ୟବସାୟୀ ଭୋଲା ସିହ୍ନାଙ୍କ ହତ୍ୟା ହୋଇଥିଲା । ବ୍ୟବସାୟିକ ପ୍ରତିଦ୍ୱନ୍ଦିତା କାରଣରୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଥିଲା । ଏହି ବୀଭତ୍ସ ହତ୍ୟାକାଣ୍ଡ ପଛରେ ବଡ଼ବିଲ ମ୍ୟୁନସିପାଲିଟି ଚେୟାରମ୍ୟାନ ଲକ୍ଷ୍ମଣ ମହାନ୍ତଙ୍କ ସମ୍ପୃକ୍ତ ରହିଥିବା ବିଜେପି ଦାବି କରିଛି । ସରକାରୀ ଦଳ ସୁରକ୍ଷା ବଳୟରେ ଲକ୍ଷ୍ମଣ ମହାନ୍ତ ଏହିପରି ଅନେକ ଜଘନ୍ୟ ଅପରାଧ କରି ନିର୍ବିଘ୍ନରେ ଘୁରି ବୁଲୁଛନ୍ତି । ତେଣୁ ପ୍ରକୃତ ଦୋଷୀକୁ ଧରିବା ପାଇଁ ପ୍ରତିଟି ଦିଗକୁ ଅନୁସନ୍ଧାନ ପରିସର ଭୁକ୍ତ କରିବା ନିମନ୍ତେ ବିଜେପି ଦାବି କରିବା ସହ ଆନ୍ଦୋଳନ କରିଥିଲା ।

ଇଟିଭି ଭାରତ, କେନ୍ଦୁଝର

ABOUT THE AUTHOR

...view details