ଓଡିଶା

odisha

କୋଭିଡ ହସ୍ପିଟାଲରେ ବିଜେପି ପ୍ରତିନିଧି ଦଳର ସମୀକ୍ଷା, ଜିଲ୍ଲାପାଳଙ୍କ ନାଁରେ ଏତଲା

By

Published : May 13, 2021, 9:20 PM IST

ବିଜେପି ଦଳର ଏକ ପ୍ରତିନିଧି ଦଳ କେନ୍ଦୁଝର ଗସ୍ତ କରି ଜିଲ୍ଲାରେ କୋଭିଡ ହସ୍ପିଟାଲର ସ୍ଥିତି ପରିଖିଛି । ବିଭିନ୍ନ ଅବ୍ୟବସ୍ଥା ମଧ୍ୟରେ ହସ୍ପିଟାଲ ଚାଲିଥିବା ଅଭିଯୋଗ କରି ଜିଲ୍ଲାପାଳଙ୍କ ନାଁରେ ଏତଲା ଦେଲା ଦଳ । ଅଧିକ ପଢନ୍ତୁ...

କୋଭିଡ ହସ୍ପିଟାଲରେ ଅବ୍ୟବସ୍ଥା ସମୀକ୍ଷା କଲା ବିଜେପି ପ୍ରତିନିଧି ଦଳ, ଜିଲ୍ଲାପାଳଙ୍କ ନାମରେ ଏତଲା
କୋଭିଡ ହସ୍ପିଟାଲରେ ଅବ୍ୟବସ୍ଥା ସମୀକ୍ଷା କଲା ବିଜେପି ପ୍ରତିନିଧି ଦଳ, ଜିଲ୍ଲାପାଳଙ୍କ ନାମରେ ଏତଲା

କେନ୍ଦୁଝର: ରାଜ୍ୟ ବିଜେପି ସଭାପତିଙ୍କ ନିର୍ଦ୍ଦେଶରେ ଆଜି ବିଜେପି ଦଳର ଏକ ପ୍ରତିନିଧି ଦଳ କେନ୍ଦୁଝର ଗସ୍ତ କରିଥିଲେ । କୋଭିଡ ପରିଚାଳନାରେ ଅନିୟମିତା ସମ୍ପର୍କରେ ଆସିଥିବା ଅଭିଯୋଗ ନେଇ ସଦସ୍ୟମାନେ ଅନୁଧ୍ୟାନ କରିଥିଲେ । ଗତ ୫ ତାରିଖରେ ମଶାଣିରେ ଜୁଇ ନ ଲିଭିବା ଘଟଣାକୁ ଗୁରୁତର ସହ ନେଇ ପ୍ରତିନିଧି ଦଳ ଡାକ୍ତରଖାନା ପରିଚାଳନା କମିଟି ସହ ଆଲୋଚନା କରି ନିଷ୍ଫଳ ହୋଇଥିବା ପ୍ରକାଶ କରିଥିଲେ ପ୍ରତିନିିଧି ଦଳ।

କୋଭିଡ ହସ୍ପିଟାଲରେ ଅବ୍ୟବସ୍ଥା ସମୀକ୍ଷା କଲା ବିଜେପି ପ୍ରତିନିଧି ଦଳ, ଜିଲ୍ଲାପାଳଙ୍କ ନାମରେ ଏତଲା

ସେହିପରି ଗତ ଦୁଇ ଦିନ ତଳେ ଜଣେ ରୋଗୀ କିପରି ସୁରକ୍ଷା ବଳୟ ପାର ହୋଇ ଡାକ୍ତରଖାନା ବାହାରେ ମୃତ୍ୟୁ ବରଣ କଲା ଓ ଅନ୍ୟ ଜଣେ ମୃତକଙ୍କ ପରିବାରକୁ ନ ଜଣାଇ ମୃତଦେହ ଦାହ କରାଗଲା, ସେ ସବୁକୁ ନେଇ ସଠିକ ତଥ୍ୟ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଥିଲେ ପ୍ରତିନିଧି ଦଳ । ଏହି ଘଟଣାକୁ ଏକ ଦୁର୍ଘଟଣା କହିବା ସହ ବିଜେପି ପ୍ରତିନିଧି ଦଳ ସହ ଆଲୋଚନା ହୋଇଥିବା ପ୍ରକାଶ କରିଥିଲେ କୋଭିଡ଼ ହସ୍ପିଟାଲ କର୍ତ୍ତୃପକ୍ଷ।

ଏହି ଆଲୋଚନା ପରେ ସଠିକ ଉତ୍ତର ନପାଇବା ପରେ କେନ୍ଦୁଝର ଜିଲ୍ଲାପାଳଙ୍କ ବିରୋଧରେ ଏକ ଏତଲା ଟାଉନ ଥାନା ଅଧିକାରୀଙ୍କୁ ପ୍ରଦାନ କରିଥିଲା ବିଜେପି ପ୍ରତିନିଧି ଦଳ। ଗତକାଲି କେନ୍ଦୁଝର ଜିଲ୍ଲାପାଳ ଯେଉଁ ଉଚ୍ଚପଦାଧିକାରୀଙ୍କୁ ତଦନ୍ତ ନିର୍ଦେଶ ଦେଇଥିଲେ ତାକୁ ପ୍ରତ୍ୟାଖାନ କରିଥିଲେ ବିଜେପି ପ୍ରତିନିଧି ଦଳ । ଏହାସହ ଏହି ଘଟଣା ଗୁଡିକର ଏକ ବିଚାର ବିଭାଗୀୟ ତଦନ୍ତ କରାଯିବାକୁ ଦାବି କରିଥିଲେ ପ୍ରତିନିଧି ଦଳ ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details