ଓଡିଶା

odisha

କେନ୍ଦୁଝରରେ ଗଡ଼ିଲା ପୋଷ୍ୟ ସନ୍ତାନ ଗ୍ରହଣ ରଥ

By

Published : Dec 2, 2020, 1:55 PM IST

ଗଡ଼ିଲା ପୋଷ୍ୟ ସନ୍ତାନ ଗ୍ରହଣ ରଥ । କେନ୍ଦୁଝର ଜିଲ୍ଲାପାଳ କାର୍ଯ୍ୟାଳୟଠାରୁ ପୋଷ୍ୟ ସନ୍ତାନ ଗ୍ରହଣ ସଚେତନତା ସପ୍ତାହ ପାଳନ ଉପଲକ୍ଷେ ଏକ ସଚେତନତା ରଥର ଶୁଭାରମ୍ଭ ହୋଇଛି । ଅଧିକ ପଢନ୍ତୁ...

An adoption awareness drive has been started in Keonjha
ଗଡ଼ିଲା ପୋଷ୍ୟ ସନ୍ତାନ ଗ୍ରହଣ ରଥ, ଶୁଭାରମ୍ବ କଲେ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ

କେନ୍ଦୁଝର: ଗଡ଼ିଲା ପୋଷ୍ୟ ସନ୍ତାନ ଗ୍ରହଣ ରଥ । ପ୍ରତ୍ୟେକ ଶିଶୁ ପାଇଁ ପରିବାରଟିଏ ଓ ପ୍ରତି ପରିବାର ପାଇଁ ଶିଶୁଟିଏ ଖୁସି ଦେଇଥାଏ । ତେଣୁ ଅସୁବିଧା ବଶତଃ କେହି ସନ୍ତାନ ଦାନ କରିବା ହେଉ କିମ୍ବା ପୋଷ୍ୟ ସନ୍ତାନ ଗ୍ରହଣ ଏ ନେଇ ସରକାରୀ ନିୟମ ରହିଛି । ଏପରିକି ଶିଶୁମାନଙ୍କୁ ବିଭିନ୍ନ ଶିଶୁ ଯତ୍ନ ଗୃହରେ ରଖାଯିବାର ବ୍ୟବସ୍ଥା ହୋଇଥାଏ । ପରେ ସେମାନଙ୍କୁ ଆଇନଗତ ଭାବେ ଆଗ୍ରହୀ ନିଃସନ୍ତାନ ଦମ୍ପତିଙ୍କୁ ପ୍ରଦାନ କରାଯାଇଥାଏ ।

ଗଡ଼ିଲା ପୋଷ୍ୟ ସନ୍ତାନ ଗ୍ରହଣ ରଥ, ଶୁଭାରମ୍ବ କଲେ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ

ଆଗ୍ରହୀ ଦମ୍ପତି ଅନଲାଇନ୍ ମାଧ୍ୟମରେ ପଞ୍ଜିକୃତ କରାଇ ଅଦାଲତଙ୍କ ଦ୍ବାରା ସ୍ବିକୃତି ପ୍ରାପ୍ତ ହେଲେ ହିଁ ସ୍ବତନ୍ତ୍ର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ରରୁ ଶିଶୁ ଗ୍ରହଣ କରାଯିବାର ବ୍ୟବସ୍ଥା ରହିଛି । ଏନେଇ ଜିଲ୍ଲାପାଳ କାର୍ଯ୍ୟାଳୟଠାରୁ ପୋଷ୍ୟ ସନ୍ତାନ ଗ୍ରହଣ ସଚେତନତା ସପ୍ତାହ ପାଳନ ଉପଲକ୍ଷେ ଏକ ସଚେତନତା ରଥର ଶୁଭାରମ୍ଭ ହୋଇଛି । ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ଏହି ରଥର ଶୁଭାରମ୍ଭ କରିଥିବା ବେଳେ ବହୁ ଜିଲ୍ଲା ସ୍ଥରୀୟ ଅଧିକାରୀ ଉପସ୍ଥିତ ଥିଲେ । ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ପକ୍ଷରୁ ଉକ୍ତ ରଥଟି ସମଗ୍ର ଜିଲ୍ଲା ପରିକ୍ରମା କରିବ ବୋଲି ଜଣାପଡିଛି ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details