ଓଡିଶା

odisha

ଦାଉ ସାଧୁଛି ବର୍ଷା, କେନ୍ଦ୍ରାପଡାରେ 30ରୁ ଉର୍ଦ୍ଧ୍ବ ପରିବାର ପାଣି ଘେରରେ

By

Published : Oct 8, 2022, 4:46 PM IST

ଦାଉ ସାଧୁଛି ବର୍ଷା । କେନ୍ଦ୍ରାପଡାରେ 30ରୁ ଉର୍ଦ୍ଧ୍ବ ପରିବାର ପାଣି ଘେରରେ । ରାଜ୍ୟରେ ଲଘୁଚାପ ଜନିତ ବର୍ଷା ଯୋଗୁଁ କେନ୍ଦ୍ରାପଡା ଜିଲ୍ଲା ଆଳି ବ୍ଲକ ପଦନପୁର ବସ୍ତିରେ ଶତାଧିକ ପରିବାର ପାଣି ଘେରରେ ରହିଛନ୍ତି । ଜଳ ନିଷ୍କାସନ ପଥ ଅବରୋଧ ଯୋଗୁଁ ଏଭଳି ସମସ୍ୟା ଦେଖାଦେଇଛି । ଅଧିକ ପଢ଼ନ୍ତୁ

water logging problem due to heavy rainfall in kendrapara
ଦାଉ ସାଧୁଛି ବର୍ଷା, କେନ୍ଦ୍ରାପଡାରେ 30ରୁ ଉର୍ଦ୍ଧ୍ବ ପରିବାର ପାଣି ଘେରରେ

କେନ୍ଦ୍ରାପଡା:କେନ୍ଦ୍ରାପଡାରେ 30ରୁ ଉର୍ଦ୍ଧ୍ବ ପରିବାର ପାଣି ଘେରରେ । ଜଳ ନିଷ୍କାସନ ପଥ ଅବରୋଧ ଯୋଗୁଁ ଶତାଧିକ ପରିବାର ହନ୍ତସନ୍ତ । କେଉଁଠି ଘର ଭିତରେ ପାଣି ପଶିଛି ତ ଆଉ କେଉଁଠି କଚ୍ଚା ଘର ଭୁଶୁଡି ଗଲାଣି । ଦୀର୍ଘ ଏକ ସପ୍ତାହ ଧରି ବର୍ଷା ଲାଗି ରହିବା ଫଳରେ କେନ୍ଦ୍ରାପଡା ଜିଲ୍ଲା ଆଳି ବ୍ଲକ ପଦନପୁର ବସ୍ତିର ଶତାଧିକ ପରିବାର ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ଦାଉ ସାଧୁଛି ବର୍ଷା, କେନ୍ଦ୍ରାପଡାରେ 30ରୁ ଉର୍ଦ୍ଧ୍ବ ପରିବାର ପାଣି ଘେରରେ

ପଦନପୁର ବସ୍ତିର ଚାରିଆଡେ ବର୍ଷା ପାଣି ଜମି ରହିଛି। ଘରଭିତରୁ ବାହାର ଯାଏ ବର୍ଷା ପାଣି ଲହଡି ଭାଙ୍ଗୁଛି। ବସ୍ତିର ୩୦ରୁ ଉର୍ଦ୍ଧ୍ବ ପରିବାର ଘରଛାଡି ଏବେ ଅନ୍ୟ ଘରେ ଆଶ୍ରୟ ନେଉଛନ୍ତି । ପ୍ରତିବର୍ଷ ବର୍ଷାଋତୁ ଆସିଲେ ଏହି ବସ୍ତିବାସିନ୍ଦା ମାସମାସ ଧରି ଜଳଘେରରେ ରହି ସମସ୍ୟା ଭୋଗୁଥିବା କହିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ:ଆଳିରେ ବେଆଇନ ବାଲି ଚାଲାଣ, କାର୍ଯ୍ୟାନୁଷ୍ଠାନ ଦାବିରେ ଜିଲ୍ଲାପାଳଙ୍କୁ ଭେଟିଲା ବିଜେପି

ଏନେଇ କେନ୍ଦ୍ରାପଡା ଜିଲ୍ଲାପାଳ, ଆଳି ତହସିଲଦାର ଓ ବିଡ଼ିଓଙ୍କୁ ଲିଖିତ ଭାବେ ଅବଗତ କରିଆସୁଥିଲେ ମଧ୍ୟ ସ୍ଥାୟୀଭାବେ ଜଳ ନିଷ୍କାସନ ପାଇଁ ଅଦ୍ୟାବଧି କୌଣସି ବ୍ୟବସ୍ଥା କରାଯାଉ ନଥିବା ଲୋକେ ଅଭିଯୋଗ କରିଛନ୍ତି । ଅନ୍ୟ ପକ୍ଷରେ ସେ ସ୍ଥାନକୁ ଦେଖିଲା ପରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଆଳି ତହସିଲଦାର ସୂଚନା ଦେଇଛନ୍ତି ।

ଇଟିଭି ଭାରତ, କେନ୍ଦ୍ରାପଡା

ABOUT THE AUTHOR

...view details