ETV Bharat / state

ଆଳିରେ ବେଆଇନ ବାଲି ଚାଲାଣ, କାର୍ଯ୍ୟାନୁଷ୍ଠାନ ଦାବିରେ ଜିଲ୍ଲାପାଳଙ୍କୁ ଭେଟିଲା ବିଜେପି

author img

By

Published : Oct 8, 2022, 11:42 AM IST

ଆଳିରେ ବେଆଇନ ବାଲି ଚାଲାଣ ନେଇ କେନ୍ଦ୍ରାପଡ଼ା ଜିଲ୍ଲା ବିଜେପିର ଏକ ସ୍ବତନ୍ତ୍ର ଟିମ୍ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି । ତେବେ ଏହି ଚୋରା ଚାଲାଣରେ ସ୍ଥାନୀୟ ତହସିଲଦାର, ବିଡ଼ିଓ ଏବଂ ମନ୍ତ୍ରୀ ପ୍ରତାପ ଦେବଙ୍କର ହାତ ରହିଥିବା ବିଜେପି ଅଭିଯୋଗ କରିଛି । ଅଧିକ ପଢ଼ନ୍ତୁ

ଆଳିରେ ବେଆଇନ ବାଲି ଚାଲାଣ, କାର୍ଯ୍ୟାନୁଷ୍ଠାନ ଦାବିରେ ଜିଲ୍ଲାପାଳଙ୍କୁ ଭେଟିଲା ବିଜେପି
ଆଳିରେ ବେଆଇନ ବାଲି ଚାଲାଣ, କାର୍ଯ୍ୟାନୁଷ୍ଠାନ ଦାବିରେ ଜିଲ୍ଲାପାଳଙ୍କୁ ଭେଟିଲା ବିଜେପି

କେନ୍ଦ୍ରାପଡା: ଆଳିରେ ହେଉଛି ବେଆଇନ ବାଲି ଚାଲାଣ । ଏନେଇ କେନ୍ଦ୍ରାପଡ଼ା ଜିଲ୍ଲା ବିଜେପିର ଏକ ସ୍ବତନ୍ତ୍ର ଟିମ୍ ଶୁକ୍ରବାର ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟରେ ଭେଟି ଅଭିଯୋଗ କରିଛନ୍ତି । ବେଆଇନ ବାଲି ଉଠାଣ ଓ ଚାଲାଣରେ ସ୍ଥାନୀୟ ତହସିଲଦାର, ବିଡ଼ିଓ ଏବଂ ମନ୍ତ୍ରୀ ପ୍ରତାପ ଦେବଙ୍କର ମଧ୍ୟ ଏହି ବେଆଇନ ବାଲି ଚାଲାଣରେ ହାତ ରହିଛି ବୋଲି ଜିଲ୍ଲାପାଳଙ୍କ ନିକଟରେ ଲିଖିତ ଅଭିଯୋଗ କରିଛି ବିଜେପି ।

ଆଳିରେ ବେଆଇନ ବାଲି ଚାଲାଣ, କାର୍ଯ୍ୟାନୁଷ୍ଠାନ ଦାବିରେ ଜିଲ୍ଲାପାଳଙ୍କୁ ଭେଟିଲା ବିଜେପି

କେନ୍ଦ୍ରାପଡା ଜିଲ୍ଲା ଆଳିରେ ବେଆଇନ ବାଲି ଚାଲାଣ ହେଉଥିବା ନେଇ ଜିଲ୍ଲା ବିଜେପିର ଏକ ସ୍ବତନ୍ତ୍ର ଟିମ୍ ଗତକାଲି (ଶୁକ୍ରବାର) ଜିଲ୍ଲାପାଳଙ୍କୁ ଭେଟି ଅଭିଯୋଗ କରିଛନ୍ତି । ବାଲିମାଫିଆଙ୍କ ସହିତ ସ୍ଥାନୀୟ ତହସିଲଦାର, ବିଡ଼ିଓ ଏବଂ ମନ୍ତ୍ରୀ ପ୍ରତାପ ଦେବଙ୍କର ମଧ୍ୟ ଏହି ବେଆଇନ ବାଲି ଚାଲାଣରେ ହାତ ରହିଛି ବୋଲି ବିଜେପି ସିଧାସଳଖ ଅଭିଯୋଗ କରିଛି । ବେଆଇନ ବାଲି ଉଠାଣ ଓ ଚାଲାଣ ଦ୍ୱାରା ହେଉଥିବା ରାଜସ୍ୱ କ୍ଷତି ଓ ନଦୀବନ୍ଧ ଦୁର୍ବଳ ବିଷୟରେ ଜିଲ୍ଲାପାଳଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ପାଇବା ପରେ ଜିଲ୍ଲାପାଳ ଫୋନ ଯୋଗେ ଆଳି ତହସିଲଦାରଙ୍କ ସହ ଯୋଗାଯୋଗ କରି ଘଟଣାର ତଦନ୍ତ ସହ କାର୍ଯ୍ୟାନୁଷ୍ଠାନ ପାଇଁ ଆଦେଶ ଦେଇଛନ୍ତି ।

ଖାଲି ସେତିକି ନୁହେଁ, ସବୁଦିନ ଶହ ଶହ ବାଲି ବୋଝେଇ ଟ୍ରକ, ଟ୍ରାକ୍ଟର, ଡ଼ମ୍ଫର ଆଦି ଗାଡିମାନ ଯିବା ଆସିବା ଦ୍ୱାରା ନଦୀବନ୍ଧ ଗୁଡିକରେ ବଡ଼ବଡ଼ ଖାଲଖମା ହୋଇ ନଦୀବନ୍ଧ ଦୁର୍ବଳ ହୋଇ ଭାଙ୍ଗିଯାଇ ଭବିଷ୍ୟତରେ ଧନଜୀବନ କ୍ଷୟକ୍ଷତି ହେବ ବୋଲି ମଧ୍ୟ ଆଶଙ୍କା କରିଛି ଜିଲ୍ଲା ବିଜେପି । ଏହି ଅଭିଯୋଗ ପତ୍ର ପ୍ରଦାନ ବେଳେ ଜିଲ୍ଲା ବିଜେପି ଉପ ସଭାପତି କୃଷ୍ଣଚନ୍ଦ୍ର ପଣ୍ଡା, ମହିଳା ମୋର୍ଚ୍ଚା ସଭାନେତ୍ରୀ ପ୍ରିୟଦର୍ଶିନୀ ନନ୍ଦ, ଜିଲ୍ଲା ସଭାପତି କିଶୋର କୁମାର ପଣ୍ଡା, ସମ୍ପାଦକ ଅଭିମନ୍ୟୁ ଗୋଛାୟତ, ସାଧାରଣ ସମ୍ପାଦକ ଶସାଙ୍କ ଶେଖର ସେଠୀ, ଉପସଭାପତି କରୁଣାକର ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

ଇଟିଭି ଭାରତ, କାନ୍ଦ୍ରାପଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.