ଓଡିଶା

odisha

ଅନଶନରେ ବସିଛନ୍ତି ଭିତରକନିକା ଇକୋ ଜୋନ ମନିଟରିଂ ସଦସ୍ୟ

By

Published : Aug 14, 2021, 1:45 PM IST

ଖରସ୍ରୋତା ନଦୀରେ ପାନୀୟ ଜଳ ପ୍ରକଳ୍ପ ହେଲେ ଭିତରକନିକା ଜାତୀୟ ଉଦ୍ୟାନ ଉପରେ କୁପ୍ରଭାଵ ପଡିବା ଅଭିଯୋଗ କରି ଅନଶନରେ ବସିଛନ୍ତି ଭିତରକନିକା ଇକୋ ଜୋନ ମନିଟରିଂ କମିଟି ସଦସ୍ୟ ଶ୍ରୀକାନ୍ତ ନାୟକ । ଅଧିକ ପଢନ୍ତୁ...

ଅନଶନରେ ବସିଛନ୍ତି ଭିତରକନିକା ଇକୋ ଜୋନ ମନିଟରିଂ ସଦସ୍ୟ
ଅନଶନରେ ବସିଛନ୍ତି ଭିତରକନିକା ଇକୋ ଜୋନ ମନିଟରିଂ ସଦସ୍ୟ

କେନ୍ଦ୍ରାପଡା:ଖରସ୍ରୋତା ନଦୀରେ ପାନୀୟ ଜଳ ପ୍ରକଳ୍ପ ହେଲେ ଭିତରକନିକା ଜାତୀୟ ଉଦ୍ୟାନ ଉପରେ କୁପ୍ରଭାଵ ପଡିବ । ଏହି ଅଭିଯୋଗ ଆଣି ଗତ ୧୦ ତାରିଖରୁ ଆମରଣ ଅନଶନରେ ବସିଛନ୍ତି ପରିବେଶବିତ ତଥା ଭିତରକନିକା ଇକୋ ଜୋନ ମନିଟରିଂ କମିଟି ସଦସ୍ୟ ଶ୍ରୀକାନ୍ତ ନାୟକ । କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟ ଠାରୁ ମାତ୍ର ୧୦ମିଟର ଦୂର ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତି ତଳେ ଅନଶନରେ ବସିଛନ୍ତି ଶ୍ରୀକାନ୍ତ ।

ଅନଶନରେ ବସିଛନ୍ତି ଭିତରକନିକା ଇକୋ ଜୋନ ମନିଟରିଂ ସଦସ୍ୟ

ଏନେଇ ପୂର୍ବରୁ ଜିଲ୍ଲା ପ୍ରଶାସନକୁ ଅବଗତ କରାଇଥିଲେ ମଧ୍ୟ ଦୀର୍ଘ ୭୨ ଘଣ୍ଟା ପରେ ଶ୍ରୀକାନ୍ତଙ୍କ ପାଖରେ ନା ପହଞ୍ଚିଛି ମେଡିକାଲ ଟିମ ନା କୌଣସି ପ୍ରଶାସନିକ ଅଧିକାରୀ । ଯାହାକି ବର୍ତ୍ତମାନ ଜିଲ୍ଲାବାସୀଙ୍କୁ ଖରସ୍ରୋତା ବଞ୍ଚାଅ ଆନ୍ଦୋଳନରେ ସାମିଲ ହେବାପାଇଁ ଭରପୁର ଖୋରାକ ଯୋଗାଇଛି । ଶାନ୍ତିପୂର୍ଣ୍ଣ ଭାବେ ଶ୍ରୀକାନ୍ତ ଅନଶନରେ ବସିଥିବା ବେଳେ ତାଙ୍କ ଦ୍ୱାରା ନିର୍ମିତ ପରିବେଶ ପାଇଁ "ସମ୍ଭାବନା"କୁ ମାପଚୁପ କରାଯାଇ ଏହାକୁ ଭାଙ୍ଗିବା ପାଇଁ ପ୍ରୟାସ ଆରମ୍ଭ କରାଯାଇଛି । ଏଥିସହ ମାନବ ଶୃଙ୍ଖଳ ଦ୍ୱାରା ଶ୍ରୀକାନ୍ତଙ୍କୁ ସମର୍ଥନ ମିଳିଥିବା ବେଳେ ତାଙ୍କ ଆନ୍ଦୋଳନକୁ ସମର୍ଥନ କରି ପ୍ରତ୍ୟହ ୧୦ରୁ ଊର୍ଦ୍ଧ୍ବ ଯୁବକ ତାଙ୍କ ସହ ସାମିଲ ହେଉଥିବା ଦେଖାଯାଇଛି ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ABOUT THE AUTHOR

...view details