ଓଡିଶା

odisha

କେନ୍ଦ୍ରାପଡାରେ ବିଦାୟ ନେଲେ ଧନଦାତ୍ରୀ, ପୁଣି ଆରବର୍ଷକୁ ଅପେକ୍ଷା

By ETV Bharat Odisha Team

Published : Nov 5, 2023, 10:52 PM IST

ସାତ ଦିନ ଧରି ବେଶ ଜାକଜମକରେ କେନ୍ଦ୍ରାପଡାରେ ଗଜଲକ୍ଷ୍ମୀ ପୂଜା ଚାଲିଥିବା ବେଳେ ଆଜି ଭସାଣ ଉତ୍ସବ ଅନୁଷ୍ଠିତ ହୋଇଛି । ଅଧିକ ପଢନ୍ତୁ

ବିଦାୟ ନେଇଛନ୍ତି ଧନଦାତ୍ରୀ
ବିଦାୟ ନେଇଛନ୍ତି ଧନଦାତ୍ରୀ

ବିଦାୟ ନେଇଛନ୍ତି ଧନଦାତ୍ରୀ

କେନ୍ଦ୍ରାପଡା:ଶେଷ ହୋଇଛି କେନ୍ଦ୍ରାପଡା ଜିଲ୍ଲାର ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା । ସାତ ଦିନ ଧରି ବେଶ ଜାକଜମକରେ କେନ୍ଦ୍ରାପଡାରେ ଗଜଲକ୍ଷ୍ମୀ ପୂଜା ଚାଲିଥିବା ବେଳେ ଆଜି ଭସାଣ ଉତ୍ସବ ଅନୁଷ୍ଠିତ ହୋଇଛି । ସପ୍ତାହେ ଧରି ସହରର ୫୦ରୁ ଊର୍ଦ୍ଧ୍ବ ମଣ୍ଡପରେ ମା' ଲକ୍ଷ୍ମୀଙ୍କ ସମେତ ବିଭିନ୍ନ ଦେବାଦେବୀ ପୂଜା ପାଉଥିଲେ । ସୁଉଚ୍ଚ ତୋରଣ ସାଙ୍ଗକୁ ରଙ୍ଗବେରଙ୍ଗର ଆଲୋକମାଳାରେ ଝଲସି ଉଠିଥିଲା କେନ୍ଦ୍ରାପଡା । ମାଆଙ୍କ ଆଗମନରେ ପୁରା ଅଞ୍ଚଳରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା ।

ଗତକାଲି ମେଲଣ ପରେ ଆଜି ଭସାଣ ଶୋଭାଯାତ୍ରାରେ ବାହାରି ଜଳଛାୟା ହୋଇଛନ୍ତି ଧନଦାତ୍ରୀ ମା’ ଗଜଲକ୍ଷ୍ମୀ । ଗଣପର୍ବର ଆଖ୍ୟା ପାଇଥିବା କେନ୍ଦ୍ରାପଡା ସହରରେ ଆଜି ହେଉଛି ମଉଜ ମଜଲିସର ଶେଷଦିନ । ଆଜି ପୂର୍ବାହ୍ନରେ ପୁରୁଣା ବସଷ୍ଟାଣ୍ଡ ଥାନପତିଙ୍କ ନିକଟରେ ଭୋଗ ଲାଗି କରାଯିବା ପରେ ଅସ୍ଥାୟୀ ବିସର୍ଜନ ଘାଟ ଅଭିମୁଖେ ଜଳଛାୟା ପାଇଁ ରାଜ୍ୟର କୋଣ ଅନୁକୋଣରୁ ଆସିଥିବା ବ୍ରାସ ପାର୍ଟି,ସିଂହ ବାଜା, ଘୁମୁରା ବାଜାର ତାଳେତାଳେ ଆସିଥିଲେ ମା' । ଲଟେରୀ ଅନୁଯାୟୀ ଗୋଟିଏ ପରେ ଗୋଟିଏ ମେଢ଼ ଏବେ ବିସର୍ଜନ ଘାଟ ଅଭିମୁଖେ ଶୋଭାଯାତ୍ରା ଆରମ୍ଭ କରିଥିଲେ ।

ଏହା ମଧ୍ୟ ପଢନ୍ତୁ - ମେଲାଣି ନେଲେ ମାଆ ଗଜଲକ୍ଷ୍ମୀ, ଛଳ ଛଳ ଆଖିରେ ମା’ଙ୍କୁ ବିଦାୟ

ଏହା ମଧ୍ୟ ପଢନ୍ତୁ- Dhenkanal Laxmi Puja: କୈଳାସଗିରି ଗୁମ୍ଫାରେ ମା' ଲକ୍ଷ୍ମୀ, ବର୍ଜ୍ୟବସ୍ତୁରେ ହୋଇଛି ସାଜସଜ୍ଜା

ତେବେ କିମ୍ବଦନ୍ତୀ ଅନୁଯାୟୀ ନୂଆ ବସଷ୍ଟାଣ୍ଡ ଥାନପତି ମେଢ଼ ନିକଟରେ ଭୋଗ ଲାଗି ହେବା ପରେ ବିନା ଲଟେରୀ ନମ୍ବରରେ ଥାନପତି ନିଜ ଆସ୍ଥାନକୁ ଆସି ନୂଆ ବସଷ୍ଟାଣ୍ଡ ଶନି ମନ୍ଦିର ଘାଟ ଅଭିମୁଖେ ଆସୁଥିବା ମେଢ଼ ମାନଙ୍କୁ ଅପେକ୍ଷା କରି ଭୋଗ ଲାଗି କରିଥାନ୍ତି । ପରେ ଅନୁରୂପ ଭାବେ ସାନ୍ତସାହି ପଟରୁ ଆସିଥିବା ମେଢ଼ ଗୁଡିକର ଫେରିବା ପର୍ଯ୍ୟନ୍ତ ସେଠାରେ ମା' ସେମାନଙ୍କୁ ଅପେକ୍ଷା କରି ଗୋଟି ଗୋଟି ମେଢ଼ ନିକଟରେ ଭୋଗ ଲାଗି କରିଥାନ୍ତି । ତେବେ କଡା ପୋଲିସ ସୁରକ୍ଷା ବଳୟ ମଧ୍ୟରେ ଗତକାଲି ଅନୁଷ୍ଠିତ ହୋଇଥିବା ମେଲଣ ଓ ଆଜି ଭସାଣ ସମ୍ପନ୍ନ ହୋଇଛି । ତେବେ ଆଜି ମା' ଗଜଲକ୍ଷ୍ମୀ ଜଳଛାୟା ହୋଇଥିବା ବେଳେ ଭକ୍ତଙ୍କ ଭିଡ ଦେଖିବାକୁ ମିଳିଛି । ପ୍ରତିବର୍ଷ ମା' ଏମିତି ଆସୁଥାନ୍ତୁ ଓ ସମସ୍ତଙ୍କର ମଙ୍ଗଳ କରନ୍ତୁ ବୋଲି ଭକ୍ତ ନିବେଦନ କରିଛନ୍ତି ।

ଇଟିଭି ଭାରତ, କେନ୍ଦ୍ରାପଡା

ABOUT THE AUTHOR

...view details