ଓଡିଶା

odisha

IIT ହାଇଦ୍ରାବାଦର ଫେକ ରିପୋର୍ଟ ପ୍ରସଙ୍ଗ, ମୁଖ୍ୟମନ୍ତ୍ରୀଙ୍କ ନାଁରେ ଏତଲା

By

Published : Oct 1, 2021, 11:05 AM IST

ଖରସ୍ରୋତା ନଦୀରେ ପ୍ରସ୍ତାବିତ ମେଗା ପାନୀୟଜଳ ପ୍ରକଳ୍ପ ବିବାଦ । ଆଇଆଇଟି ହାଇଦ୍ରାବାଦର ଫେକ ରିପୋର୍ଟ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ନାମରେ ଏତଲା । ଅଧିକ ପଢନ୍ତୁ...

ଆଇଆଇଟି ହାଇଦ୍ରାବାଦର ଫେକ ରିପୋର୍ଟ ପ୍ରସଙ୍ଗଙ୍କୁ ନେଇ ମୁଖ୍ୟମନ୍ତ୍ରୀଙ୍କ ନାମରେ ଏତଲା
ଆଇଆଇଟି ହାଇଦ୍ରାବାଦର ଫେକ ରିପୋର୍ଟ ପ୍ରସଙ୍ଗଙ୍କୁ ନେଇ ମୁଖ୍ୟମନ୍ତ୍ରୀଙ୍କ ନାମରେ ଏତଲା

କେନ୍ଦ୍ରାପଡ଼ା: ରାଜକନିକାର ଭାରିଗଦା ଠାରେ ଖରସ୍ରୋତା ନଦୀରେ ପ୍ରସ୍ତାବିତ ମେଗା ପାନୀୟଜଳ ପ୍ରକଳ୍ପକୁ ନେଇ ବିବାଦ ଘନେଇବାରେ ଲାଗିଛି। ପ୍ରକଳ୍ପ ପାଇଁ ସରକାର ଓ ବିଭାଗୀୟ ଅଧିକାରୀ ମାନେ ଆଇଆଇଟି ହାଇଦ୍ରାବାଦର ମିଥ୍ୟା ତଥ୍ୟ ଦେଇ ପ୍ରକଳ୍ପକୁ ମଞ୍ଜୁରୀ ଦେଇଥିଲେ । ଆଉ ପ୍ରକଳ୍ପର କାର୍ଯ୍ୟ ବି ଆରମ୍ଭ କରିଥିଲେ । ଏନେଇ ଆଳିର ପୂର୍ବତନ ବିଧାୟକ ଦେବେନ୍ଦ୍ର ଶର୍ମା ରାଜକନିକା ଥାନାରେ ଏତଲା ଦେଇଛନ୍ତି।

ଆଇଆଇଟି ହାଇଦ୍ରାବାଦର ଫେକ ରିପୋର୍ଟ ପ୍ରସଙ୍ଗଙ୍କୁ ନେଇ ମୁଖ୍ୟମନ୍ତ୍ରୀଙ୍କ ନାମରେ ଏତଲା

ମୁଖ୍ୟମନ୍ତ୍ରୀଙ୍କ ସମେତ ଜଳସମ୍ପଦ ବିଭାଗର ସଚିବ ଅନୁ ଗର୍ଗ,କେନ୍ଦ୍ରାପଡ଼ା ପ୍ରାକ୍ତନ ଜିଲ୍ଲାପାଳ ସମର୍ଥ ବର୍ମା,ବର୍ତ୍ତମାନ ଜିଲ୍ଲାପାଳ ଅମ୍ରିତ ଋତୁରାଜ ଓ ରାଜନଗରର ପ୍ରାକ୍ତନ ଡିଏଫଓ ବିକାଶ ଚନ୍ଦ୍ର ଦାସଙ୍କ ନାଁରେ ଥାନାରେ ଅଭିଯୋଗ ହୋଇଛି । ପୋଲିସ ତଦନ୍ତ କରି ଏମାନଙ୍କ ବିରୁଦ୍ଧରେ ପଦକ୍ଷେପ ଗ୍ରହଣ କରିବା ପାଇଁ ଦାବି କରିଛନ୍ତି । ଏବେ ଖରସ୍ରୋତା ପ୍ରସଙ୍ଗ ରାଜ୍ୟ ପ୍ରସଙ୍ଗ ପାଲଟିଛି।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି,ଇଟିଭି ଭାରତ

ABOUT THE AUTHOR

...view details