ଓଡିଶା

odisha

ପକ୍ଷୀକୁ ନିର୍ଯାତନା ଦେଇ ସୋସିଆଲ ମିଡିଆରେ ପୋଷ୍ଟ ପଡିଲା ମହଙ୍ଗା, ଯୁବକ ଗିରଫ

By

Published : Jun 15, 2023, 7:41 PM IST

ବିରଳ ପ୍ରଜାତିର ପକ୍ଷୀକୁ ନିର୍ଯାତନା ଦେଇ ସୋସିଆଲ ମିଡିଆରେ ପୋଷ୍ଟ ପଡ଼ିଲା ମହଙ୍ଗା । କେନ୍ଦ୍ରାପଡ଼ାରୁ ଯୁବକ ଗିରଫ । ଅଧିକ ପଢନ୍ତୁ

Etv Bharat
Etv Bharat

ପକ୍ଷୀକୁ ନିର୍ଯାତନା ଦେଇ ସୋସିଆଲ ମିଡିଆରେ ପୋଷ୍ଟ

କେନ୍ଦ୍ରାପଡ଼ା: ପକ୍ଷୀକୁ ନିର୍ଯାତନା ଦେଇ ସୋସିଆଲ ମିଡିଆରେ ପୋଷ୍ଟ ପଡିଲା ମହଙ୍ଗା । ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଘରେ ପହଞ୍ଚିଛି ବନ ବିଭାଗ । ଅଭିଯୁକ୍ତ ଯୁବକକୁ ବିରଳ ପ୍ରଜାତିର ପକ୍ଷୀକୁ ନିର୍ଯାତନା ମାମଲାରେ ବନ ବିଭାଗ ଗିରଫ କରିଛି । ସାମାଜିକ ଗଣମାଧ୍ୟମ ଜରିଆରୁ ହିଁ ରାଜନଗର ବନବିଭାଗ ଅଭିଯୋଗ ପାଇ ଯୁବକ ଜଣଙ୍କୁ ଗିରଫ କରି ଅଧିକ ତଦନ୍ତ ଚଳାଇଥିବା ଜଣାପଡ଼ିଛି ।

ଏହି ବିରଳ ପ୍ରଜାତିର ପକ୍ଷୀର ନାମ ହେଉଛି କୋଲାର୍ଡ ମାଛରଙ୍କା ପକ୍ଷୀ । ଅଭିଯୁକ୍ତ ଯୁବକ ଜଣକ ପକ୍ଷୀକୁ ନିର୍ଯାତନା ଦେଉଥିବାର ଭିଡିଓ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ପୋଷ୍ଟ କରିଥିଲେ । ଅଭିଯୁକ୍ତ ଯୁବକ ଜଣଙ୍କ ଚିଙ୍ଗୁଡ଼ି ଘେରି ଚଳାଉଥିବା ସୂଚନା ମିଳିଥିବା ବେଳେ ଏହି ପୋଷ୍ଟକୁ ୪୦୦ରୁ ଊର୍ଦ୍ଧ୍ବ ୟୁଜର୍ସଙ୍କ ଲାଇକ ମିଳିଥିବା ଓ ୭୦ରୁ ଅଧିକ କମେଣ୍ଟ ମିଳିଥିବା ଦେଖାଯାଇଛି । ତେବେ ସାମାଜିକ ଗଣମାଧ୍ୟମରେ ପକ୍ଷୀଙ୍କ ପ୍ରତି କ୍ରୁରତା ଆଚରଣ କରି ପୋଷ୍ଟ କରିଥିବା ବେଳେ ସାମାଜିକ ଗଣମାଧ୍ୟମ ଜରିଆରୁ ହିଁ ରାଜନଗର ବନବିଭାଗ ଅଭିଯୋଗ ପାଇ ଯୁବକ ଜଣଙ୍କୁ ଗିରଫ କରି ଅଧିକ ତଦନ୍ତ ଚଳାଇଛି।

ଏହା ବି ପଢନ୍ତୁ-ଦୁଇ ଛୁଆଙ୍କୁ ଧରି ଟ୍ରେନ ଆଗକୁ ଡେଇଁଲେ ମହିଳା: ମାଆ-ଝିଅ ମୃତ, ପୁଅ ଗୁରୁତର

ବନବିଭାଗ ସୂଚନା ଅନୁସାରେ, ଗିରଫ ଅଭିଯୁକ୍ତ ଯୁବକ ଜଣକ ହେଉଛି ରାଜନଗର ପଟ୍ଟାପାରିଆ ଗାଁର ଗୁରୁପଦ ଦଳାଇ। ଗୁରୁର ଏକ ଚିଙ୍ଗୁଡ଼ି ଘେରି ରହିଥିବା ବେଳେ ମାଛରଙ୍କା ପକ୍ଷୀ ଉକ୍ତ ଘେରିରୁ ମାଛ ଓ ଚିଙ୍ଗୁଡ଼ି ଖାଇ ଯାଉଥିଲେ। ଇନଷ୍ଟଗ୍ରାମରେ ପୋଷ୍ଟ ହୋଇଥିବା ୪୮ ସେକେଣ୍ଡର ଏହି ଭିଡିଓଟିରେ ଅଭିଯୁକ୍ତ ଗୁରୁ ପକ୍ଷୀ ଉପରେ ନିଜ ଆକ୍ରୋଶ ଦେଖାଇଛି । ସେ କହିଛି,"ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ଆମେ ଏଠି ଘେରିରେ ଖଟୁଛୁ, ଘର ସଂସାର ଛାଡି ଦେଇଛୁ, ତୁମେ ଆସି ଏଠି ମାଛ ଖାଉଛ, ବାରମ୍ବାର କହୁଛି ଆମ ମାଛ ଖାଅନା, ଆମ ମାଛ ଖାଅନା ହେଲେ ଏଇ ଥଣ୍ଟରେ ସବୁ ଖାଇଛୁ । ତୋ ଡେଣା ଭାଙ୍ଗି ଦେଇଛି ତୋ ସାଙ୍ଗସାଥୀକୁ ଡାକ"ବୋଲି କହି ପକ୍ଷୀଟିକୁ ମାଡ଼ ମାରୁଥିବା ଦୃଶ୍ୟକୁ ଗୁରୁ ନିଜ ଇନଷ୍ଟଗ୍ରାମ ଆକାଉଣ୍ଟରେ ସେୟାର କରିଛି ।

ଏହା ପରେ ବନବିଭାଗ ଗୁରୁକୁ କନିକା ବନବିଭାଗ ଅଧୀନରେ ଥିବା ରାଜକନିକା ବ୍ଲକର ବନ୍ଧମାଳର ଏକ ଚିଙ୍ଗୁଡ଼ି ଘେରିରୁ ଗିରଫ କରିଛି । ଗିରଫ ପରେ ଅଭିଯୁକ୍ତ ଗୁରୁକୁ ରେଞ୍ଜ ଅଫିସ ଅଣାଯାଇ ଅଧିକ ପଚରାଉଚରା ଜାରି ରହିଥିବା ସୂଚନା ଦେଇଛନ୍ତି ଅଧିକାରୀ । ଏଥିସହ ପକ୍ଷୀଙ୍କୁ ଧରିବା, ନିର୍ଯାତନା ଦେବା ଏକ ଅପରାଧ ହୋଇଥିବା ବେଳେ ଗୁରୁ ଦଳାଇ ନାମକ ଯୁବକ ଚିଙ୍ଗୁଡ଼ି ଘେରିରେ ମାଛ ଖାଇଲା ବୋଲି କୋଲାର୍ଡ ମାଛରଙ୍କା ପକ୍ଷୀକୁ ଫାସ ମାଧ୍ୟମରେ ଧରିବା ପରେ ଆଘାତପ୍ରାପ୍ତ ପକ୍ଷୀକୁ ନିର୍ଯାତନା ଦେଉଥିବାର ଭିଡିଓ ଇନଷ୍ଟାଗ୍ରାମରେ ପୋଷ୍ଟ କରିଥିଲେ। ଏହା ଭାଇରାଲ ହେବା ପରେ ବନବିଭାଗ ଯୁବକଙ୍କୁ ରାଜକନିକା ଅଞ୍ଚଳର ଏକ ଚିଙ୍ଗୁଡ଼ି ଘେରିରୁ ଯୁବକଙ୍କୁ ଗିରଫ କରିଛି। ଏପରି କିଛି କହି ଭିଡିଓ ଭାଇରଲ କରିବା ପରେ ଆଜି କନିକା ରେଞ୍ଜର ଗୋଟେ ଟିମ ତାକୁ ଗିରଫ କରିଛି।

ଇଟିଭି ଭାରତ, କେନ୍ଦ୍ରାପଡ଼ା

ABOUT THE AUTHOR

...view details