ଓଡିଶା

odisha

ଆଜିଠୁ ୨୧ ଦିନ ଚନ୍ଦନ ପୁଷ୍କରିଣୀରେ ଚନ୍ଦନ ଲେପି ଚାପ ଖେଳିବେ ବଳଦେବଜୀଉ

By

Published : May 15, 2021, 7:09 PM IST

ଆରାଧ୍ୟ ଦେବତା ତଥା କେନ୍ଦ୍ରାପଡାର ବଡ଼ ଠାକୁର ପ୍ରଭୁ ବଳଦେବଜୀଉଙ୍କ ଚନ୍ଦନ ଯାତ୍ରା ପାଇଁ ଶେଷ ହୋଇଛି ପ୍ରସ୍ତୁତି ପର୍ବ । ଡଙ୍ଗା ମରାମତି ସାଙ୍ଗକୁ ବିଶ୍ରାମ ମନ୍ଦିର ରଙ୍ଗକାର୍ଯ୍ୟ ଶେଷ ହୋଇଥିବା ବେଳେ ନାବିକ ମଧ୍ୟ ପ୍ରସ୍ତୁତ ହୋଇଛି ପ୍ରଭୁ ହଳାୟୁଦ୍ଧଙ୍କୁ ଡଙ୍ଗାରେ ବସାଇ ଚନ୍ଦନ ଯାତ୍ରା ପାଇଁ । ଅଧିକ ପଢନ୍ତୁ...

ଅକ୍ଷୟ ତୃତୀୟାରୁ ୨୧ଦିନ ଚନ୍ଦନ ପୁଷ୍କରିଣୀରେ ଚନ୍ଦନ ଲେପି ଚାପ ଖେଳିବେ ବଳଦେବଜୀଉ
ଅକ୍ଷୟ ତୃତୀୟାରୁ ୨୧ଦିନ ଚନ୍ଦନ ପୁଷ୍କରିଣୀରେ ଚନ୍ଦନ ଲେପି ଚାପ ଖେଳିବେ ବଳଦେବଜୀଉ

କେନ୍ଦ୍ରାପଡା: ଆଜି ହେଉଛି ଚଷାପୁଅର ବଡ଼ପର୍ବ ଅକ୍ଷୟ ତୃତୀୟା । ଅଖିମୁଠି ଅନୁକୂଳ କରି ଆଜି ଚାଷୀଭାଇ ବର୍ଷଯାକର ଭଲ ଫସଲ ପାଇଁ ବଡ଼ ଠାକୁର ପ୍ରଭୁ ବଳଭଦ୍ରଙ୍କ ନିକଟରେ ପ୍ରାର୍ଥନା କରିଥାଏ । ଅନ୍ୟପଟେ ଆଜି ଚନ୍ଦନ ଯାତ୍ରା ଆରମ୍ଭ ହେଉଥିବାରୁ ଚଳଚଞ୍ଚଳ ହୋଇ ପଡୁଥିବା ମନ୍ଦିର କୋଭିଡ କଟକଣା ପାଇଁ ଜନଶୂନ୍ୟ ।

ଅକ୍ଷୟ ତୃତୀୟାରୁ ୨୧ଦିନ ଚନ୍ଦନ ପୁଷ୍କରିଣୀରେ ଚନ୍ଦନ ଲେପି ଚାପ ଖେଳିବେ ବଳଦେବଜୀଉ

ମଣିଷ ଶରୀରରେ ଯେପରି ଅନୁଭବ, ଅନୁଭୂତି, ପୀଡା ଓ ଖୁସି ଜଣାପଡେ ସେହିପରି ଦେବତାଙ୍କ ନିକଟରେ ମଧ୍ୟ ଦେଖାଯାଇଥାଏ ଏହି ଗୁଣ ।ସେଥିପାଇଁ କୁହାଯାଏ ‘‘ଯଥା ଦେହେ, ତଥା ଦେବେ’’ । ଅର୍ଥାତ, ମାନବ ସମାଜ ଯେଉଁଭଳି ଖରା, ବର୍ଷା ଓ ଶୀତ ଅନୁଭବ କରି ଏଥିରୁ ରକ୍ଷା ପାଇବା ପାଇଁ ବ୍ୟବସ୍ଥା କରିଥାଏ ସେହିପରି ଈଶ୍ବରଙ୍କ ପାଇଁ ମଧ୍ୟ ବ୍ୟବସ୍ଥା ରହିଛି । ପ୍ରଚଣ୍ଡ ରୌଦ୍ରତାପରୁ ରକ୍ଷା ପାଇବା ପାଇଁ ପ୍ରଭୁ ଅକ୍ଷୟ ତୃତୀୟା ଠାରୁ ଚନ୍ଦନ ଯାତ୍ରା କରିଥାନ୍ତି । ଦେହରେ ଚନ୍ଦନ ଲେପି ପ୍ରଭୁ ପୁଷ୍କରିଣୀ ଭ୍ରମଣ କରି ଚନ୍ଦନ କୁଣ୍ଡରେ ବିଶ୍ରାମ ନେଇ ରାତ୍ର ଆଳତି ପୂର୍ବରୁ ମନ୍ଦିର ବିଜେ କରିଥାନ୍ତି ।

ଆରାଧ୍ୟ ଦେବତା ତଥା କେନ୍ଦ୍ରାପଡାର ବଡ଼ ଠାକୁର ପ୍ରଭୁ ବଳଦେବଜୀଉଙ୍କ ଚନ୍ଦନ ଯାତ୍ରା ପାଇଁ ଶେଷ ହୋଇଛି ପ୍ରସ୍ତୁତି ପର୍ବ । ଡଙ୍ଗା ମରାମତି ସାଙ୍ଗକୁ ବିଶ୍ରାମ ମନ୍ଦିର ରଙ୍ଗକାର୍ଯ୍ୟ ଶେଷ ହୋଇଥିବା ବେଳେ ନାବିକ ମଧ୍ୟ ପ୍ରସ୍ତୁତ ହୋଇଛି, ପ୍ରଭୁ ହଳାୟୁଦ୍ଧଙ୍କୁ ଡଙ୍ଗାରେ ବସାଇ ଚନ୍ଦନ ଯାତ୍ରା ପାଇଁ । ଆଜି ସନ୍ଧ୍ୟାରେ ପ୍ରଭୁ ଚନ୍ଦନ ଯାତ୍ରା ପାଇଁ ବାହାରି ଯାଇ ରାତ୍ର ଆଳତି ପୁର୍ବରୁ ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିବେ । ଗ୍ରୀଷ୍ମର ଝାଞ୍ଜି ପବନ ସାଙ୍ଗକୁ ଅସହ୍ୟ ଖରାକୁ ଲାଘବ କରିବା ପାଇଁ ପ୍ରଭୁ ବାହାରିଯିବେ ଚନ୍ଦନ ପୁଷ୍କରିଣୀକୁ ।

ତେବେ କୋଭିଡ କଟକଣାକୁ ଦୃଷ୍ଟିରେ ରଖି ମନ୍ଦିର ପ୍ରଶାସନ ଓ ସେବକ ମାନଙ୍କ ମଧ୍ୟରେ ହୋଇଥିବା ଆଲୋଚନାନୁସାରେ ମାତ୍ର ୭ ଜଣ ସେବାୟତ, ୫ ଜଣ ବିମାନ ବାହକ, ଘଣ୍ଟୁଆ, ସଙ୍ଖାରୀ, ଆଡଣି ଧାରକ ମୋଟ ୧୨-୧୪ ଜଣଙ୍କୁ ନେଇ ଏହି ଚନ୍ଦନ ଯାତ୍ରା ଶେଷ ହେବ ବୋଲି କହିଛନ୍ତି ମନ୍ଦିର ସେବାୟତ ।

କୋଭିଡ ଗାଇଡ଼ଲାଇନ ଅନୁପାଳନ ପୂର୍ବକ ଗତବର୍ଷ ମାନଙ୍କ ଭଳି ଅପରାହ୍ନରେ ଠାକୁରଙ୍କୁ ଗୁଣ୍ଡିଚା ମନ୍ଦିର ନିକଟରେ ଥିବା ଚନ୍ଦନ ପୁଷ୍କରିଣୀକୁ ନନିଆଯାଇ ସନ୍ଧ୍ୟାରେ ଚନ୍ଦନ ଯାତ୍ରା ପାଇଁ ଠାକୁର ବିଜେ କରିବେ ଓ ଫେରିବେ ବୋଲି ସୂଚନା ଦେଇଛନ୍ତି ନିର୍ବାହୀ ଅଧିକାରୀ । ଗତବର୍ଷ କୋଭିଡ ମହାମାରୀ ଜନିତ ଚନ୍ଦନ ଯାତ୍ରା ବନ୍ଦ ରହିଥିବା ବେଳେ ଏବର୍ଷ କମିଶନରଙ୍କ ସେପରି କୌଣସି ନିର୍ଦ୍ଦେଶ ନଥିବାରୁ ସୁଚାରୁ ରୂପେ ବାହାର ଚନ୍ଦନ କାର୍ଯ୍ୟ ସମାପନ କରିବେ । ଅନ୍ୟପଟେ ୪୨ ଦିନର ଚନ୍ଦନ ପବିତ୍ର ଅକ୍ଷୟ ତୃତୀୟା ଠାରୁ ଆଜି ଆରମ୍ଭ କରିଥିଲା ବେଳେ ଜ୍ୟେଷ୍ଠ ପୂର୍ଣ୍ଣିମା ପୂର୍ବଦିନ ପର୍ଯ୍ୟନ୍ତ ଭିତର ଓ ବାହାର ଚନ୍ଦନ ଯାତ୍ରା ଅନୁଷ୍ଠିତ କରାଯିବ । ସେହିପରି ଆଜିଠାରୁ ରଥ ଅନୁକୂଳ ହେବାକୁ ଥିବା ବେଳେ ତେଲକୋଇ ଜଙ୍ଗଲରୁ କାଠ ଆସିନଥିବାରୁ କେବଳ ବଳଦେବଜୀଉଙ୍କ ବଗିଚାରୁ ଆସିଥିବା ଆମ୍ବ କାଠରେ ରୋହିଣୀନନ୍ଦନଙ୍କ ହଳ ଲଙ୍ଗଳ ତିଆରି କରାଯିବ ବୋଲି ସୂଚନା ଦେଇଛନ୍ତି ନିର୍ବାହୀ ଅଧିକାରୀ ।

କୋଭିଡ ମହମାରୀରୁ ବିଶ୍ୱକୁ ବଞ୍ଚାଇବା ଓ ରକ୍ଷା କରିବା ସହ ଏଭଳି ଦୁର୍ବିପାକ ସମୟକୁ ପ୍ରଭୁ ବଳଭଦ୍ର ଦୁରେଇ ଦିଅନ୍ତୁ ବୋଲି ପ୍ରଭୁଙ୍କ ନିକଟରେ ଯଜ୍ଞ ଓ ହୋମ କରୁଛନ୍ତି ସେବାୟତ ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ABOUT THE AUTHOR

...view details