ଓଡିଶା

odisha

4th Phase Voting: ଭୋଟ ଦେଲେ ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର

By

Published : Feb 22, 2022, 2:05 PM IST

ପଞ୍ଚାୟତ ନିର୍ବାଚନର ଚତୁର୍ଥ ପର୍ଯ୍ୟାୟରେ ଭୋଟ ଦେଲେ ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର। କେନ୍ଦ୍ରାପଡ଼ା ଜିଲ୍ଲା ଗରଦପୁର ବ୍ଲକ ତଳକୁସୁମା ପଞ୍ଚାୟତର ୧ନମ୍ବର ବୁଥରେ ସେ ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି। ଅଧିକ ପଢ଼ନ୍ତୁ

senior bjp leader bijay mohapatra casts his vote for panchayat election
4th Phase Voting: ଭୋଟ ଦେଲେ ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର

କେନ୍ଦ୍ରାପଡ଼ା: ପଞ୍ଚାୟତ ନିର୍ବାଚନର ଚତୁର୍ଥ ପର୍ଯ୍ୟାୟରେ ଭୋଟ ଦେଲେ ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର। କେନ୍ଦ୍ରାପଡ଼ା ଜିଲ୍ଲା ଗରଦପୁର ବ୍ଲକ ତଳକୁସୁମା ପଞ୍ଚାୟତର ୧ନମ୍ବର ବୁଥରେ ସେ ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି।

4th Phase Voting: ଭୋଟ ଦେଲେ ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର

ସାମ୍ପ୍ରତିକ ପରିସ୍ଥିତିରେ ନିର୍ବାଚନ ଆଇନ ବଦଳାଇବାର ଆବଶ୍ୟକତା ରହିଛି ବୋଲି ବିଜୟ ମହାପାତ୍ର ମତ ପ୍ରକାଶ କରିଛନ୍ତି। ଗରଦପୁର ବ୍ଲକରେ ତାଙ୍କ ଫଟୋକୁ ବ୍ୟବହାର କରି ସ୍ବାଧୀନ ପ୍ରାର୍ଥିମାନେ ପ୍ରଚାର କରୁଥିବା ପ୍ରଶ୍ନର ଉତ୍ତର ରଖି କହିଛନ୍ତି ଯେ, ରାଜ୍ୟର ବିଭିନ୍ନ ସ୍ଥାନରେ ତାଙ୍କ ଫଟୋକୁ ନେଇ ପ୍ରାର୍ଥୀମାନେ ପ୍ରତିଦ୍ବନ୍ଦିତା କରୁଥିବା ବେଳେ ସେ କାହାକୁ ମନା କରିବେ ଓ କାହା ନାମରେ କେସ କରିବେ ବୋଲି ପାଲଟା ପ୍ରଶ୍ନ କରିଛନ୍ତି।

ନିର୍ବାଚନ ବେଳେ ହେଉଥିବା ହିଂସା ଓ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାକୁ ବିଜୟ କଡ଼ା ନିନ୍ଦା କରିଛନ୍ତି। ଏହି ଘଟଣାକୁ ନିର୍ବାଚନ କମିଶନ ଦୃଢ଼ ହସ୍ତରେ ଦମନ କରିବା ଆବଶ୍ୟକତା ରହିଛି ବୋଲି ସେ ମତ ପ୍ରକାଶ କରିଛନ୍ତି।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି,ଇଟିଭି ଭାରତ

ABOUT THE AUTHOR

...view details