ଓଡିଶା

odisha

କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କ ଗାଡିକୁ ଅଣ୍ଡାମାଡ଼

By

Published : Nov 21, 2021, 2:59 PM IST

ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ରାଜ୍ୟ କ୍ୟାବିନେଟ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ଅଣ୍ଡାମାଡ଼ ପରେ ଆଜି କେନ୍ଦ୍ର ମନ୍ତ୍ରୀ ବିଶ୍ବେଶ୍ବର ଟୁଡୁଙ୍କୁ ବିଜେଡିର ଅଣ୍ଡା ମାଡ । ଅଧିକ ପଢନ୍ତୁ

କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କ ଗାଡିକୁ ଅଣ୍ଡା ମାଡ଼
କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କ ଗାଡିକୁ ଅଣ୍ଡା ମାଡ଼

କେନ୍ଦ୍ରାପଡ଼ା: ରାଜ୍ୟରେ ଚାଲିଛି ଅଣ୍ଡା ମାଡ଼ ଫଣ୍ଡା । ଗତକାଲି(ଶନିବାର) ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ରାଜ୍ୟ କ୍ୟାବିନେଟ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ଅଣ୍ଡାମାଡ଼ ପରେ ଆଜି ବିଜେପି ରାସ୍ତା ଆପଣାଇଛନ୍ତି ବିଜୁ ଛାତ୍ର ଜନତା ଦଳ ।

କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କ ଗାଡିକୁ ଅଣ୍ଡା ମାଡ଼

ସୂଚନା ଅନୁଯାୟୀ, ଆଜି କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁଙ୍କ କେନ୍ଦ୍ରାପଡା ଗସ୍ତ ସମୟରେ ମନ୍ତ୍ରୀଙ୍କୁ ବିରୋଧ କରି ଅଣ୍ଡାମାଡ ଓ କଳାପତାକା ପ୍ରଦର୍ଶନ କରିଛି ଛାତ୍ର ଓ ଯୁବ ବିଜେଡି । ଛାତ୍ର ବିଜେଡି କର୍ମକର୍ତ୍ତାମାନେ ତିନିମୁହାଣୀ ଛକ ନିକଟରେ କେନ୍ଦ୍ରମନ୍ତ୍ରୀଙ୍କୁ ଅଣ୍ଡାମାଡ଼ ସହ ବିଭିନ୍ନ ନାରବାଜି କରିଛନ୍ତି । କେନ୍ଦ୍ର ମନ୍ତ୍ରୀ କେନ୍ଦ୍ରାପଡ଼ା ସ୍ୱୟଂ ଶାସିତ ମହାବିଦ୍ୟାଳୟ ପରିସରରେ ଏଲଆଇସିର ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଉଥିବା ସମୟରେ କଲେଜ କ୍ୟାମ୍ପସରେ ତାଙ୍କୁ କଳାପତାକା ଦେଖାଇଛି ଯୁବ ବିଜେଡି ।


କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ABOUT THE AUTHOR

...view details