ଓଡିଶା

odisha

ରାଜ୍ୟପାଳଙ୍କୁ ଭେଟିବା ପରେ ଚେତିଲା ବିଜେଡି, ଧାରଣସ୍ଥଳକୁ ପହଞ୍ଚି ସମର୍ଥନ ଜଣାଇଲେ ଜିଲ୍ଲା ସଭାପତି

By

Published : Feb 18, 2023, 6:58 PM IST

ସିଟି ହସ୍ପିଟାଲ ଦାବିରେ ମେଡିକାଲ ବଞ୍ଚାଅ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଆନ୍ଦାେଳନ ଘଟଣା । ରାଜ୍ୟପାଳଙ୍କୁ ଭେଟିବା ପରେ ଧାରଣସ୍ଥଳକୁ ପହଞ୍ଚି ସମର୍ଥନ ଜଣାଇଲେ ଜିଲ୍ଲା ସଭାପତି । ଅଧିକ ପଢନ୍ତୁ

ରାଜ୍ୟପାଳଙ୍କୁ ଭେଟିବା ପରେ ଚିତିଲା ବିଜେଡି
ରାଜ୍ୟପାଳଙ୍କୁ ଭେଟିବା ପରେ ଚିତିଲା ବିଜେଡି

ରାଜ୍ୟପାଳଙ୍କୁ ଭେଟିବା ପରେ ଚିତିଲା ବିଜେଡି

କେନ୍ଦ୍ରାପଡା:ପୁରୁଣା ମେଡିକାଲ ବା ସିଟି ହସ୍ପିଟାଲ ସହରରେ ସ୍ଥାପନ କରିବା ଦାବିରେ କ୍ରିୟାନୁଷ୍ଠାନ ପକ୍ଷରୁ ଧାରଣା ଜାରି ରହିଛି । ଇତି ମଧ୍ୟରେ ଏହାକୁ ୨୨ ଦିନ ବିତିଯାଇଥିଲେ ସୁଦ୍ଧା କୌଣସି ସ୍ଥାନୀୟ ନେତାଙ୍କ ସମର୍ଥନ ମିଳିନଥିଲା । ତେବେ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ରାଜ୍ୟପାଳଙ୍କୁ ଜଣାଇବା ପରେ ଶୁକ୍ରବାର ଜିଲ୍ଲା ବିଜେଡି ତରଫରୁ ଧାରଣସ୍ଥଳକୁ ଆସି ସମର୍ଥନ ଜଣାଇଛନ୍ତି ।

କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସହରରୁ ଉଠିଯିବା ପରେ ସହର ଚିକିତ୍ସାଳୟ ଶୂନ୍ୟ ହୋଇଯିବା ଓ ଲକ୍ଷାଧିକ ସହର ଏବଂ ଆଖପାଖ ଅଞ୍ଚଳର ୭ଟି ପଞ୍ଚାୟତର ଲୋକେ ପ୍ରଭାବିତ ହୋଇଥିବା ଅଭିଯୋଗ ହୋଇଛି । ଗତ ବୁଧବାର ଦିନ ଆନ୍ଦୋଳନକାରୀଙ୍କ ପକ୍ଷରୁ ଏକ ୭ ଜଣିଆ ଟିମ ରାଜ୍ୟପାଳଙ୍କୁ ଭେଟି ଜିଲ୍ଲାର କେନ୍ଦ୍ରସ୍ଥଳ ଅର୍ଥାତ ପୁରୁଣା ମୁଖ୍ୟ ଚିକିତ୍ସାଳୟ ଥିବା ସ୍ଥାନରେ ସିଟି ହସ୍ପିଟାଲ ନିର୍ମାଣ ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେବା ପାଇଁ ଦାବି କରିଥିଲେ । ଏହାପରେ ଚେତିଛି ଶାସକ ଦଳ। ଦୀର୍ଘ ୨୨ ଦିନ ପରେ କେନ୍ଦ୍ରାପଡା ବିଧାୟକ ଶଶୀଭୂଷଣ ବେହେରା ଆନ୍ଦୋଳନକାରୀଙ୍କୁ ସମର୍ଥନ ଜଣାଇ ସ୍ଥାନୀୟ ଲୋକଙ୍କ ଚିକିତ୍ସା, ଔଷଧ ଏବଂ ଅନ୍ୟାନ୍ୟ ଛୋଟବଡ଼ ବ୍ୟବସାୟୀଙ୍କ ସ୍ୱାର୍ଥରକ୍ଷା ପାଇଁ ସେହିସ୍ଥାନରେ ସିଟି ହସ୍ପିଟାଲ ଖୋଲିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ସୁପାରିଶ କରିବେ ବୋଲି ଏକ ଲିଖିତ ପତ୍ର ମାଧ୍ୟମରେ ଜଣାଇଛନ୍ତି। ଅନ୍ୟପଟେ ଜିଲ୍ଲା ବିଜେଡି ସଭାପତି ଉତ୍କଳ କେଶରୀ ପରିଡା, ଉପ ସଭାପତି ଦେବଦାସ ମହାନ୍ତିଙ୍କ ସମେତ ନିର୍ବାଚିତ କାଉନସିଲର, ପଞ୍ଚାୟତ ପ୍ରତିନିଧି ଓ ଜିଲ୍ଲା ପରିଷଦ ସଦସ୍ୟ ଦଳୀୟ କର୍ମୀଙ୍କ ସହିତ ଆନ୍ଦୋଳନ ସ୍ଥଳକୁ ଆସି ଧାରଣାରେ ସାମିଲ ହୋଇଥିଲେ ।

ଏହା ମଧ୍ୟ ପଢନ୍ତୁ: ସିଟି ହସ୍ପିଟାଲ ବଞ୍ଚାଅ ଦାବିରେ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଆନ୍ଦାେଳନ

ଦାବିକୁ ଯଥାର୍ଥ ବୋଲି ବିଜେଡି ନେତାମାନେ କହିବା ସହିତ ଧରଣାକାରୀଙ୍କୁ ଆନ୍ଦୋଳନରୁ ଓହରି ଯିବାକୁ ନିବେଦନ କରିଥିଲେ ମଧ୍ୟ ସିଟି ହସ୍ପିଟାଲ ପ୍ରତିଷ୍ଠା ନିମନ୍ତେ ଲିଖିତ ପ୍ରତିଶୃତି ନମିଳିବା ପର୍ଯ୍ୟନ୍ତ ଆନ୍ଦୋଳନ ଚାଲୁ ରହିବ ବୋଲି ଆନ୍ଦୋଳନକାରୀ ସଫାସଫା କହିଥିଲେ । ଏହାପରେ ବିଜେଡି ନେତା ଚାଲିଯାଇଥିଲେ । ଆନ୍ଦୋଳନକୁ ସରକାରୀ ଦଳ ସମର୍ଥନ କରିଥିବାରୁ ଆନ୍ଦୋଳନକାରୀ ସେମାନଙ୍କୁ ସାଧୁବାଦ ଜଣାଇଥିଲେ ମଧ୍ୟ ଦୀର୍ଘଦିନ ଧରି ଜନ ସାଧାରଣ ଆନ୍ଦୋଳନରେ ବସିଥିବା ବେଳେ ଶାସକ ଦଳର ନେତା କିମ୍ବା କର୍ମୀ ଦେଖା ନଥିବାରୁ ଦଳ ବିରୋଧରେ ଅସନ୍ତୋଷ କୁହୁଳିଥିଲା। ତେବେ ଜିଲ୍ଲା ସଭାପତି ଓ କର୍ମୀମାନେ ଆନ୍ଦୋଳନ ସ୍ଥାନରେ ପହଞ୍ଚିବା ପରେ ଉତ୍ତେଜିତ ଲୋକେ ସେମାନଙ୍କୁ ଘେରାଉ କରିବା ସହ ଆମ ମେଡିକାଲ ଆମକୁ ଫେରାଇ ଦିଅ ନାରା ଦେବା ପରେ କିଛି ସମୟ ପର୍ଯ୍ୟନ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା ।

ଇଟିଭି ଭାରତ, କେନ୍ଦ୍ରାପଡା

ABOUT THE AUTHOR

...view details