ଓଡିଶା

odisha

ସପ୍ତମ ବେତନ କମିଶନ ଲାଗୁ କରିବାକୁ ମୁଖ୍ୟଶାସନ ସଚିବଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ଦେଲା ଓଷ୍ଟା

By

Published : May 20, 2022, 9:45 AM IST

ମୁଖ୍ୟ ଶାସନ ସଚିବଙ୍କ ଉଦ୍ଦେଶ୍ୟରେ ଓଷ୍ଟା ପକ୍ଷରୁ ଦାବିପତ୍ର ପ୍ରଦାନ

ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କ ଉଦ୍ଦେଶ୍ୟରେ ଓଡିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା) ପକ୍ଷରୁ କନ୍ଧମାଳ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ । ସପ୍ତମ ବେତନ କମିଶନ ଲାଗୁ କରିବାକୁ ନିବେଦନ । ଅଧିକ ପଢ଼ନ୍ତୁ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଓଡିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା) ଶାଖା ପକ୍ଷରୁ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ଜରିଆରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଏଥିରେ ରାଜ୍ୟର ଅନୁଦାନ ପ୍ରାପ୍ତ ବିଦ୍ୟାଳୟଗୁଡ଼ିକୁ ସପ୍ତମ ବେତନ କମିଶନଙ୍କ ସୁପାରିଶ ଅନୁଯାୟୀ ଦରମା ପ୍ରଦାନ କରିବା ପାଇଁ ନିବେଦନ କରାଯାଇଛି ।

ସରକାରଙ୍କ ଦ୍ବାରା ନିର୍ଦ୍ଧାରିତ ବେତନ ପଦ୍ଧତି ଆଇନର ଖୋଲାଖୋଲି ଉଲ୍ଲଙ୍ଘନ କରୁଥିବାରୁ ରାଜ୍ୟର ୫୦ ହଜାର ଶିକ୍ଷକ ଓ କର୍ମଚାରୀ ପ୍ରତାରିତ ହୋଇଛନ୍ତି ବୋଲି ସଂଘ ଅଭିଯୋଗ କରିଛି । ତେଣୁ ସପ୍ତମ ବେତନ କମିଶନଙ୍କ ସୁପାରିଶକୁ ଅନୁଦାନ ପ୍ରାପ୍ତ ବିଦ୍ୟାଳୟର କର୍ମଚାରୀଙ୍କ ପାଇଁ ଅବିକଳ ଭାବେ ଲାଗୁ କରିବାକୁ ଦାବି କରାଯାଇଛି ।

ତେବେ ଦାବିପତ୍ରରେ ଷଷ୍ଠ ବେତନ କମିଶନ ଅନୁଯାୟୀ ଦରମା ପାଉଥିବା କର୍ମଚାରୀଙ୍କୁ ସପ୍ତମ ବେତନ କମିଶନ ଅନୁଯାୟୀ ଦରମା ଦେବା, ୧.୧.୨୨ ରେ ୧୦୦ ଶତକଡା ଅନୁଦାନ ଯୋଗ୍ୟ ବିବେଚିତ ବିଦ୍ୟାଳୟଗୁଡ଼ିକୁ ସପ୍ତମ ବେତନ କମିଶନ ଅନ୍ତର୍ଭୂକ୍ତ କରିବା, ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ପାଇଁ ସର୍ବନିମ୍ନ ୧,୭୦୦ ଟଙ୍କାର ଗ୍ରେଡ ପେ ଲାଗୁ କରିବା ଆଦି ଉଲ୍ଲେଖ ରହିଛି । ଜିଲ୍ଲା ସଭାପତି ପ୍ରଫୁଲ୍ଲ କୁମାର ସାହୁ ଓ ସମ୍ପାଦକ ରଞ୍ଜନ କୁମାର ମହାନ୍ତିଙ୍କ ନେତୃତ୍ବରେ ଏକ ପ୍ରତିନିଧି ଦଳ ଜିଲ୍ଲାପାଳ ଓ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଭେଟି ଏହି ଦାବିପତ୍ର ପ୍ରଦାନ କରିଥିଲେ ।

କନ୍ଧମାଳରୁ ସଞ୍ଜୟ ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details