ଓଡିଶା

odisha

ବାଲିଗୁଡା ସୂଚନା ଅଧିକାର କର୍ମୀଙ୍କୁ ହତ୍ୟା, ଅଢେଇ ବର୍ଷ ପରେ ମୁଖ୍ୟ ଅଭିଯୁକ୍ତ ଗିରଫ

By

Published : Jul 24, 2022, 7:33 AM IST

କନ୍ଧମାଳରେ ସୂଚନା ଅଧିକାର କର୍ମୀ ଅଭିମନ୍ୟୁ ପଣ୍ଡାଙ୍କୁ ଗୁଳିକରି ହତ୍ୟା ଘଟଣା । ଫେରାର ଥିବା ମୁଖ୍ୟ ଅଭିଯୁକ୍ତକୁ ଅଢେଇ ବର୍ଷ ପରେ ଗିରଫ କଲା ପୋଲିସ । ଅଧିକ ପଢନ୍ତୁ

ବାଲିଗୁଡା ସୂଚନା ଅଧିକାର କର୍ମୀଙ୍କୁ ହତ୍ୟା, ଅଢେଇ ବର୍ଷ ପରେ ମୁଖ୍ୟ ଅଭିଯୁକ୍ତ ଗିରଫ
ବାଲିଗୁଡା ସୂଚନା ଅଧିକାର କର୍ମୀଙ୍କୁ ହତ୍ୟା, ଅଢେଇ ବର୍ଷ ପରେ ମୁଖ୍ୟ ଅଭିଯୁକ୍ତ ଗିରଫ

ଫୁଲବାଣୀ: ବହୁ ଚର୍ଚ୍ଚିତ ବାଲିଗୁଡା ସୂଚନା ଅଧିକାର କର୍ମୀ ଅଭିମନ୍ୟୁ ପଣ୍ଡାଙ୍କୁ ଗୁଳିକରି ହତ୍ୟା ଘଟଣା । ଅଢେଇ ବର୍ଷ ପରେ ମୁଖ୍ୟ ଅଭିଯୁକ୍ତକୁ ଗିରଫ କଲା ବାଲିଗୁଡା ପୋଲିସ । ଗଞ୍ଜାମ ଆସ୍କା ଥାନା ଅଞ୍ଚଳର ବବଲୁ ମୁନିକୁ ଗିରଫ କରିଛି ପୋଲିସ । ଘଟଣା ପରଠାରୁ ବବଲୁ ଫେରାର ଥିବା ବେଳେ ଅନେକ ସମୟରେ ରାଜ୍ୟ ବାହାରକୁ ଚାଲି ଯାଉଥିଲେ।

ତେବେ ବବଲୁ ଘରକୁ ଆସିଥିବା ପୋଲିସ ଜାଣିବା ପରେ ବାଲିଗୁଡା ଥାନା ଅଧିକାରୀ ବାବା ଶଙ୍କର ସରାଫ ଏକ ଟିମ୍ ସହ ଶୁକ୍ରବାର ଆସ୍କାରେ ପହଞ୍ଚି ଅଭିଯୁକ୍ତ ଉପରେ ନଜର ରଖିଥିଲେ । ଯେତେ ବେଳେ ବବଲୁ ଘରକୁ ଖାଇବା ଆସୁଥିଲେ ସେହି ସମୟରେ ପୋଲିସ ତାଙ୍କୁ କାବୁ କରିଥିଲା । ଶନିବାର ତାଙ୍କୁ କୋର୍ଟ ଚାଲାଣ କରାଯାଇଛି । ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ପରେ ତାଙ୍କୁ ପୋଲିସ ରିମାଣ୍ଡରେ ଆଣି ପଚରା ଉଚରା କରିବ ବୋଲି ଜଣାପଡିଛି ।

ସୂଚନା ଅନୁଯାୟୀ ୨୦୧୯ ଡିସେମ୍ବର ୧୦ ତାରିଖ ଦିନ ବାଲିଗୁଡ଼ା ସହର ପାତ୍ର ସାହିରେ ସୂଚନା ଅଧିକାର କର୍ମୀଙ୍କୁ ଗୁଳି କରି ନିର୍ମମ ହତ୍ୟା କରାଯାଇଥିଲା । ୨ ଜଣ ଦୁର୍ବୃତ୍ତ ସକାଳ ସମୟରେ ତାଙ୍କୁ ଘରୁ ଡାକିଆଣି ହତ୍ୟା କରିଥିଲେ । ଦୁଇ ରାଉଣ୍ଡ ଗୁଳି କରିବା ପରେ ଅଭିମନ୍ୟୁ ଗୁରୁତର ଅବସ୍ଥାରେ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ । ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରାଯାଇଥିଲା । ଏହାପରେ ଡିସେମ୍ବର ୨୯ ତାରିଖରେ 5 ଜଣଙ୍କୁ ଗିରଫ କରିଥିଲା ପୋଲିସ ।

ABOUT THE AUTHOR

...view details