ଓଡିଶା

odisha

କନ୍ଧମାଳ ନାବାଳିକା ଦୁଷ୍କର୍ମ ମାମଲା, ଦୋଷୀକୁ 10 ବର୍ଷ ଜେଲ

By

Published : Feb 24, 2021, 9:35 PM IST

କନ୍ଧମାଳ ଜିଲ୍ଲାରେ ଜନୈକ ନାବାଳିକାକୁ ଅପହରଣ ଓ ଦୁଷ୍କର୍ମ ମାମଲାର ଦୋଷୀକୁ ଦଶ ବର୍ଷ ଜେଲ । ସାକ୍ଷୀ ପ୍ରମାଣକୁ ଭିତ୍ତି କରି ଦଣ୍ଡ ଶୁଣାଇଲେ ପୋକ୍ସୋ କୋର୍ଟ । ଅଧିକ ପଢନ୍ତୁ...

କନ୍ଧମାଳ ନାବାଳିକା ଦୁଷ୍କର୍ମ ମାମଲା, ଦୋଷୀକୁ 10 ବର୍ଷ ଜେଲ
କନ୍ଧମାଳ ନାବାଳିକା ଦୁଷ୍କର୍ମ ମାମଲା, ଦୋଷୀକୁ 10 ବର୍ଷ ଜେଲ

ଫୁଲବାଣୀ:କନ୍ଧମାଳ ଜିଲ୍ଲାରେ ଜନୈକ ନାବାଳିକାକୁ ଅପହରଣ ଓ ଦୁଷ୍କର୍ମ ମାମଲାର ଦୋଷୀକୁ ଦଶ ବର୍ଷ ଜେଲ ଦଣ୍ଡ । ଏନେଇ ଫୁଲବାଣୀ ସ୍ଵତନ୍ତ୍ର ପୋକ୍ସୋ କୋର୍ଟରେ ଶୁଣାଣି କରାଯାଇ ଅଦାଲତ ଦୋଷୀକୁ ଦଣ୍ଡ ଦେଇଛନ୍ତି ।

କନ୍ଧମାଳ ନାବାଳିକା ଦୁଷ୍କର୍ମ ମାମଲା, ଦୋଷୀକୁ 10 ବର୍ଷ ଜେଲ
ବେଲଘର ଥାନା ଅଞ୍ଚଳର ଅଭିଯୁକ୍ତ ଶଙ୍କର ପ୍ରଧାନୀକୁ ନାବାଳିକା ଦୁଷ୍କର୍ମ ଅପରାଧରେ ଦୋଷୀ ସାବ୍ୟସ୍ତ କରି ମାନ୍ୟବର ସ୍ୱତନ୍ତ୍ର ଜଜ୍ ପୋକ୍ସୋ କୋର୍ଟ ଫୁଲବାଣୀର ଜଜ୍ ସମର ବିଳାସ ବେହେରା, ଶଙ୍କରକୁ ୧୦ବର୍ଷ ସଶ୍ରମ କାରାଦଣ୍ଡ ଆଦେଶ ଦେଇଛନ୍ତି । ଏଥିସହ ୧୦, ୦୦୦ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଜରିମାନା ଅନାଦେୟ ଅଧିକ 6 ମାସ ଜେଲ ଦଣ୍ଡ ।

ସୂଚନା ଅନୁଯାୟୀ ନାବାଳିକାଟି ଗାଁ ପାଖ ଅନ୍ୟ ଏକ ଗାଁକୁ ଭିଡିଓ ସୋ ଦେଖି ଫେରିବାବେଳେ ବାଟରୁ ଉଠାଇ ନେଇଥିଲା ଶଙ୍କର । ଜଙ୍ଗଲର ଏକ ଖାଲୁଆ ନାଲାରେ ୧୭. ୧. ୨୦୧୪ ରୁ କୋଡ଼ିଏ ତାରିଖ ପର୍ଯ୍ୟନ୍ତ ଅର୍ଥାତ ଦୀର୍ଘ 4 ଦିନ ଧରି ଦୁଷ୍କର୍ମ କରିଥିଲା । ପରେ ଧମକ ଦେଇ କାହାକୁ ନ କହିବା ପାଇଁ କହି ଛାଡି ଦେଇଥିଲା । ଏନେଇ ପୀଡିତା ଜଣକ ନିଜେ ଥାନାରେ ଏତଲା ଦେଇଥିଲେ । ମାମଲାରେ ଅଦାଲତ 6 ଜଣ ସାକ୍ଷୀଙ୍କ ଭିତ୍ତିକୁ ଆଦାର କରି ଦୋଷୀକୁ ଦଣ୍ଡ ଶୁଣାଇଛନ୍ତି । ତେବେ ସରକାରଙ୍କ ତରଫରୁ ଅସୀମ ପ୍ରହରାଜ ମାମଲା ପରିଚାଳନା କରିଥିବା ଜଣାପଡିଛି ।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details