ଓଡିଶା

odisha

ଟ୍ରାନ୍ସଫର୍ମର ସଂସ୍ପର୍ଶରେ ଆସି ଯୁବକଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ରାସ୍ତାରୋକ

By

Published : Oct 25, 2022, 2:05 PM IST

ବିଦ୍ୟୁତ ବିଭାଗର ଅବହେଳା ଯୋଗୁଁ ଅକାରଣେ ଚାଲିଗଲା ଯୁବକଙ୍କ ଜୀବନ। କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ଥାନା ଅଧମୁଣ୍ଡା ଗ୍ରାମରେ ଟ୍ରାନ୍ସଫର୍ମର ସଂସ୍ପର୍ଶରେ ଆସି ଯୁବକଙ୍କ ମୃତ୍ୟୁ । ଅଧିକ ପଢ଼ନ୍ତୁ

youngman died in electric shock in kalahandi villagers demand for compensation
ଟ୍ରାନ୍ସଫର୍ମର ସଂଷ୍ପର୍ଶରେ ଆସି ଯୁବକଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ରାସ୍ତାରୋକ

ଭବାନୀପାଟଣା:ଟ୍ରାନ୍ସଫର୍ମର ସଂସ୍ପର୍ଶରେ ଆସି ଯୁବକଙ୍କ ମୃତ୍ୟୁ । ବିଦ୍ୟୁତ ବିଭାଗର ଅବହେଳା ଯୋଗୁଁ ଅକାରଣେ ଚାଲିଗଲା ଯୁବକଙ୍କ ଜୀବନ । କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ଥାନା ଅଧମୁଣ୍ଡା ଗ୍ରାମରେ ଘଟିଛି ଏଭଳି ଏକ ଦୁଃଖଦ ଘଟଣା । କ୍ଷତିପୂରଣ ଦାବିରେ ମୃତଦେହ ରଖି ଗ୍ରାମବାସୀଙ୍କ ପକ୍ଷରୁ ଜାତୀୟ ରାଜପଥ ଅବରୋଧ କରାଯାଇଛି ।

ସୂଚନା ଅନୁଯାୟୀ ଅଧମୁଣ୍ଡା ଗ୍ରାମର ଲକ୍ଷ୍ମଣ ବାଗ ପ୍ରତ୍ୟେକ ଦିନ ଭଳି ଆଜି ମଧ୍ୟ ପ୍ରାତଃଭ୍ରମଣରେ ଯାଇଥିଲେ । ଘରକୁ ଫେରିବା ସମୟରେ କୁହୁଡି ଯୋଗୁଁ କିଛି ଦେଖା ଯାଉନଥିଲା । ଏହି ସମୟରେ ଗାଁ ମୁଣ୍ଡରେ କିଛି ବୁଲା କୁକୁର ଲକ୍ଷ୍ମଣ ଆଡକୁ ଦୌଡ଼ି ଆସିବାବେଳେ, ରାସ୍ତାକୁ ଲାଗି ରହିଥିବା ଟ୍ରାନ୍ସଫର୍ମର ଆଡକୁ ସେ ଚାଲି ଯାଇଥିଲେ । ଫଳରେ ବିଦ୍ୟୁତ ସଂସ୍ପର୍ଶରେ ଆସି ଗୁରୁତର ଆହତ ହୋଇଥିଲେ । ପରିବାର ଲୋକେ ଖବର ପାଇ ଲକ୍ଷ୍ମଣଙ୍କୁ ଉଦ୍ଧାର କରି ପାଷ୍ଟିଗୁଡି ମେଡ଼ିକାଲରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ବିଦ୍ୟୁତ ବିଭାଗର ଅବହେଳା ଯୋଗୁଁ ମୃତ୍ୟୁ ହେଇଥିବା ପରିବାର ଲୋକେ ଦାବି କରିଛନ୍ତି । କ୍ଷତିପୂରଣ ଦାବିରେ ମୃତକଙ୍କ ପରିବାର ଏବଂ ଗ୍ରାମବାସୀ ବରଗଡ଼ ବରିଗୁମା ଜାତୀୟ ରାଜପଥ ୨୬ ପାଷ୍ଟିଗୁଡି ଛକ ନିକଟରେ ମୃତଦେହ ରଖି ରାସ୍ତା ଅବରୋଧ କରିଥିଲେ ।

ଟ୍ରାନ୍ସଫର୍ମର ସଂଷ୍ପର୍ଶରେ ଆସି ଯୁବକଙ୍କ ମୃତ୍ୟୁ

ଏହା ମଧ୍ୟ ପଢ଼ନ୍ତୁ:ଦୀପାବଳିରେ ଅଘଟଣ, କବାଡିଖାନାରେ ଅଗ୍ନିକାଣ୍ଡ

ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, "ଗାଁ ମୁଣ୍ଡରେ ଥିବା ବିଦ୍ୟୁତ ଟ୍ରାନ୍ସଫର୍ମର ଯୋଗୁଁ ଯୁବକଙ୍କ ଜୀବନ ଯାଇଛି । ପୂର୍ବରୁ ମଧ୍ୟ ୨ ଜଣଙ୍କ ସମାନ ଢଙ୍ଗରେ ମୃତ୍ୟୁ ହୋଇଛି । ଏନେଇ ବାରମ୍ବାର ବିଦ୍ୟୁତ ବିଭାଗ ନିକଟରେ ଟ୍ରାନ୍ସଫର୍ମର ସ୍ଥାନ ପରିବର୍ତ୍ତନ କରିବା ନେଇ ଅଭିଯୋଗ କଲେ ମଧ୍ୟ କେହି କର୍ଣ୍ଣପାତ କରୁନାହାନ୍ତି ।" ଟ୍ରାନ୍ସଫର୍ମର ସ୍ଥାନ ପରିବର୍ତ୍ତନ ଓ ମୃତ ଯୁବକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଦାବି କରିଛନ୍ତି ଗ୍ରାମବାସୀ । କ୍ଷତିପୂରଣ ନ ଦେବା ପର୍ଯ୍ୟନ୍ତ ଆନ୍ଦୋଳନ ଚାଲିବ ବୋଲି ଚେତାବନୀ ଦେଇଛନ୍ତି ଆନ୍ଦୋଳନକାରୀ ।

ସେପଟେ ରାସ୍ତା ଅବରୋଧ ଫଳରେ ବରଗଡ଼ ବୋରିଗୁମା ,ବିଶାଖାପାଟଣା ରାୟପୁରକୁ ଯାତାୟାତ ବାଧାପ୍ରାପ୍ତ ହୋଇଛି । ଫଳରେ ରାସ୍ତାର ଉଭୟ ପାର୍ଶ୍ଵରେ ଶହଶହ ଯାନବାହନ ଅଟକି ରହିଛି । ଖବର ପାଇ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଛି ।

ଇଟିଭି ଭାରତ, କଳାହାଣ୍ଡି

ABOUT THE AUTHOR

...view details