ଓଡିଶା

odisha

ପ୍ରତିଶ୍ରୁତି ଦେଇ ଭୁଲିଗଲା ବେଦାନ୍ତ, ଥଇଥାନ ଦାବିରେ ମୃତ ଶ୍ରମିକଙ୍କ ପରିବାରର ଆମରଣ ଅନଶନ

By ETV Bharat Odisha Team

Published : Dec 4, 2023, 3:54 PM IST

Workers Family Protest: ବେଦାନ୍ତ କମ୍ପାନୀ ପ୍ରତିଷ୍ଠା ହେବା ସମୟରେ ଲୋକଙ୍କ ଜମି ଅଧିଗ୍ରହଣ ବେଳେ ବିଭିନ୍ନ ପ୍ରତିଶ୍ରୁତି ଦିଆଯାଇଥିଲା । ହେଲେ ସେହି ଶ୍ରମିକ ମାନଙ୍କ ମୃତ୍ୟୁ ପରେ ଏବେ ସେହି ଶ୍ରମିକଙ୍କ ପରିବାର ରାଜ ରାସ୍ତାରେ । ଅଧିକ ପଢ଼ନ୍ତୁ

ପ୍ରତିଶ୍ରୁତି ଦେଇ ଭୁଲିଗଲା ବେଦାନ୍ତ, ଥଇଥାନ ପାଇଁ ମୃତ ଶ୍ରମିକ ମାନଙ୍କ ପରିବାରର ଆମରଣ ଅନଶନ
ପ୍ରତିଶ୍ରୁତି ଦେଇ ଭୁଲିଗଲା ବେଦାନ୍ତ, ଥଇଥାନ ପାଇଁ ମୃତ ଶ୍ରମିକ ମାନଙ୍କ ପରିବାରର ଆମରଣ ଅନଶନ

ପ୍ରତିଶ୍ରୁତି ଦେଇ ଭୁଲିଗଲା ବେଦାନ୍ତ, ଥଇଥାନ ପାଇଁ ମୃତ ଶ୍ରମିକ ମାନଙ୍କ ପରିବାରର ଆମରଣ ଅନଶନ

କଳାହାଣ୍ଡି: ଆଶା ଥିଲା କମ୍ପାନୀ ଆସିବ ଆମର ଅଞ୍ଚଳରେ ବିକାଶ ସହ ଲୋକଙ୍କ ସାମାଜିକ ଓ ଆର୍ଥିକ ବିକାଶ ହେବ । ନିଯୁକ୍ତି ବଢ଼ିବ ଏବଂ ଦାଦନ ହଟିବ । ଏଭଳି କିଛି ଆଶା ଓ ସ୍ବପ୍ନ ନେଇ କମ୍ପାନୀ ହାତରେ ନିଜର ଭିଟା ମାଟି ଟେକି ଦେଇଥିଲେ ଲୋକେ । କମ୍ପାନୀ ତ ଆସିଲା ହେଲେ କାଁ ଭାଁ କେଉଁଠି ନିଜର ପ୍ରତିଶୃତି ଅନୁଯାୟୀ ଲୋକଙ୍କୁ ନିଯୁକ୍ତି ମଧ୍ୟ ପ୍ରଦାନ କରିଥିଲା । ହେଲେ ସେହି ଶ୍ରମିକଙ୍କ ମୃତ୍ୟୁ ପରେ ସତେ ଯେମିତି ସେହି ଶ୍ରମିକମାନଙ୍କ ପରିବାରକୁ ଭୁଲି ଯାଇଛି କମ୍ପାନୀ । ଏଭଳି ଅଭିଯୋଗ ଆସିଛି ବିବାଦୀୟ ଏବଂ ପ୍ରସିଦ୍ଧ ବେଦାନ୍ତ କମ୍ପାନୀ ନାଁ ରେ । ଅଭିଯୋଗ ଅନୁଯାୟୀ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗ଼ଡ ଠାରେ ଦୀର୍ଘ ୨୫ ବର୍ଷ ହେଲା ଗଢ଼ି ଉଠିଥିବା ବହୁ ରାଷ୍ଟ୍ରୀୟ କମ୍ପାନୀ ବେଦାନ୍ତ କମ୍ପାନୀ ପ୍ରତିଷ୍ଠା ହେବା ସମୟରେ ଲୋକଙ୍କ ଜମି ଅଧିଗ୍ରହଣ ବେଳେ ପ୍ରତିଶ୍ରୁତି ଦିଆଯାଇଥିଲା । ଜଗନ୍ନାଥପୁର, ବଳଭଦ୍ରପୁର, ରେଙ୍ଗୋପାଲ, ବସନ୍ତପଡ଼ା, ନଙ୍ଗଲବେଡା ଆଦି ଗାଁର କିଛି ଯୁବକଙ୍କୁ କମ୍ପାନୀରେ ସିଧା ସଳଖ ନିଯୁକ୍ତି ମଧ୍ୟ ଦେଇଥିଲା କମ୍ପାନୀ । ହେଲେ ସେହି ଶ୍ରମିକମାନଙ୍କ ମୃତ୍ୟୁ ପରେ ଏବେ ସେହି ଶ୍ରମିକଙ୍କ ପରିବାର ରାଜ ରାସ୍ତାରେ ।

ଏହା ମଧ୍ୟ ପଢନ୍ତୁ...ପ୍ରତିଶ୍ରୁତି ଦେଇ ଭୁଲିଗଲା ବେଦାନ୍ତ, ହିତାଧିକାରୀଙ୍କୁ ଦେଖାଉଛି ନାଲି ଆଖି !

ସୂଚନା ଅନୁଯାୟୀ ଗତ ୨୦୦୨ ମସିହାରେ ବେଦାନ୍ତ କମ୍ପାନୀରେ ପ୍ରାୟ ୬ଟି ଗାଁର ପ୍ରାୟ ଲୋକଙ୍କୁ ନିଯୁକ୍ତି ଦିଆଯାଇଥିଲା । ସେହି ଶ୍ରମିକମାନେ କମ୍ପାନୀରେ କାମ କରିବା ସମୟରେ ବିଭିନ୍ନ କାରଣରୁ ସେମାନଙ୍କ ମୃତ୍ୟୁ ହୋଇଥିଲା । ଆଉ ସେହି ସମୟରେ ମୃତ ଶ୍ରମିକଙ୍କ ପରିବାରର ଜଣକୁ କମ୍ପାନୀ ସିଧା ସଳଖ ନିଯୁକ୍ତି ଓ ପେନ୍‌ସନ୍‌ ଭୁକ୍ତ କରିବା ପାଇଁ ପ୍ରତିଶ୍ରୁତି ମଧ୍ୟ ମିଳିଥିଲା । ହେଲେ ଦୀର୍ଘ ବର୍ଷ ବିତି ଯାଇଥିଲେ ମଧ୍ୟ ସେହି ଦାବି ପୂରଣ ବର୍ତ୍ତମାନ ସୁଦ୍ଧା ହୋଇ ପାରି ନାହିଁ । ବାରମ୍ବାର ଏନେଇ କମ୍ପାନୀ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରିବା ପରେ ମଧ୍ୟ କେହି କର୍ଣ୍ଣପାତ କରି ନଥିବା ବେଳେ ଜିଲ୍ଲା ପ୍ରଶାସନ ନିକଟରେ ମଧ୍ୟ ଦାବି କରି କରି ନୟାନ୍ତ ହୋଇ ପଡ଼ିବା ପରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ମୃତ ଶ୍ରମିକଙ୍କ ପରିବାରବର୍ଗ । ଆଜିଠାରୁ ଦାବି ପୂରଣ ନହେବା ପର୍ଯ୍ୟନ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନରେ ବସି ରହିବେ ବୋଲି ମୃତ ଶ୍ରମିକଙ୍କ ପରିବାର ଲୋକେ ଚେତାବନୀ ଦେଇଛନ୍ତି । ତେବେ ଏନେଇ କମ୍ପାନୀ କିମ୍ବା ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳି ପାରି ନାହିଁ ।

ଇଟିଭି ଭାରତ, କଳାହାଣ୍ଡି

ABOUT THE AUTHOR

...view details