ଓଡିଶା

odisha

ମହିଳାଙ୍କୁ ଦଳିଦେଲା ଦନ୍ତା: ମିଳିଲାନି ମହାପ୍ରୟାଣ ଗାଡି, ମେଡିକାଲରୁ ୧୩ କିମି ବୁହା ହେଲା ମୃତଦେହ

By ETV Bharat Odisha Team

Published : Nov 11, 2023, 9:12 PM IST

ହାତୀ ଦଳି ଦେବାରୁ ଚାଲିଗଲା ଜୀବନ । ମେଡିକାଲରୁ ପାଖାପାଖି 13 କିଲୋମିଟର କାନ୍ଧରେ ବୁହା ହେଲା ମୃତଦେହ । ଅଧିକ ପଢନ୍ତୁ

ହାତୀ ଦଳି ଦେବାରୁ ଚାଲିଗଲା ଜୀବନ
ହାତୀ ଦଳି ଦେବାରୁ ଚାଲିଗଲା ଜୀବନ

ଦନ୍ତା ଆକ୍ରମଣରେ ମହିଳାଙ୍କ ମୃତ୍ୟୁ

ଭବାନୀପାଟଣା:ହାତୀ ଆକ୍ରମଣରେ ମୃତ୍ୟୁ ପରେ ହସ୍ପିଟାଲରେ ମହିଳାଙ୍କ ମୃତଦେହକୁ ମିଳିଲାନି ମହାପ୍ରୟାଣ ଗାଡି । ମୃତଦେହକୁ କାନ୍ଧ ବୋହି ହସ୍ପିଟାଲରୁ 13 କିଲୋମିଟର ଗାଁକୁ ଚାଲି ଚାଲି ଆସିଲେ ପରିବାର ଲୋକେ । ଏଭଳି ଏକ ସମ୍ବେଦନଶୀଳ ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ଥାନା ଅଞ୍ଚଳରେ । ଏଭଳି ଘଟଣାକୁ ନେଇ ସମଗ୍ର ଅଞ୍ଚଳରେ ଅସନ୍ତୋଷ ଦେଖିବାକୁ ମିଳିଛି । ଉପାନ୍ତ ଜିଲ୍ଲାରେ ସରକାରଙ୍କ ବିକାଶର ନାରାକୁ ନେଇ ଉଠିଛି ପ୍ରଶ୍ନ ।

ଏହାମଧ୍ୟ ପଢନ୍ତୁ..ଶିକାରୀ ଫାସରେ ଫସି ଦନ୍ତା ମୃତ, ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଚାଲିଗଲା ଛେଳି ଚରାଳୀଙ୍କ ଜୀବନ

ସୂଚନା ଅନୁଯାୟୀ କଳାହାଣ୍ଡି ଜିଲ୍ଲାର ମଦନପୁର ରାମପୁର ଥାନା ଅନ୍ତର୍ଗତ ସୁଡିଙ୍ଗ ପଦର ଗାଁର ୪୭ ବର୍ଷୀୟ ମିଳନ୍ତି ମାଝୀ ଗାଁ ମୁଣ୍ଡରେ ଥିବା ନାଳକୁ ପାଣି ଆଣିବାକୁ ଯାଇଥିଲେ । ନାଳରୁ ପାଣି ନେଇ ଫେରିବା ସମୟରେ ହାତୀ ପଲ ହାବୁଡ଼ରେ ପଡ଼ି ଯାଇଥିଲେ। ଫଳରେ ହାତୀ ପଲ ତାଙ୍କୁ ଆକ୍ରମଣ କରିବା ସହ ଦଳି ଦେବା ଫଳରେ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ପରେ ଏନେଇ ବନ ବିଭାଗକୁ ଖବର ଦେଇଥିଲେ ଗ୍ରାମବାସୀ । ଖବର ପାଇ ଘଟଣା ସ୍ଥଳରେ ବନ ବିଭାଗ ଓ ପୋଲିସ କର୍ମଚାରୀ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ମୃତଦେହ ବ୍ୟବଚ୍ଛେଦ ପାଇଁ ମଦନପୁର ରାମପୁର ମେଡିକାଲକୁ ପଠାଇଥିଲେ । ସେଠାରେ ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯାଇଥିଲା ।

ଏହାମଧ୍ୟ ପଢନ୍ତୁ..ବନ ବିଭାଗ ରିପୋର୍ଟ: ୧୦ ବର୍ଷରେ ବନ୍ୟଜନ୍ତୁ ଆକ୍ରମଣରେ ୧୨୧୪ ଜଣଙ୍କ ମୃତ୍ୟୁ

ପରେ ମୃତଦେହକୁ ଗାଁକୁ ନେବା ପାଇଁ ମହାପ୍ରୟାଣ ଗାଡିକୁ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବା ପରେ ଗାଡି ମିଳିନଥିଲା । ଶେଷରେ ପରିବାର ଲୋକେ ଓ ଗ୍ରାମବାସୀ ୧୩ କିଲୋମିଟର ଧରି ମୃତଦେହକୁ କାନ୍ଧରେ ବୋହି ନେଇଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ଯାହାକୁ ନେଇ ବୁଦ୍ଧିଜୀବୀ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଉପାନ୍ତ ଅଞ୍ଚଳରେ ରାଜ୍ୟ ସରକାର ବିକାଶର ନାରା ଦେଉଥିବା ବେଳେ ଏଭଳି ଘଟଣାକୁ ନେଇ ସରକାରଙ୍କ ଯୋଜନା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ତେବେ କଳାହାଣ୍ଡି ଜିଲ୍ଲାରେ ବୃଦ୍ଧି ପାଇବାରେ ଲାଗିଛି ହାତୀ ଆତଙ୍କ । ଜଙ୍ଗଲ ଛାଡ଼ି ଏବେ ଗାଁ ମୁଁହା ହେବାରେ ଲାଗିଛନ୍ତି ହାତୀ। ଫଳରେ ଅନେକ ଲୋକଙ୍କ ଧନ ଜୀବନ ନଷ୍ଟ ହେଉଥିବାର ମଧ୍ୟ ନଜିର ରହିଛି । କଳାହାଣ୍ଡିରେ ହାତୀ ଆକ୍ରମଣ ଘଟଣା ବାରମ୍ବାର ଦେଖିବାକୁ ମିଳୁଛି । ବିଶେଷ କରି ହାତୀର ଚଳପ୍ରଚଳ ଉପରେ ନଜର ରଖିବା ପାଇଁ ବନବିଭାଗ ପକ୍ଷରୁ ଏଲିଫ୍ୟାଣ୍ଟ ସ୍କ୍ବାର୍ଡ ନିଯୁକ୍ତ କରାଯାଇଥିବା ବେଳେ କର୍ମଚାରୀଙ୍କ କାର୍ଯ୍ୟ ଅବହେଳା ଯୋଗୁଁ ହାତୀ ଜନବସତିକୁ ଚାଲି ଆସୁଥିବା ଅଭିଯୋଗ ହେଉଛି। ଗତ ଦୁଇଦିନ ଧରି କଳାହାଣ୍ଡି ଜିଲ୍ଲାର ବିଭିନ୍ନ ବନ୍ୟାଞ୍ଚଳରେ ହାତୀ ଆତଙ୍କ ଦେଖିବାକୁ ମିଳିଛି ।

ଇଟିଭି ଭାରତ, କଳାହାଣ୍ଡି

ABOUT THE AUTHOR

...view details