ETV Bharat / state

ବନ ବିଭାଗ ରିପୋର୍ଟ: ୧୦ ବର୍ଷରେ ବନ୍ୟଜନ୍ତୁ ଆକ୍ରମଣରେ ୧୨୧୪ ଜଣଙ୍କ ମୃତ୍ୟୁ

author img

By ETV Bharat Odisha Team

Published : Oct 10, 2023, 9:11 AM IST

ରାଜ୍ୟ ବନ ବିଭାଗ ପକ୍ଷରୁ ପ୍ରକାଶ ପାଇଲା ରିପୋର୍ଟ । ଗତ 10 ବର୍ଷ ମଧ୍ୟରେ ବନ୍ୟଜନ୍ତୁଙ୍କ ଆକ୍ରମଣରେ 1214 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ମଣିଷ ଶିକାରରେ ଅନେକ ବନ୍ୟପ୍ରାଣୀଙ୍କ ଜୀବନ ଯାଇଛି । ଅଧିକ ପଢନ୍ତୁ

ଜଙ୍ଗଲ ବିଭାଗ ରିପୋର୍ଟ:  ୧୦ ବର୍ଷରେ ବନ୍ୟଜନ୍ତୁ ଆକ୍ରମଣରେ ୧୨୧୪ ଜଣଙ୍କ ମୃତ୍ୟୁ
ଜଙ୍ଗଲ ବିଭାଗ ରିପୋର୍ଟ: ୧୦ ବର୍ଷରେ ବନ୍ୟଜନ୍ତୁ ଆକ୍ରମଣରେ ୧୨୧୪ ଜଣଙ୍କ ମୃତ୍ୟୁ

ଭୁବନେଶ୍ବର: ରାଜ୍ୟରେ ଗତ ୧୦ ବର୍ଷ ମଧ୍ୟରେ ଜୀବଜନ୍ତୁଙ୍କ ଆକ୍ରମଣରେ ୧୨୧୪ ଜଣଙ୍କ ମୃତ୍ୟୁ ହୋଇଛି । ତେବେ କେବଳ ହାତୀ ଆକ୍ରମଣରେ ୯୯୪ ଜଣଙ୍କ ଜୀବନ ଯାଇଛି । ୧୦ ବର୍ଷ ମଧ୍ୟରେ ସର୍ବାଧିକ ୨୦୨୨-୨୩ ମସିହାରେ ହାତୀ ଆକ୍ରମଣରେ ୧୪୮ ଓ ଅନ୍ୟ ଜୀବଜନ୍ତୁଙ୍କ ଆକ୍ରମଣରେ ୨୬ ଜଣଙ୍କର ମୃତ୍ୟୁ ଘଟିଛି । ଅନ୍ୟପଟେ ପାଖାପାଖି ଏକର ଏକର ଫସଲ ମଧ୍ୟ ଜୀବଜନ୍ତୁଙ୍କ ଦ୍ଵାରା ନଷ୍ଟ ହୋଇଛି । ଏନେଇ ରାଜ୍ୟ ବନବିଭାଗ ପକ୍ଷରୁ ତଥ୍ୟ ପ୍ରଦାନ କରାଯାଉଛି ।

ରାଜ୍ୟରେ ଦିନକୁ ଦିନ ଜୀବଜନ୍ତୁଙ୍କ ଆକ୍ରମଣର ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଜଙ୍ଗଲ କ୍ଷୟ କିମ୍ବା ଅନ୍ୟାନ୍ୟ କାରଣ ଯୋଗୁଁ ଜନବସତି ମୁହାଁ ହେଉଛନ୍ତି ବନ୍ୟଜୀବ । ଯାହାଫଳରେ ବନ୍ୟ ଜୀବଜନ୍ତୁଙ୍କ ଆକ୍ରମଣ ଶିକାର ହୋଇ ଅନେକ ପ୍ରାଣ ହରାଉଥିବା ବେଳେ ଅନେକ କ୍ଷୟକ୍ଷତି ମଧ୍ୟ ହେଉଛି । ତେବେ ଓଡ଼ିଶା ସରକାରଙ୍କ ଦ୍ଵାରା ଦିଆଯାଇଥିବା ତଥ୍ୟ ଅନୁଯାୟୀ ଅନ୍ୟ ପ୍ରାଣୀଙ୍କ ତୁଳନାରେ ହାତୀ ଆକ୍ରମଣରେ ସର୍ବାଧିକ ମୃତ୍ୟୁ ହୋଇଛି । ୨୦୧୩-୧୪ ମସିହା ଠାରୁ ୨୦୨୨-୨୩ ମସିହା ପର୍ଯ୍ୟନ୍ତ ସମସ୍ତ ତଥ୍ୟ ବନ ବିଭାଗ ପକ୍ଷରୁ ଦିଆଯାଇଛି ।

ଏହାମଧ୍ୟ ପଢନ୍ତୁ.. ଶିକାର ବେଳେ ଗୁଳି ବାଜି ସାଥୀ ଶିକାରୀ ଗୁରୁତର

୨୦୧୩-୧୪ ମସିହାରେ ହାତୀ ଯୋଗୁଁ ୬୭ ମଣିଷଙ୍କ ଜୀବନ ଯାଇଥିବା ବେଳେ ୨୦୧୪-୧୫ ମସିହାରେ ୬୫ଜଣ, ୨୦୧୫-୧୬ ମସିହାରେ ୮୯ ଜଣ, ୨୦୧୬-୧୭ ମସିହାରେ ୬୬ ଜଣ, ୨୦୧୭-୧୮ ମସିହାରେ ୧୦୫ ଜଣ, ୨୦୧୮-୧୯ ମସିହାରେ ୮୫ ଜଣ, ୨୦୧୯-୨୦ ମସିହାରେ ୧୧୭ ଜଣ, ୨୦୨୦-୨୧ ମସିହାରେ ୧୩୯ ଜଣ, ୨୦୨୧-୨୨ରେ ୧୧୩ ଜଣ ଓ ୨୦୨୨-୨୩ ମସିହାରେ ୧୪୮ଜଣ ମଣିଷଙ୍କର ଜୀବନ ଯାଇଛି । ତେବେ ୧୦ ବର୍ଷ ମଧ୍ୟରେ ହାତୀ ଯୋଗୁଁ ୯୯୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟାନ୍ୟ ଜୀବଜନ୍ତୁଙ୍କ ଦ୍ଵାରା ୨୨୦ ଜଣଙ୍କର ମୃତ୍ୟୁ ଘଟିଛି ।

ସେହିପରି ଭାବରେ ୧୦ ବର୍ଷ ମଧ୍ୟରେ ହାତୀଙ୍କ ପାଇଁ ଗୁରୁତର ଆହତ ହୋଇଛନ୍ତି ୬୬୦ ଜଣ । ୨୦୨୧-୨୨ ବର୍ଷ ମଧ୍ୟରେ ୧୨୫ ଜଣ ଆହତ ହୋଇଥିବା ବେଳେ ୨୦୨୨-୨୩ ବର୍ଷରେ ଏହା ୧୦୨ରେ ପହଞ୍ଚିଛି । ସେହିପରି ୧୦ ବର୍ଷ ମଧ୍ୟରେ ମୋଟ ୬୬୦ ଜଣ ଲୋକ ହାତୀ ଆକ୍ରମଣରେ ଆହତ ହୋଇଥିବା ବେଳେ ବାକି ୨୧୮୬ ଜଣ ଅନ୍ୟ ଜୀବଜନ୍ତୁଙ୍କ ଆକ୍ରମଣରେ ଆହତ ହୋଇଛନ୍ତି । ଅନ୍ୟପଟେ ୧୦ ବର୍ଷ ମଧ୍ୟରେ ହାତୀ ଆକ୍ରମଣ ରେ ମୃତ୍ୟୁ ଘଟିଥିବା ଲୋକଙ୍କର ପରିବାରର ୧୧୦୦ ପୀଡିତଙ୍କୁ ୩୩୭୧.୧୯ ଲକ୍ଷ ଅର୍ଥ ରାଶି ଦିଆଯାଇଛି । ତେବେ ସର୍ବାଧିକ ଭାବରେ ୨୦୨୦-୨୧ ମସିହାରେ ୧୭୭ ଜଣଙ୍କୁ ଅର୍ଥ ରାଶି ଦିଆଯାଇଥିବା ବେଳେ ୨୦୨୨-୨୩ ମସିହାରେ ୧୬୦ ଜଣଙ୍କୁ ଦିଆଯାଇଛି । ୫୮୧.୧୦ ଲକ୍ଷ ଟଙ୍କା ଅର୍ଥରାଶି ଦିଆଯାଇଛି ।

ଏହାମଧ୍ୟ ପଢନ୍ତୁ.. ଶିମିଳିପାଳ ପାଦଦେଶରୁ ପୁଣି କଲରାପତରିଆ ବାଘ ଚମଡା ଜବତ, ଜଣେ ଅଟକ

ଅନ୍ୟପଟେ ୧୦ ବର୍ଷ ମଧ୍ୟରେ ୩୭ଟି ହାତୀମାନଙ୍କ ଅବୈଧ ଶିକାର କରାଯାଇଥିବା ବେଳେ ସେଥିମଧ୍ୟରୁ ବିଷ କ୍ରିୟାରେ ୩ଟି ହାତୀ ପ୍ରାଣ ହରାଇଛନ୍ତି । ତଥ୍ୟକୁ ନଜର ଦେଲେ ୨୦୧୩-୧୪ ମସିହାରୁ ଏହାର ସଂଖ୍ୟା ୧୧ ରହିଥିବା ବେଳେ ୨୦୨୨-୨୩ ମସିହାରେ ଏହାର ସଂଖ୍ୟା ୮ ରହିଥିଲା । ସେହିପରି ବିଦ୍ୟୁତ ସଂଯୋଗ ଦ୍ଵାରା ୪୫ଟି ହାତୀର ମୃତ୍ୟୁ ଘଟିଥିବା ବେଳେ ଟ୍ରେନରେ କଟି ୨୨ଟି, ରୋଗରେ ପୀଡ଼ିତ ହୋଇ ୨୧୯ଟି ହାତୀ ଆଖି ବୁଜିଛନ୍ତି । ବିଭିନ୍ନ କାରଣରୁ ୭୯୪ ଟି ହାତୀଙ୍କର ମୃତ୍ୟୁ ଘଟିଛି ।


ଅନ୍ୟପଟେ ରାଜ୍ୟରେ କେବଳ ହାତୀ ନୁହେଁ ୪୧ ପ୍ରଜାତିର ଜୀବଜନ୍ତୁମାନଙ୍କର ବିଭିନ୍ନ କାରଣରୁ ମୃତ୍ୟୁ ଘଟିଛି । ଏହି ୧୦ ବର୍ଷ ମଧ୍ୟରେ ବିଭିନ୍ନ ପ୍ରଜାତିର ୫ ହଜାର ୩୫୮ ଟି ବନ୍ୟଜନ୍ତୁଙ୍କ ମୃତ୍ୟୁ ଘଟିଛି । ସେଥିମଧ୍ୟରେ ୧୯ଟି ବଜ୍ରକାପ୍ତା ଓ 62ଟି ବାଘର ମୃତ୍ୟୁ ଘଟିଛି । ତେବେ ୧୦ ବର୍ଷ ମଧ୍ୟରେ ୯୨୮ଟି ବଣୁଆ ଘୁଷୁରୀ ପ୍ରାଣ ହରାଇଛନ୍ତି ।

ଏହାମଧ୍ୟ ପଢନ୍ତୁ..Watch: ଦନ୍ତା ଉପଦ୍ରବରେ ଅତିଷ୍ଠ ଗ୍ରାମବାସୀ, ଆକ୍ରୋଶର ଶିକାର ହେଲେ ବନ କର୍ମଚାରୀ

ରାଜ୍ୟରେ ଦିନକୁ ଦିନ ଜୀବଜନ୍ତୁଙ୍କ ଅବୈଧ ଶିକାର ବଢିବାରେ ଲାଗିଛି । ଗୋଟିଏ ପଟେ ଜୀବଜନ୍ତୁଙ୍କ ପାଇଁ ଅନେକ ମନୁଷ୍ୟର ଜୀବନ ଯାଇଥିବା ବେଳେ ଅନ୍ୟପଟେ ଜୀବଜନ୍ତୁ ମଧ୍ୟ ମନୁଷ୍ୟର ଶିକାର ହେଉଛନ୍ତି । ତେବେ ଜୀବଜନ୍ତୁଙ୍କ ଶିକାର କରି ସେମାନଙ୍କ ଦାନ୍ତ ଚର୍ମ ଓ ଅନ୍ୟାନ୍ୟ ଜିନିଷକୁ ବିଦେଶକୁ ରପ୍ତାନି କରାଯାଉଛି । ରାଜ୍ୟରେ ରହିଛି ଗୋଟିଏ ଜାତୀୟ ଉଦ୍ୟାନ, ୧୯ଟି ରହିଛି ବନ୍ୟଜନ୍ତୁ ଅଭୟାରଣ୍ୟ ରହିଥିବା ବେଳେ ବନ୍ୟଜନ୍ତୁଙ୍କ ପାଇଁ ପ୍ରସ୍ତାବିତ ଅଭୟାରଣ୍ୟ ୩ଟି ଧାର୍ଯ୍ୟ କରାଯାଇଛି । ସେହିପରି ଭାବରେ ୩ଟି ହାତୀ ସଂରକ୍ଷଣ ରହିଛି । ବାଘ ସଂରକ୍ଷଣ ପାଇଁ ୨ଟି ଅଭୟାରଣ୍ୟ ରହିଥିବା ବେଳେ ୨ଟି ପ୍ରସ୍ତାବିତ ଅଭୟାରଣ୍ୟ ରହିଛି ବୋଲି ସରକାରୀ ତଥ୍ୟରୁ ଜଣାପଡିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.