ଓଡିଶା

odisha

ଆକାଶଛୁଆଁ ଦରଦାମ: ଟମାଟୋ କିଲୋ ୧୦୦, ବାଇଗଣ ୮୦

By

Published : May 14, 2022, 8:38 PM IST

Updated : May 14, 2022, 9:24 PM IST

ରୋଷେଇ ଶାଳ ଉପରେ ମହଙ୍ଗା ମାଡ । ବଜାରରେ ଆକାଶ ଛୁଆଁ ପରିବା ଦର । ଆଗରୁ ଯେଉଁଠି ୧୦୦ ଟଙ୍କାରେ ପୁରା ବ୍ୟାଗ ପୁରୁଥିଲା, ଏବେ ଗୋଟିଏ ଛୋଟ ମୁଣି ପୁରିବା ମଧ୍ୟ କଷ୍ଟକର । ଫଳରେ ବଜାରକୁ ଆସିବାକୁ ଭୟଭୀତ ଗ୍ରାହକ । ଦେଖନ୍ତୁ ଏହି ରିପୋର୍ଟ

c
ଆକାଶ ଛୁଆଁ ଦରଦାମ, ଟମାଟୋ କିଲୋ ୧୦୦ ବାଇଗଣ ୮୦

ଭବାନୀପାଟଣା: ବଜାରରେ ଆକାଶ ଛୁଆଁ ହେଉଛି ପରିବା ଦର । ସବୁ ପନିପରିବାର ଦର ପାଖାପାଖି ୭୦ ଟଙ୍କା ଉପରେ । ଯାହାକୁ ନେଇ ଚିନ୍ତାରେ ବ୍ୟବସାୟୀ ଓ ଅସନ୍ତୁଷ୍ଟ ଖାଉଟି । ବିଶେଷ କରି କଳାହାଣ୍ଡି ଜିଲ୍ଲାରେ ପରିବା ଦର ହୁହୁ ହୋଇ ବଢ଼ିବାରେ ଲାଗିଛି । ପେଟ୍ରୋଲ ଡିଜେଲ ଦର ବୃଦ୍ଧି ହେବା ଯୋଗୁଁ ଗାଡି ଭଡା ମଧ୍ୟ ବୃଦ୍ଧି ପାଇଛି, ଯେଉଁଥିରେ ପରିବା ଦର ସହ ଖାଉଟି ସାମଗ୍ରୀ ଦର ଆକାଶ ଛୁଆଁ ହେଉଥିବା ବ୍ୟବସାୟୀ କହୁଥିବାବେଳେ ଦରକୁ ଦେଖି ଗ୍ରାହକ ଅସନ୍ତୁଷ୍ଟ ।

ଆକାଶ ଛୁଆଁ ଦରଦାମ: ଟମାଟୋ କିଲୋ ୧୦୦, ବାଇଗଣ ୮୦
ବର୍ତ୍ତମାନ ବଜାରରେ ଟମାଟୋ କିଲୋପ୍ରତି ୮୦ ରୁ ୧୦ ଟଙ୍କା ବିକ୍ରି ହେଉଥିବାବେଳେ ବାଇଗଣ କିଲୋ ୮୦, ଝୁଡଙ୍ଗ କିଲୋ ୮୦, ବିନ୍ସ କିଲୋ ୭୦, ବିଟା ୧୦୦, ଗାଜର ଦର କିଲୋପ୍ରତି ୮୦ରୁ ୯୦ ଟଙ୍କା ରହିଛି । ପାଞ୍ଚଶହ ଟଙ୍କାର ପରିବା ବ୍ୟାଗ ଅଧା ହେଉନଥିବା ଦେଖିବାକୁ ମିଳିଛି । କିଛି ଦିନ ପୂର୍ବେ ସ୍ୱାଭାବିକ ଦରରେ ବଜାରରେ ବିକ୍ରୟ ହେଉଥିବା ପରିବା ଏବେ ତିନିଗୁଣ ଦର ବୃଦ୍ଧି ପାଇଛି । ସ୍ଥିତି ଏମିତି ହେଲାଣି ଯେ ବଜାରକୁ ଲୋକେ ଯିବାକୁ ଭୟ କରୁଛନ୍ତି । ଏପରି ଦର ବୃଦ୍ଧି ଖାଉଟିଙ୍କୁ ବେଶ ପ୍ରଭାବିତ କରିଛି । ୧ କିଲୋ କିଣିବା ପରିବର୍ତ୍ତେ ୨୦୦ ଗ୍ରାମ କିମ୍ବା ୨୫୦ ଗ୍ରାମ ନେଇ ଘର ଚଳାଇବାକୁ ପଡୁଛି । ହଠାତ ଖାଉଟି ସାମଗ୍ରୀ ସହ ପରିବା ଦର ବୃଦ୍ଧି ହେବାରୁ ଖାଉଟିଙ୍କ ମନରେ ଉଦବେଗ ପ୍ରକାଶ ପାଇଛି ।କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ
Last Updated : May 14, 2022, 9:24 PM IST

ABOUT THE AUTHOR

...view details