ଓଡିଶା

odisha

'ବେଦାନ୍ତ ଗୋ ବେକ୍'ନାରାରେ କମ୍ପିଲା ସିଜିମାଳି ପାହାଡ, ବେଦାନ୍ତ ବିରୋଧରେ ଆଦିବାସୀଙ୍କ ରଣହୁଙ୍କାର

By ETV Bharat Odisha Team

Published : Oct 18, 2023, 11:07 PM IST

'ବେଦାନ୍ତ ଗୋ ବେକ୍' ନାରାରେ କମ୍ପିଲା ଗ୍ରାମସଭା । ବେଦାନ୍ତ ବିରୋଧରେ ଆଦିବାସୀଙ୍କ ରଣହୁଙ୍କାର । ଶିଜିମାଲି ପାହାଡରେ ଖଣି ଖନନକୁ ବିରେଧ । ଅଧିର ପଢନ୍ତୁ

'ବେଦାନ୍ତ ଗୋ ବେକ୍'ନାରାରେ କମ୍ପିଲା ଶିଜିମାଲି ପାହାଡ,ବେଦାନ୍ତ ବିରୋଧରେ ଆଦିବାସୀଙ୍କ ରଣହୁଙ୍କାର
'ବେଦାନ୍ତ ଗୋ ବେକ୍'ନାରାରେ କମ୍ପିଲା ଶିଜିମାଲି ପାହାଡ,ବେଦାନ୍ତ ବିରୋଧରେ ଆଦିବାସୀଙ୍କ ରଣହୁଙ୍କାର

'ବେଦାନ୍ତ ଗୋ ବେକ୍'ନାରାରେ କମ୍ପିଲା ଶିଜିମାଲି ପାହାଡ,ବେଦାନ୍ତ ବିରୋଧରେ ଆଦିବାସୀଙ୍କ ରଣହୁଙ୍କାର

ଭବାନୀପାଟଣା: 'ବେଦାନ୍ତ ଗୋ ବ୍ୟାକ୍' ନାରାରେ କମ୍ପିଲା ଶିଜିମାଲିକୁ ପାହାଡ । କମ୍ପାନୀର ଖଣି ଖନନକୁ ବିରୋଧ କରି ଆଦିବାସୀ ଦେଇଛନ୍ତି ରଣହୁଙ୍କାର । ଜାନ ଯାଉ ଜୀବନ ଯାଉ ହେଲେ ଶିଜିମାଲିକୁ ଖଣି ଖନନ ପାଇଁ ଦିଆଯିବ ନାହିଁ ବୋଲି ସିଧା ସଳଖ ଗ୍ରାମସଭାରେ ନିଜର ନିଷ୍ପତ୍ତି ଜାହିର କରିଛନ୍ତି ସ୍ଥାନୀୟ ଲୋକେ । କଳାହାଣ୍ଡି ଓ ରାୟଗଡା ଜିଲ୍ଲା ସୀମାନ୍ତରେ ରହିଛି ସିଜିମାଳି ପାହାଡ । ଆଉ ଏହି ପାହାଡ ସମେତ ପାହାଡ଼ର ତଳିଆ ଅଞ୍ଚଳରେ ରହିଛି ଉଭୟ ଜିଲ୍ଲାର ୧୦ ରୁ ଉର୍ଦ୍ଧ୍ୱ ଗାଁ ରହିଥିବା ବେଳେ ଏହି ପାହାଡରେ ଖଣି ଖନନ ପାଇଁ ବେଦାନ୍ତ କମ୍ପାନୀକୁ ଲିଜ ପ୍ରଦାନ କରାଯାଇଛି । କିନ୍ତୁ ବେଳେ ଏହାକୁ ତୀବ୍ର ବିରୋଧ କରିଛନ୍ତି ସ୍ଥାନୀୟ ଆଦିବାସୀ ଜନ ସାଧାରଣ ।

ସୂଚନାଯୋଗ୍ୟ କଳାହାଣ୍ଡି ଓ ରାୟଗଡା ଜିଲ୍ଲା ସୀମାନ୍ତରେ ରହିଥିବା ସିଜିମାଳି ପାହାଡରେ ରହିଥିବା ମୂଲ୍ୟବାନ ପଦର୍ଥକୁ ଖନନ କରିବା ପାଇ ସରକାର ବେଦାନ୍ତ କମ୍ପାନୀକୁ ଲିଜ ଦେଇଛନ୍ତି । ତେଣୁ ଆଜି ଏନେଇ ସ୍ଥାନୀୟ ଲୋକଙ୍କ ମତ ଗ୍ରହଣ ପାଇଁ ଥୁଆମୂଲ ରାମପୁର ବ୍ଲକ କେରପାଇ ଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଗ୍ରାମସଭା ଅନୁଷ୍ଠିତ ହେବାକୁ ଥିବାବେଳେ ଭୋର ୪ଟା ସମୟରେ ଆଦିବାସୀଙ୍କ ରଣହୁଙ୍କାରରେ ଛତ୍ରଭଙ୍ଗ ଦେଇଥିଲେ କମ୍ପାନୀ ସପକ୍ଷବାଦି । କିଛି ସମୟ ପାଇଁ ଘଟଣା ସ୍ଥଳରେ ଉତ୍ତେଜନା ଦେଖା ଦେଇଥିଲା । ସ୍ଥିତି ଅସମ୍ଭାଳ ହେବା ପୂର୍ବରୁ ମୁତୟନ ଥିବା ପୋଲିସ ଫୋର୍ସ ସ୍ଥିତିରେ ସୁଧାର ଆଣିଥିଲେ । ପରେ ପୁନଃ ଗ୍ରାମସଭା କାର୍ଯ୍ୟ ଆରମ୍ଭ ହୋଇଥିଲା ।

ଏହି ଗ୍ରମସଭାରେ ବୈଠକରେ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ତନ୍ମୟ ଦର୍ବାନ, ରାୟଗଡ଼ା ଜିଲ୍ଲା ପୋଲୁସନ ବୋର୍ଡ ଆଞ୍ଚଳିକ ନିର୍ଦ୍ଦେଶକ ଅଶୋକ କୁମାର ଭୋଇ,ଥୁଆମୁଲ ରାମପୁର ବ୍ଲକ ବିଡ଼ିଓ ଶୁଭକାନ୍ତ ନାଏକ, ତହସିଲଦାର୍ ଚିନ୍ମୟ ନାଏକ, କଳାହାଣ୍ଡି ଏସପି ଅଭିଳାଷ ଜି ପ୍ରମୁଖ ଉପସ୍ଥତ ରହିଥିବା ବେଳେ ଅନେକ ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ରହିଥିଲେ ।

ଏହା ମଧ୍ୟ ପଢନ୍ତୁ....ଗ୍ରାମାଞ୍ଚଳରେ ୪୪% ଘରେ ହୋଇନି ଟ୍ୟାପ୍ ସଂଯୋଗ, IMIS ରିପୋର୍ଟରେ ପ୍ରକାଶ

ଅନୁଷ୍ଟିତ ଗ୍ରାମସଭାରେ ହଜାର ହଜାର ସ୍ଥାନୀୟ ଆଦିବାସୀ ଯୋଗଦେଇ' ବେଦାନ୍ତ କମ୍ପାନୀ ଗୋ ବ୍ୟାକ' ନାରାରେ କମ୍ପି ଉଠିଥିଲା ଗ୍ରାମସଭା ସ୍ଥଳୀ । କମ୍ପାନୀ ଆସିଲେ ଅଞ୍ଚଳ ବିକାଶ ହେବ ନାହିଁ ବରଂ ଜଳ, ଜମି ଓ ଜଙ୍ଗ କୁ ନେଇ ବଞ୍ଚୁଥିବା ଆଦିବାସୀଙ୍କ ବିନାଶ ହେବ ବୋଲି ନିଜ ନିଜ ମତ ପ୍ରକାଶ କରିଥିଲେ ସ୍ଥାନୀୟ ଲୋକେ । ଜୀବିକା ଛଡ଼ାଇବା ସହ ସ୍ଥାନୀୟ ଅଞ୍ଚଳର ଅସ୍ତିତ୍ୱ କ୍ଷୁର୍ଣ୍ଣ କରିବା ପାଇଁ ନିୟମଗିରିରୁ ବିତାଡିତ ହୋଇଥିଲା ବେଦାନ୍ତ କିନ୍ତୁ ପୁଣି ସିଜିମାଳି ପାହାଡର ଅସ୍ତିତ୍ୱ କ୍ଷୁର୍ଣ୍ଣ କରିବା ପାଇଁ ଆସିଛି ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଥିଲେ । ଏହା ସହ ଗଣତାନ୍ତ୍ରିକ ପଦ୍ଧତିରେ, ସମ୍ବିଧାନ ଅନୁଯାୟୀ ସଂଘର୍ଷ କରି ଗୌରବ ପୂର୍ଣ୍ଣ ଅସ୍ତିତ୍ୱକୁ ବଞ୍ଚାଇବା ପାଇଁ ସଂକଳ୍ପ ନେଇଛନ୍ତି ଆଦିବାସୀ ।

ଇଟିଭି ଭାରତ,କଳାହାଣ୍ଡି

ABOUT THE AUTHOR

...view details